• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କ୍ରିକେଟ ପାଗଳ ଦେଶରେ ଏବେ ବି ଗ୍ରାମାଞ୍ଚଳରେ ଫୁଟବଲର ଆଦର କମିନାହିଁ । ଫୁଟବଲ ମ୍ୟାଚ ଦେଖିବାକୁ ପଡିଆରେ ଖଚାଖଚ ଭିଡ । ବାହାରେ ବି ବାଲିଯାତ୍ରା ଭଳି ଦୋକାନ ବଜାର ପଡ଼ିଛି । ପୁରା ଯାତ୍ରା ମାହୋଲ । ଭୁବନେଶ୍ୱର ଉପକଣ୍ଠ ଗଣ୍ଡରପୁରରେ ସର୍ବଭାରତୀୟ ପୁଟବଲ ଟୁର୍ଣ୍ଣାମେଣ୍ଟର ଦେଖିବାକୁ ମିଳୁଛି ଏଭଳି କ୍ରେଜ୍ ।

ମଇଦାନରେ କଡ଼ା ଟକ୍କର । ବିଦେଶୀ ଖେଳାଳିଙ୍କଠାରୁ ଟ୍ୟାକେଲ୍ କରି ବଲକୁ ଛଡେଇ ନେବାକୁ ଚାଲିଛି ଚେଷ୍ଟା । ବିଦେଶରେ ନୁହେଁ ରାଜଧାନୀ ଉପକଣ୍ଠ ଗଣ୍ଡରପୁରରେ ଚାଲିଛି ଏହି ଫୁଟବଲ ମ୍ୟାଚ । ମୁହାଁମୁହିଁ ହୋଇଛନ୍ତି ନାଇଜେରିଆ ଓ ବିହାର ବକ୍ସରରୁ ଆସିଥିବା ଦୁଇ ଫୁଟବଲ ଟିମ୍ । ଗଣ୍ଡରପୁର ମିନି ଷ୍ଟାଡିୟମରେ ଖେଳାଯାଉଥିବା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏହି ମ୍ୟାଚ ଦେଖିବାକୁ ପଡିଆ ସାରା ଖଚାଖଚ୍ ଭିଡ । ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ଏହି ଫୁଟବଲ ଖେଳକୁ ମନ ଭରି ଉପଭୋଗ କରୁଛନ୍ତି । ଆଉ ଖେଳାଳିମାନେ ମଧ୍ୟ ଲୋକଙ୍କଠାରୁ ଉତ୍ସାହ ପାଇ ବେଶ ଖୁସି ।

ଗତ ୨୨ ବର୍ଷ ହେଲା ଗଣ୍ଡରପୁରରେ ଏହି ସର୍ବ ଭାରତୀୟ ଏବଂ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇ ଆସୁଛି । ଏଥର ଗ୍ରାମାଞ୍ଚଳର ୧୪ଟି ଦଳ ଓ ସହରାଞ୍ଚଳ ୮ଟି ଦଳ ଭାଗ ନେଇଛନ୍ତି । ଏମାନଙ୍କ ମଧ୍ୟରେ ନାଇଜେରିଆରୁ ଆସିଥିବା ଟିମ୍ ସହ ଦେଶର ବିଭିନ୍ନ ଫୁଟବଲ ଟିମ୍ ମଧ୍ୟ ଅଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ଖେଳାଳିଙ୍କ କୌଶଳକୁ ଦେଖି ସ୍ଥାନୀୟ ଖେଳାଳିମାନେ ବି ଅନୁପ୍ରାଣିତ ହେଉଛନ୍ତି ।

ଟୁର୍ଣ୍ଣାମେଣ୍ଟର ଗ୍ରାମାଞ୍ଚଳ ବିଭାଗର ଚାମ୍ପିୟନକୁ ଏକ ଲକ୍ଷ ଓ ସହରାଞ୍ଚଳ ଚାମ୍ପିୟନ ପାଇଁ ୭୫ ହଜାର ଟଙ୍କାର ପୁରସ୍କାର ରାଶି ରହିଛି ।