/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701711910.jpg)
Virat Kohli
ବିଶ୍ୱକପ୍ ପରେ କ୍ରିକେଟ୍ରୁ ସାମୟିକ ବିରତି ନେଇଛନ୍ତି ଟିମ୍ ଇଣ୍ତିଆର ଷ୍ଟାର କ୍ରିକେଟର ବିରାଟ କୋହଲି । ଲଣ୍ତନରେ ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି । ନିକଟରେ ସେ ଲଣ୍ତନର ଏକ ରେଷ୍ଟୁରାଣ୍ଟରେ ସ୍ତ୍ରୀ ଅନୁଷ୍କା ଓ ଝିଅ ଭାମିକାଙ୍କ ସହ ସମୟ ବିତାଇଥିବାର ଦେଖିବାକୁ ମିଳିଛି । ଏହାର ଏକ ଫଟୋକୁ ସେହି ରେଷ୍ଟୁରାଣ୍ଟର ଜଣେ ସେଫ୍ ସୁରେନ୍ଦର ମୋହନ ନିଜ ଏକ୍ସ ପେଜ୍ରେ ସେୟାର କରିଛନ୍ତି । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ବିଶ୍ୱକପ୍ରେ କୋହଲିଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଟିମ୍ ଇଣ୍ତିଆ ଟ୍ରଫି ଜିତିପାରିନଥିଲା । ଏହାପରେ ସେ କ୍ରିକେଟ୍ରୁ କିଛିଦିନ ବିଶ୍ରାମ ନେଇ ଲଣ୍ତନରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି । ସେ ଲଣ୍ତନର ମନପସନ୍ଦ ହୋଟେଲ ବମ୍ବେ ବଷ୍ଟଲ୍ରେ ସ୍ତ୍ରୀ ଓ ଝିଅ ସହ ସମୟ ବିତାଇଥିବାର ଦେଖିବାକୁ ମିଳିଛି । କୁହାଯାଉଛି କି ବିରାଟ ଓ ଅନୁଷ୍କା ଉଭୟଙ୍କ ଲଣ୍ତନରେ ଏହା ଫେଭରେଟ୍ ରେଷ୍ଟୁରାଣ୍ଟ । ସେ ପ୍ରାୟ ସମୟ ଏହି ରେଷ୍ଟୁରାଣ୍ଟକୁ ଆସନ୍ତି । ରେଷ୍ଟୁରାଣ୍ଟର ସେଫ୍ ସୁରେନ୍ଦର ମୋହନ ବିରାଟଙ୍କ ସହ ଫଟୋ ଉଠାଇ ନିଜ ଏକ୍ସ ପେଜ୍ରେ ସେୟାର କରିଛନ୍ତି ।
Happy & honoured to have had the wonderfully warm and pride of India @imVkohli and @AnushkaSharma dine with us @BombayBustle
😊🙏🏻🇮🇳#IndianCricketTeam#bollywoodactress#india#indianfood#bestindianrestaurant#london#mayfair#indiapic.twitter.com/FNGOATaEbg— Surender Mohan (@SurenderChef) July 25, 2022
ଉଭୟ ବିରାଟ କୋହଲି ଏବଂ ରୋହିତ ଶର୍ମା ବିସିସିଆଇକୁ ବିଶ୍ରାମ ମାଗିଥିଲେ ବି ରୋହିତଙ୍କୁ ଟେଷ୍ଟ ଦଳ ସମ୍ଭାଳିବାକୁ ଦାୟିତ୍ୱ ଦିଆଯାଇଛି । ଡିସେମ୍ବର ୧୦ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟି ଟି-ଟ୍ୱେଣ୍ଟି, ତିନିଟି ଦିନିକିଆ ଓ ୨ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ।
୨୦୨୩ ବିରାଟ କୋହଲିଙ୍କ ପାଇଁ ବେଶ୍ ସ୍ମରଣୀୟ ରହିବ । ସେ ବିଶ୍ୱକପ୍ ହେଉ ବା ଏସିଆ କପ୍ ସବୁଠି ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ନିଜ ଗୁରୁ ସଚିନ୍ ତେନ୍ଦୁଲକରଙ୍କ ଦିନିକିଆ ଶତକ ରେକର୍ଡକୁ ମଧ୍ୟ ପଛରେ ପକାଇଦେଇଛନ୍ତି । ବିଶ୍ୱକପ୍ରେ ସେ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)