• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠୁ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଆରମ୍ଭ ହେବ ଦକ୍ଷିଣଆଫ୍ରିକା-ଭାରତ ଟି-ଟ୍ୱେଣ୍ଟି । ଭାରତୀୟ ଦଳ ଏହି ଗସ୍ତରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି-୨୦ ଶୃଙ୍ଖଳା ଖେଳିବ । ପରେ ୩ ଦିନିକିଆ ଓ ୨ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ । ହାର୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନଥିବାରୁ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେବେ । ୧୨ ତାରିଖ ଓ ୧୪ ତାରିଖରେ ଅନ୍ୟ ଦୁଇ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ।

ଦିନିକିଆରେ କେ. ଏଲ ରାହୁଲ ଓ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଅଧିନାୟକ ରହିବେ । ବିଶ୍ୱକପ ପରେ ଅଷ୍ଟେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଭାରତ ୪-୧ରେ ଜିଣିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଭଲ ରହିଛି । ଶୁବମନ ଗିଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡ଼େଜା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଭାରତ ସେଠାରେ ୩ଟି T-20 ମ୍ୟାଚ୍‌ ଖେଳିବ। T-20ରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହୋଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଉପଅଧିନାୟକ ହୋଇଛନ୍ତି। ଅନ୍ୟ ଖେଳାଳିମାନେ ହେଲେ- ଜୟସ୍ୱାଲ, ଶୁଭ୍‌ମନ୍‌ ଗିଲ୍‌, ଋତୁରାଜ ଗାଏକୱାଡ୍‌, ତିଲକ ବର୍ମା, ରିଙ୍କୁ ସିଂ, ଶ୍ରେୟସ୍‌ ଆୟାର, ଈଶାନ କିଶନ୍‌, ଜିତେଶ ଶର୍ମା, ୱାଶିଂଟନ୍‌ ସୁନ୍ଦର, ରବି ବିଷ୍ଣୋୟୀ, କୁଲଦୀପ୍ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଦୀପକ ଚହର।