• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଶ୍ବକପ ପରାଜୟର ବଦଲା ନେଉଛି ଟିମ୍ ଇଣ୍ଡିଆର ୟଙ୍ଗ ବ୍ରିଗେଡ୍ । ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ଦଳ । ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଯୁବ କ୍ରିକେଟରମାନେ ଚମକପ୍ରଦ ପ୍ରଦର୍ଶନ କରି କଙ୍ଗାରୁ ଟିମ୍ କୁ ୪୪ ରନ୍ ରେ ପରାସ୍ତ କରିଛନ୍ତି ।

ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଅମନ୍ତ୍ରଣ ଦେଇଥିଲା ଅଷ୍ଟ୍ରେଲିଆ । କିନ୍ତୁ ଅଧିନାୟକଙ୍କ ନିଷ୍ପତ୍ତିକୁ ଭୁଲ ସାବ୍ୟସ୍ତ କରିଥିଲେ ଭାରତୀୟ ବ୍ୟାଟର୍ । ଦଳ ତରଫରୁ ଋତୁରାଜ ଗାଏକୱାଡ, ଇଷାନ କିଶନ ଓ ଜଶସ୍ୱୀ ଜୟସ୍ୱାଲ ଅର୍ଧଶତକ ହାସଲ କରିଥିଲେ । ଅଷ୍ଟ୍ରେଲିଆ ତରଫରୁ ନାଥନ ଏଲିସ ୩ ୱିକେଟ ନେଇଥିଲେ ।

୨୩୬ ରନ୍ ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଅତିଥି ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ୧୯୧ ରନ୍ କରିପାରିଛି । ଏପରିକି ବିପକ୍ଷ ଦଳର ମାଥ୍ୟୁ ୱେଡଙ୍କ ଲଢୁଆ ବ୍ୟାଟିଂ କାମକୁ ଆସିପାରି ନାହିଁ । ଭାରତୀୟ ବୋଲର୍ ପ୍ରସିଦ୍ଧ କୃଷ୍ଣ ଓ ରବି ବିଷ୍ଣୋଇ ୩-୩ ୱିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ, ମୁକେଶ କୁମାର ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଏହି ବିଜୟର ସହିତ ଭାରତ ଶୃଙ୍ଖଳାର ୨-୦ରେ ଅଗ୍ରଣୀ ରହିଥିବା ବେଳେ ତୃତୀୟ ମୁକାବିଲା ଆସାମର ଗୁଆହାଟୀରେ ଆସନ୍ତା ୨୮ ତାରିଖରେ ଖେଳାଯିବ ।