Advertisment

ଚତୁର୍ଥ ଟି-୨୦ରେ ବିଜୟ ସହ ସିରିଜ୍‌ ଜିତିଲା ଭାରତ

ଆଜି ରାୟପୁରରେ ଖେଳାଯାଇଥିଲା ଚତୁର୍ଥ ଟି-୨୦। ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ। ପ୍ରଥମେ ବ୍ୟାଟିଂ ଭାରତ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ବିନିମୟରେ ୧୭୪ ରନ୍‌ କରିଥିଲା।

author-image
Santosh Kumar Sahoo
India vs Australia

India vs Australia

ବିଶ୍ୱକପ୍ ପରାଜୟର ବଦଲା ନେଇଛି ଟିମ୍ ଇଣ୍ଡିଆ। ରାୟପୁରରେ ଆଜି ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ। ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇ ୫ ଟିକିଆ ସିରିଜ୍ କୁ ୩-୧ରେ କବଜା କରି ନେଇଛି ଘରୋଇ ଦଳ।

Advertisment

ଆଜି ରାୟପୁରରେ ଖେଳାଯାଇଥିଲା ଚତୁର୍ଥ ଟି-୨୦। ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ। ପ୍ରଥମେ ବ୍ୟାଟିଂ ଭାରତ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ବିନିମୟରେ ୧୭୪ ରନ୍‌ କରିଥିଲା। ଭାରତ ପକ୍ଷରୁ ରିଙ୍କୁ ସିଂ ସର୍ବାଧିକ ୪୬ ରନ୍‌ କରିଥିବାବେଳେ ଯଶ୍ୱସୀ ଜୟସ୍ୱାଲ ୩୭ ରନ୍‌ କରିଥିଲେ। ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ବେନ୍‌ ଡ୍ୱାରିସଇସ୍‌ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ।

୧୭୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଧୁଆଁଧାର ଆରମ୍ଭ କରିଥିଲା। କିନ୍ତୁ ଭାରତୀୟ ସ୍ପିନରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ କଙ୍ଗାରୁ ବ୍ୟାଟ୍ସମ୍ୟାନ୍‌। ଯାହାଫଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୫୪ ରନ୍‌ କରିବାରେ ସଫଳ ହୋଇଥିଲା । ଏହା ସହ ଭାରତ ଏହି ମ୍ୟାଚ୍‌କୁ ୨୦ ରନ୍‌ରେ ବିଜୟଲାଭ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ମାଥ୍ୟୁ ୱେଡ୍ ସର୍ବାଧିକ ୩୬ ରନ୍‌ କରିଥିବାବେଳେ ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି ଓ ଦୀପକ ଚହର ୨ଟି ୱିକେଟ ଅକ୍ତିଆର କରିଥିଲେ।

Advertisment

India Australia
Advertisment
Advertisment