• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ଭାରତ ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଣ୍ଟି । ଗତ ଦୁଇଟି ମ୍ୟାଚ ଜିତି ସିରିଜରେ ଆଗୁଆ ରହିଛି । ଆଜିର ମ୍ୟାଚ ଜିତି ସିରିଜ ପରାଜୟ ବରଣର ବିପଦକୁ ଟାଳିବାକୁ ପ୍ରୟାସ କରିବ କଙ୍ଗାରୁ ବାହିନୀ । ତେବେ ଲଗାତାର ମ୍ୟାଚ ଜିତି ଭାରତ ନିଜର ଆତ୍ମ ବିଶ୍ୱାସକୁ ଉପରେ ରଖିଛି । ଗୌହାଟୀର ପିଚ୍ ବ୍ୟାଟରଙ୍କୁ ସୁହାଇବ ବୋଲି ଆକଳନ କରା ଯାଉଛି । ଏଣୁ ମ୍ୟାଚରେ ରନର ବର୍ଷା ହେବ ବୋଲି ଆଶା କରା ଯାଉଛି ।

ବିଶ୍ୱକପ ଫାଇନାଲ ପରାଜୟ ପରେ ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଟିମ ଇଣ୍ତିଆ । ତେବେ ଦଳରୁ ବାଦ ପଡ଼ିଥିବା ଶ୍ରେୟାସ ଆୟର ଫେରିଛନ୍ତି । କିନ୍ତୁ ଆଜିର ମ୍ୟାଚରେ ସେ ଖେଳିବା ସମ୍ଭାବନା କମ୍ । ନିଜର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ ଓ ସ୍ପିନରଙ୍କ ମାଧ୍ୟମରେ ଏହି ମ୍ୟାଚ ଜିତିବାକୁ ପ୍ରୟାସ କରିବ ଭାରତ ।

ପ୍ରଥମ ମ୍ୟାଚରେ ବିଶାଳ ବିଜୟ ଲକ୍ଷ୍ୟର ପିଛା କରି ଭାରତ ମ୍ୟାଚ ଜିତି ନେଇଥିଲା । ଭାରତର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ରିଙ୍କୁ ସିଂହଙ୍କ ଧୂଆଁଧାର ବ୍ୟାଟିଂ ବିପକ୍ଷ ଦଳର ନିଦ ହଜାଇ ଦେଇଛି । ବୋଲିଂ ବିଭାଗ ସାମାନ୍ୟ ସଂଘର୍ଷ ଯଦିଓ କରୁଛି, ତେବେ ପ୍ରସିଦ୍ଧ କ୍ରିଷ୍ଣା ଲୟକୁ ଫେରିବା ଦଳ ପାଇଁ ଆଶ୍ୱସ୍ତିକର ହୋଇଛି ।

ଅନ୍ୟପଟେ ଲଗାତାର ଦୁଇଟି ମ୍ୟାଚରେ ପରାଜିତ ହୋଇ ଥିବାରୁ ଆଜିର ମ୍ୟାଚ ଅଷ୍ଟ୍ରେଲିଆ ପାଇଁ କର ବା ମର ସଦୃଶ ହୋଇଛି । ଆଜିର ମ୍ୟାଚ ହାରିଲେ ଦଳ ସିରିଜ ପରାଜୟ ବରଣ କରିବ । ଆଉ ଜିତିବାକୁ ହେଲେ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ ଜରୁରୀ ହୋଇ ପଡ଼ିଛି ।