• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଛିଡ଼ାହେଉଛି ବଡ଼ ବଡ଼ ଅଟ୍ଟାଳିକା । ଦିନକୁ ଦିନ ରାଜଧାନୀ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଗଲାଣି । ଖେଳିବାକୁ ଖେଳ ପଡିଆ ନାହିଁ । ତଥାପି କିଛି ଅସୁବିଧା ନାହିଁ. ରୁଫଟଫରେ ବି ଖେଳି ହେବ ଖେଳ । ଭାରତରେ ପ୍ରଥମ ଆନ୍ତର୍ଜାତିକ ସ୍ତରର ରୁଫଟଫ ପିକେଲ ବଲ କୋର୍ଟ ତିଆରି ହୋଇଛି ।

ଦେଖିବାକୁ ପୁରା ଲନ ଟେନିସର କୋର୍ଟ ଭଳି ଦେଖାଯାଉଛି । ଟେବୁଲ ଟେନିସ ରାକେଟ ଠାରୁ ଟିକେ ବଡ଼ ରାକେଟ । ବ୍ୟାଡ଼ ମିଣ୍ଟନ ପଏଣ୍ଟ ଭଳି ମ୍ୟାଚ ପଏଣ୍ଟ ଏବଂ ସର୍ଭିସ ବି ବ୍ୟାଡ଼ ମିଣ୍ଟନ ଭଳି ବଲ ଟି ପ୍ଲାଷ୍ଟିକ ଏବଂ କଣା କଣା । ଓଡିଶାକୁ ନୂଆକରି ପ୍ରବେଶ କରିଥିବା ପିକେଲ ବଲ ଛାତ ଉପରେ ଖେଳି ହେଉଛି । ପିଲାମାନେ ବି ଭଲସେ କୌଣସି ଅସୁବିଧା ନଥାଇ ଖେଳୁଛନ୍ତି ।

ଭାରତକୁ ପିକେଲ ବଲ ୧୦ବର୍ଷ ତଳେ ପ୍ରବେଶ କରିଥିଲା । ଓଡିଶାକୁ ଏହି ଖେଳ ଗତ ଦୁଇ ଦିନ ତଳେ ଆରମ୍ଭ ହେଲା । ଟେନିସ ଖେଳକୁ ଛାଡି ପିକେଲ ବଲ ଖେଳିବାକୁ ଖେଳାଳିଙ୍କ ଆଗ୍ରହ ବଢୁଛି । ଯେ କୌଣସି ବୟସର ଖେଳାଳି ଏହି ଖେଳକୁ ଖେଳି ପାରିବ । ଟେନିସ ଓ ବ୍ୟାଡ଼ ମିଣ୍ଟନ ଭଳି ଏହି ଖେଳର ଉପକରଣ ଏତେ ଦାମିକା ନୁହଁ ।

ଆଗାମୀ ଦିନରେ ପିକେଲ ବଲ ଖେଳକୁ ଓଡ଼ିଶାରେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯିବ । ଜାତୀୟ ସ୍ତରରେ ଓ ଅନ୍ତର୍ଜାତିକ ସ୍ତରରେ ଓଡ଼ିଆ ଖେଳାଳି କିପରି ସୁନାମ ଅର୍ଜନ କରିବେ ସେ ନେଇ ଉଦ୍ୟମ ଆରମ୍ଭ କରାଯିବ ବୋଲି ଓଡିଶା ପିକେଲ ବଲ ଆସୋସିଏସନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ଭୁବନେଶ୍ୱରରୁ କ୍ୟାମେରା ମ୍ୟାନ ପ୍ରଶାନ୍ତ ସାହୁଙ୍କ ସହ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ ଓଟିଭି

  • Reported by:
  • NIRANJAN REDDY