• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୨୦୨୪ ଟି-୨୦ ବିଶ୍ୱକପ୍‌ ପାଇଁ ଆଉ ହାତରେ ଅଧିକ ସମୟ ନାହିଁ। ଆସନ୍ତା ଜୁନ୍‌ ମାସରେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ୍‌। ଦିନିକିଆ ବିଶ୍ୱକପ୍‌ରେ ପରାଜୟ ପରେ ଟି-୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି ଟିମ୍‌ ଇଣ୍ଡିଆ। ନିକଟରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚଟି ଟି -୨୦ ମ୍ୟାଚ୍ ଖେଳିଛି। ଏବେ ଦକ୍ଷିଣ ଆଫ୍ରିକାରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବ ଭାରତ।

ତେବେ ଏହାରି ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଧିନାୟକ କିଏ ହେବେ। ତାହାକୁ ନେଇ ଏବେ ଚିତ୍ର ସ୍ପଷ୍ଟ ହୋଇନାହିଁ । ଯଦିଓ ରୋହିତ ଶର୍ମା ତିନୋଟି ଫର୍ମାଟରେ ଅଧିନାୟକ ଅଛନ୍ତି, କିନ୍ତୁ ବିଗତ ଏକ ବର୍ଷ ମଧ୍ୟରେ ସେ ଗୋଟିଏ ବି ଟି-୨୦ ମ୍ୟାଚ୍‌ ଖେଳିନାହାନ୍ତି। ଗତ ବର୍ଷର ବିଶ୍ୱକପରେ ରୋହିତଙ୍କ ଶେଷ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ।

ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପରେ ରୋହିତ ଭାରତୀୟ ଦଳର ନେତୃତ୍ୱ ନେବେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏହି ଖବର ଉପରେ ଏବେ ବଡ଼ ବୟାନ ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ସେ କହିଛନ୍ତି ଯେ ଏ ବାବଦରେ ନିଷ୍ପତ୍ତି ନେବାକୁ ଏବେ ପର୍ଯ୍ୟାପ୍ତ ସମୟ ଅଛି । ଜୟ ଶାହା ଶନିବାର ମୁମ୍ବାଇରେ ସାମ୍ବାଦିକମାନଙ୍କୁ କହିଛନ୍ତି, 'ବର୍ତ୍ତମାନ ଏହା ଉପରେ ସ୍ପଷ୍ଟୀକରଣର ଆବଶ୍ୟକତା କ’ଣ ? ଜୁନ୍ ମାସରୁ ଟି -୨୦ ବିଶ୍ୱକପ୍ ଆରମ୍ଭ ହେବ। ଏହାପୂର୍ବରୁ ଆଇପିଏଲ୍ ଏବଂ ଆଫଗାନିସ୍ତାନ ବିପକ୍ଷରେ ଟି -୨୦ ସିରିଜ୍ ଖେଳାଯିବ। ଏହି ସିରିଜ୍‌ ପରେ କିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜୟ ଶାହ।

ସୂଚନା ଅନୁସାରେ ଦିନିକିଆ ବିଶ୍ୱକପ୍‌ ପରେ ରୋହିତ୍ ଶର୍ମାଙ୍କୁ ଟି-୨୦ ବିଶ୍ୱକପ୍‌ରେ ପୁଣି ଥରେ ଅଧିନାୟକ ପଦ ମିଳିବ ନା ଟିମ୍‌ ଇଣ୍ଡିଆ ଆଉ କାହା ସପକ୍ଷରେ ଯିବ ସେନେଇ ଚର୍ଚ୍ଚା ଜାରି ରହିଛି। ତେବେ ନିକଟରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ସିରିଜ୍‌ ସୂର୍ଯ୍ୟ କୁମାର ଯାଦବ ଓ ଆଜିଠାରୁ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ମଧ୍ୟ ସେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ଭାର ତୁଲାଇବେ।

OTV is now on Whatsapp

Join and get latest news update delivered to you via whatsapp

Join Now