/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700726008.jpg)
Gill stays on top, Kohli rises to third
ବିଶ୍ୱକପ ଶେଷ ହେବା ପରେ ଆଇସିସି ପକ୍ଷରୁ ଦିନିକିଆ ମାନ୍ୟତା ଘୋଷଣା କରା ଯାଇଛି । ବ୍ୟାଟିଂରେ ଶୁବମାନ ଗିଲ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । କିନ୍ତୁ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ଦେଇଥିବା ବିରାଟ କୋହଲି ତୃତୀୟକୁ ଉଠିଛନ୍ତି । ବିଶ୍ୱକପରେ ୭୬୫ ରନ କରିଥିବା ବିରାଟ କୋହଲି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହେବା ସହ ନିଜ ଦିନିକିଆ ରାଙ୍କିରେ ମଧ୍ୟ ଉନ୍ନତି ଘଟାଇ ପାରିଛନ୍ତି ।
ତେବେ ଗିଲଙ୍କ ଠାରୁ କୋହଲି ୩୩ ପଏଣ୍ଟ ପଛରେ ରହିଛନ୍ତି । ଅନ୍ୟପଟେ ଦ୍ୱିତୀୟରେ ପାକିସ୍ତାନର ବାବର ଆଜମ ରହିଛନ୍ତି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ଓପନର କ୍ୱିଣ୍ଟନ ଡି କକ୍ ଦୁଇଟି ସ୍ଥାନ ତଳକୁ ଖସି ପଞ୍ଚମରେ ରହିଥିବା ବେଳେ ନ୍ୟୁଜିଲାଣ୍ତର ଡାରିଲ ମିଚେଲ ଷଷ୍ଠ ସ୍ଥାନରେ ରହିଛନ୍ତି ।
ସେହିପରି ବୋଲିଂରେ କେଶବ ମହାରାଜା ଓ ଅଲରାଉଣ୍ତରରେ ସାକିବ ଅଲ ହାସନ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ବୋଲିଂ ମାନ୍ୟତାରେ ହାଜେଲଉଡ ୪ଟି ସ୍ଥାନର ଉନ୍ନତି ଘଟାଇ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ମହମ୍ମଦ ସିରାଜ ତୃତୀୟକୁ ଖସିଥିବା ବେଳେ ଜଶପ୍ରୀତ ବୁମରା ଚତୁର୍ଥରେ ରହିଛନ୍ତି ।
ସେହିପରି ଅଲରାଉଣ୍ତର ତାଲିକାରେ ରବିନ୍ଦ୍ର ଜାଡେଜା ଦଶମ ସ୍ଥାନରେ ରହିଛନ୍ତି । ଏକମାତ୍ର ଭାରତୀୟ ଭାବେ ସେ ଟପ-୧୦ରେ ସ୍ଥାନ ପାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)