/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700761655.jpg)
Ind Vs Aus T20
ବିଶ୍ୱକପ୍ ପରାଜୟର କ୍ଷତରେ ସାମାନ୍ୟ ମଲମ ଦେଲା ଟି-ଟ୍ୱେଣ୍ଟି ବିଜୟ । ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଆଜି ବାଜି ମାରିଛି ଭାରତ । ଅଷ୍ଟ୍ରେଲିଆକୁ ୨
ୱିକେଟରେ ଭାରତ ପରାସ୍ତ କରିଛି । ଭାରତ ଆଜି ପ୍ରଥମେ ଟସ୍ ଜିତି ଫିଲଡିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଅଷ୍ଟ୍ରେଲିଆ ୩ ୱିକେଟ ହରାଇ ୨୦୮ ରନ୍ କରିଥିଲା । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
Advertisment
୨୦୯ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଗୋଟିଏ ବଲ୍ ବାକି ଥାଇ ୮ ୱିକେଟରେ ଟାର୍ଗେଟ ହାସଲ କରିନେଇଥିଲା । ଧୂଆଁଧାର ବ୍ୟାଟିଂ କରି ସର୍ବାଧିକ ୮୦ ରନ୍ କରିଥିଲେ ସୂର୍ଯ୍ୟକୁମାର ଯାଦବ ଏବଂ ୫୮ ରନ କରିଥିଲେ ଇଶାନ୍ କିଶାନ । ଶେଷରେ ମ୍ୟାଚ୍ ଫିନିସ୍ କରିଥିଲେ ରିଙ୍କୁ ସିଂ । ଆଇପିଏଲ୍ରେ ଯେଉଁଭଳି ଛକା ମାରି ମ୍ୟାଚ୍ ଜିତାଉଥିଲେ । ଠିକ୍ ସେହିପରି ଆଜି ଶେଷ ବଲ୍ରେ ୧ ରନ୍ ଥିବା ବେଳେ ୬ ମାରି ମ୍ୟାଚ୍ ଜିତାଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)