/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700997489.jpg)
Subhranshu Senapati
ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ଛାଡ଼ିଲା ଚେନ୍ନାଇ ସୁପର କିଙ୍ଗ୍ସ। ଗତ ଦୁଇ ବର୍ଷ ହେବ ଏକମାତ୍ର ଓଡ଼ିଆ ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ସ୍ଥାନ ପାଇଥିଲେ ଶୁଭ୍ରାଂଶୁ ସେନାପତି। କିନ୍ତୁ ଚଳିତ ଆଇପିଏଲ ସିଜିନ୍ ଆରମ୍ଭ ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କୁ ଦଳରୁ ରିଲିଜ୍ କରିଛି ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱଧୀନ ସିଏସ୍କେ। ଶୁଭ୍ରାଂଶୁ ସେନାପତିଙ୍କ ସହ ଆଉ ମୋଟ୍ ୮ ଜଣ ଖେଳାଳିଙ୍କୁ ରିଲିଜ୍ କରିଛି ଚେନ୍ନାଇ।
୨୦୨୪ ଆଇପିଏଲ ସିଜିନ୍ ଆରମ୍ଭ ପୂର୍ବରୁ ଡିସେମ୍ବର ୧୯ରେ ହେବକୁ ଯାଉଛି ମିନି ନିଲାମୀ। ତେବେ ଏହି ନିଲାମ ପୂର୍ବରୁ ନଭେମ୍ବର ୨୬ ତାରିଖ ସୁଦ୍ଧା ସମସ୍ତ ଫ୍ରଞ୍ଚାଇଜ୍ କେଉଁ ଖେଳାଳିଙ୍କୁ ଦଳରୁ ରିଲିଜ୍ କରିବେ ଓ କାହାକୁ ରଖିବେ ସେନେଇ ତାଲିକା ପ୍ରକାଶ କରିବାକୁ କୁହାଯାଇଥିଲା । ତେବେ ଆଜି ପ୍ରକାଶ ପାଇଥିବା ଏହି ଲିଷ୍ଟରେ ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ରିଲିଜ୍ କରିଥିବା ସୂଚନା ମିଳିଛି। ସେନାପତିଙ୍କ ସହ ଚେନ୍ନାଇ ବେନ୍ ଷ୍ଟୋକ୍ସ, ପ୍ରିଟୋରିଓସ୍, ଅମ୍ବାତି ରାୟୁଡୁ ଓ ଜାମିସନ୍ ଭଳି ଖେଳାଳିଙ୍କୁ ରିଲିଜ୍ କରିଛି। ଯାହାଫଳରେ ଚେନ୍ନାଇ ୩୨.୧ କୋଟି ଟଙ୍କା ନେଇ ଡିସେମ୍ବର ୧୯ରେ ହେବାକୁ ଥିବା ମିନି ନିଲାମକୁ ଯିବ।
ସୂଚନା ଅନୁସାରେ ୨୦୨୨ ଆଇପିଏଲ ପୂର୍ବରୁ ହୋଇଥିବା ମିନି ନିଲାମିରେ ଶୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା ଚେନ୍ନାଇ। ସେ ସିଏସକେ ସହ ଦୁଇଟି ସିଜିନ୍ ରହିଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)