• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Anil Kumble , virat
କୋହଲିଙ୍କ ପାଇଁ ମୁସ୍କିଲ ବଢ଼ିଲା ! ଅନୀଲ କୁମ୍ବଲେ ପୁଣିଥରେ ହୋଇପାରନ୍ତି ଟିମ୍ ଇଣ୍ଡିଆର ହେଡ୍ କୋଚ୍

ହଟିବେ କି ରବି ଶାସ୍ତ୍ରୀ ? ଟି ୨୦ ବିଶ୍ୱକପ୍ ପରେ ପୁଣି ଥରେ ଟିମ୍ ଇଣ୍ଡିଆ କୋଚ୍ ଭାବେ ପ୍ରତ୍ୟାବର୍ତ୍ତନ କରିପାରନ୍ତି କୁମ୍ବେଲ । ବିରାଟ କୋହଲି ଟି -୨୦ର ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେବା ପାଇଁ ଆଲୋଚନା ଚାଲିଛି । ଆଉ ଏହାରି ମଧ୍ୟରେ ରବି ଶାସ୍ତ୍ରୀଙ୍କ ପରେ ଅନୀଲ କୁମ୍ବଲେ ଦଳର କୋଚ ହୋଇପାରିବେ ବୋଲି ଖବର ଆସିଛି ।

Virat Kohli
ଟି-୨୦ ଅଧିନାୟକ ପଦ ଛାଡ଼ିବେ ବିରାଟ

ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ କୋହଲି। ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ। ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି। ଏନେଇ ଟୁଇଟ୍ ଯୋଗେ ବିରାଟ କୋହଲି ସୂଚନା ଦେଇଛନ୍ତି। 

ICC announces a special award
କ୍ରିକେଟ ପଡିଆକୁ ଅନୁପ୍ରବେଶ କରିବା ପରେ ମିଳିଲା ସ୍ୱତନ୍ତ୍ର ପୁରସ୍କାର

ଖେଳ ପଡିଆରେ ଅଣ ଖେଳାଳିଙ୍କ ଅନୁପ୍ରବେଶ ନୂଆ ଘଟଣା ନୁହଁ।  ପଡିଆ ଭିତରକୁ ଅନୁପ୍ରବେଶ ନେଇ ଦଣ୍ଡିତ ହେବାର ନଜିର ମଧ୍ୟ ରହିଛି। ହେଲେ ଆୟର୍ଲାଣ୍ଡ  କ୍ରିକେଟ ପଡିଆରେ  ଅନୁପ୍ରବେଶକାରୀଙ୍କୁ ପୁରସ୍କୃତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ। ତେବେ କିଏ ଏହି ଅନୁପ୍ରବେଶକାରୀ ?

  • Thursday, 16 September 2021
  • ICC
IPL Auction
ଅକ୍ଟୋବର ୧୭ରେ ହେବ ଆଇପିଏଲର ଆଗାମୀ ଅକ୍ସନ୍: ଦୁଇ ନୂଆ ଦଳ ସାମିଲ୍

ଆଇପିଏଲ୍‌ର ଆଗାମୀ ସିଜନ୍‌ରେ ଦୁଇଟି ନୂଆ ଦଳ ସାମିଲ ହେବାକୁ ଯାଉଛନ୍ତି। ନୂଆ ଦଳ ନିଲାମ ପାଇଁ ବିସିସିଆଇ ପ୍ରସ୍ତୁତି ଚଳାଇଛି। ଏନେଇ ବିସିସିଆଇ ଦ୍ୱାରା ଅକ୍ଟୋବର ୧୭ରେ ନିଲାମ ପ୍ରକ୍ରିୟା ଆୟୋଜନ କରାଯାଇପାରେ। ୨୦୨୨ ରୁ ଆଇପିଏଲ୍‌ରେ ୮ ଟି ଟିମ୍ ପରିବର୍ତ୍ତେ ୧୦ଟି ଟିମ୍ ପ୍ରବେଶ କରିବେ। ଜାନୁଆରୀରେ ଏନେଇ ଏକ ମେଗା ଅକ୍ସନ୍ କରାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି।

Team India Captainship
ଟି -20 ବିଶ୍ୱକପ ପରେ କ୍ୟାପ୍ଟେନସିପ୍‌ ଛାଡିପାରନ୍ତି କୋହଲି; କିଏ ନେବ ତାଙ୍କ ସ୍ଥାନ ?

ଟି-20 ବିଶ୍ୱକପ ପରେ ବିରାଟ କୋହଲି ଟିମ ଇଣ୍ଡିଆର କ୍ୟାପଟେନ୍‌ସିପ୍ରୁ ଇସ୍ତଫା ଦେଇ ପାରନ୍ତି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ୱାନଡେ ଟିମ୍‌ ଏବଂ ଟି-20 ଦଳର ଦାୟିତ୍ୱ ଦିଆଯାଇପାରେ। ନିଜର ବୋଲିଂ ଉପରେ ଫୋକସ୍‌ କରିବା ପାଇଁ କୋହଲି ଏପରି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଦଳ ଓ ଟିମ୍‌ ମ୍ୟାନେଜମେଣ୍ଟ ସହ ମଧ୍ୟ ସେ ଆଲୋଚନା କରିଛନ୍ତି ।

Pramod Bhagat
ଡେପୁଟି କଲେକ୍ଟର ହେବା ମୋର ଲକ୍ଷ୍ୟ: ପ୍ରମୋଦ ଭଗତ

ଚାକିରି ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଭଲ ହେବ କହିଛନ୍ତି ପ୍ରମୋଦ। ସେପଟେ ପ୍ରମୋଦ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରମୋଦଙ୍କୁ ବିମାନ ବନ୍ଦରରୁ ଖୋଲା ଜିପରେ ଶୋଭାଯାତ୍ରା କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।

Pramod Bhagat Returns Odisha
ଓଡ଼ିଶା ଫେରିଲେ ସୁନା ପୁଅ ପ୍ରମୋଦ

ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସୁନା ପୁଅ ପ୍ରମୋଦ ଭଗତ ଓଡ଼ିଶା ଫେରିଛନ୍ତି। ଆଜି ଅପରାହ୍ଣରେ ପ୍ରମୋଦ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।

Team India
ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ଟି -୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଭାରତୀୟ ଚୟନକର୍ତ୍ତା ମୁମ୍ବାଇରେ ଟିମ୍ ଘୋଷଣା କରିଛନ୍ତି। ସବୁଠାରୁ ବଡ ଖବର ହେଉଛି ଆର୍‌ ଅଶ୍ୱିନଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କୁ ଦଳର ପରାମର୍ଶଦାତା କରାଯାଇଛି। ଦଳରେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଇଶାନ କିଶନଙ୍କ ଭଳି ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି।

Bumrah
୧୯୯୦ ପାକିସ୍ତାନର ପେସ୍ ଆକ୍ରମଣ ସହ ବୁମ୍‌ରା ତୁଳନା ହେବେ କି?

୧୯୯୦ର ପ୍ରତ୍ୟେକ ଭାରତୀୟ କ୍ରିକେଟ୍ ପ୍ରଶଂସକ ପାକିସ୍ତାନର ପେସ୍ ଆକ୍ରମଣ ପ୍ରତି ଈର୍ଷା କରୁଥିଲେ। ୱାସିମ୍ ଆକ୍ରାମ, ୱାକର ୟୁନିସ୍ ଏବଂ ଜଣେ ସ୍ପିନର (ମୁଶତାକ୍ ଅହମ୍ମଦ କିମ୍ବା ସାକ୍ଲେନ୍ ମୁସ୍ତାକ) ଙ୍କ ବିଦେଶରେ ଏକ ମ୍ୟାଚ୍‌କୁ ଟର୍ଣ୍ଣ କରିବାର କ୍ଷମତା ଆମକୁ ଭୟଭୀତ କରିଥିଲା ​​ଯେହେତୁ ଆମେ ସେହି ବିଜୟକୁ ଅପେକ୍ଷା କରିଥିଲୁ।

Pramod Bhagat
ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୬ କୋଟି

ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି। ୬ କୋଟି ଟଙ୍କା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି। ୬ କୋଟି ସହ ଗ୍ରୁପ୍ A ସରକାରୀ ଚାକିରି ଦିଆଯିବା ଘୋଷଣା କରାଯାଇଛି

Team India
ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ

ଭାରତର ଏହି ବିଜୟର ଦୁଇ ପ୍ରମୁଖ ନାୟକ ହେଲେ ଯଶପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଡେଜା। ଉଭୟ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍‌ରେ ଦୁଇଟି ଲେଖାଏଁ ୱିକେଟ ଦଖଲ କରି ରେକର୍ଡ ବୁକ୍‌ରେ ନିଜ ନାଁ ଲେଖାଇଛନ୍ତି। ବୁମ୍‌ରା ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ସବୁଠାରୁ କମ ମ୍ୟାଚ୍‌ରେ ନିଜ ଟେଷ୍ଟ କ୍ୟାରିୟରରେ ୧୦୦ତମ ୱିକେଟ ପୂରଣ କରିଛନ୍ତି।

Hockey Odisha Slams State Govt
ହକି ଓଡ଼ିଶାକୁ ଅଣଦେଖା କରି ହକି ଇଣ୍ଡିଆ ସହ ବୁଝାମଣା କରିବା ଉଚିତ୍‌ ନୁହେଁ: ହକି ଓଡ଼ିଶା ସମ୍ପାଦକ

ରାଜ୍ୟ ସରକାର ଓ ହକି ଓଡ଼ିଶା ମଧ୍ୟରେ ବାଧକ ସାଜିଛି ହକି ଇଣ୍ଡିଆ। ହକି ଇଣ୍ଡିଆ ଚାହୁଁ ନାହିଁ ରାଜ୍ୟ ସରକାରଙ୍କ ସହ ହକି ଓଡ଼ିଶା ସମ୍ପର୍କ ରଖୁ। ଆଉ ଏଥିଲାଗି ରାଜ୍ୟ ସରକାର ହିଁ ଦାୟୀ ବୋଲି ହକି ଓଡ଼ିଶା ଅଭିଯୋଗ ଆଣିଛି।

closing ceremony
ପ୍ରମୋଦ ଭଗତଙ୍କ ନାଁରେ ହେଲା ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ

ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍‌’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ। ଏଥିସହିତ ଏହି କୋର୍ଟକୁ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିବ।

India Vs Eng
ଇଂଲଣ୍ଡ ଆଗରେ ୩୬୮ ରନ୍‌ର ଟାର୍ଗେଟ୍ ଦେଲା ଭାରତ

ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୦ ରନ୍ କରିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକୀୟ (୫୯) ଭାଗିଦାରୀ କରିଥିଲେ। ଜାଡେଜା ୧୭ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ ପୁଣି ନିରାଶ କରି ଖାତା ଖୋଲିପାରିନଥିଲେ।

Pramod Bhagat
ଅଭାବ ଯୋଗୁଁ ଅଧାରୁ ପାଠପଢା ଛାଡ଼ିଦେଇଥିଲେ ପ୍ରମୋଦ

ସାନ ଭାଇ ଶେଖରଙ୍କ ସହ ମିଶି ପଙ୍ଖା ସଜାଡ଼ିବାଠୁ ଆରମ୍ଭ କରି ମୋଟର ବାଇଣ୍ଡିଂ କରି ପେଟ ପୋଷୁଥିଲେ। ଏତେ ଆର୍ଥିକ ଅନଟନ ଭିତରେ ଥାଇ ବି ବ୍ୟାଡମିଣ୍ଟନ୍ ମୋହରୁ କିନ୍ତୁ ସେ ମୁକୁଳି ପାରିନଥିଲେ। ପ୍ରମୋଦ ୟା ଭିତରେ ଟୋକିଓରେ ଇତିହାସର ରଚନା କରିଥିଲେ ବି ଏପଟେ ଅତାବିରାରେ ଆଜି ବି ଉଜ୍ଜିବୀତ ରହିଛି ତାଙ୍କ ଜୀବନଜୀବିକାର ପୁରୁଣା ସ୍ମୃତି ଇଲେକ୍ଟ୍ରିକ୍‌ ମରାମତି ଦୋକାନ।

Paralympic
ପାରାଲିମ୍ପିକ୍ସରେ ଇତିହାସ ରଚିଲା ଭାରତ: ୧୯ ଟି ପଦକ ଆଣିଲେ ଆଥ୍‌ଲେଟ୍‌

ପାରାଲିମ୍ପିକ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଟୋକିଓରେ ଭାରତୀୟ ଖେଳାଳି ଦେଶ ପାଇଁ ଜିତିଛନ୍ତି ୧୯ ଟି ପଦକ। ୫ ଟି ସ୍ୱର୍ଣ୍ଣ , ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଚ ପଦକ ସହ ୨୪ ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ।

Ravi Shastri
ରବି ଶାସ୍ତ୍ରୀଙ୍କୁ କରୋନା, ପ୍ରତି ଖେଳାଳୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର

ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବିସିସିଆଇ ମେଡିକାଲ୍ ଟିମ୍ ଶନିବାର ସନ୍ଧ୍ୟାରେ ଶାସ୍ତ୍ରୀଙ୍କର ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ସତର୍କତା ଦୃଷ୍ଟିରୁ ଶାସ୍ତ୍ରୀଙ୍କ ସମେତ ୪ ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି। ତେବେ ଟିମର ବାକି ଦୁଇ ସଦସ୍ୟଙ୍କର ରାପିଡ୍ ଟେଷ୍ଟ ହୋଇଛି। ଗୋଟିଏ ଶନିବାର ରାତିରେ ଏବଂ ଅନ୍ୟଟି ଆଜି ସକାଳେ ହୋଇଛି।

Krishna Nagar
ଟୋକିଓ ପାରାଲିମ୍ପିକ୍ସ : ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନାଗର

ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ପଦକ । ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନଗର । ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି କୃଷ୍ଣ ନାଗର ଜବରଦସ୍ତ ପ୍ରଦର୍ଶନ କରି ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ରବିବାର ଦିନ ସେ ବ୍ୟାଡମିଣ୍ଟନର ପୁରୁଷ ସିଙ୍ଗଲ୍ସ SH୬ ଫାଇନାଲରେ ହଂକଂର ଚୁ ମାନ୍ କୋଇଙ୍କୁ ୨୧-୧୭, ୧୬-୨୧, ୨୧-୧୭ ରେ ପରାସ୍ତ କରିଛନ୍ତି

Suhas Yathiraj
ପାରାଲିମ୍ପିକ୍ସରେ ସୁହାସ ୟାଥିରାଜଙ୍କୁ ରୌପ୍ୟ ପଦକ : ଭାରତକୁ ମିଳିଲା ୧୮ ତମ ପଦକ

ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସୁହାସ୍ ୟାଥିରାଜ ଇତିହାସ ସୃଷ୍ଟି କରିଛନ୍ତି । ଏସଏଲ୍-୪ ବର୍ଗର ଫାଇନାଲରେ ସୁହାସ୍ ୟାଥିରାଜ ଫ୍ରାନ୍ସର ଲୁକାସ ମାଜୁରଙ୍କ ଠାରୁ ପରାଜିତ ହେବା ପରେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି । ଲୁକାସ ମାଜୁର ସୁହାସଙ୍କୁ ୧୫-୨୧, ୧୭-୨୧, ୧୫-୨୧ରେ ପରାସ୍ତ କରିଛନ୍ତି ।

Pramod Bhagat
ଇତିହାସ ରଚିଲେ ଓଡ଼ିଆ ପୁଅ, ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଆଣିଲେ ପ୍ରମୋଦ

ଓଡ଼ିଆ ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ଫାଇନାଲରେ ଆରମ୍ଭରୁ ପ୍ରମୋଦଙ୍କ ପଲ୍ଲା ଭାରି ରହିଥିଲା। ପ୍ରଥମ ସେଟ୍‌ରେ ବ୍ରିଟେନ୍ ଖେଳାଳି ଡାନ୍ ବେଥେଲଙ୍କୁ ହରାଇ ଆଗୁଆ ରହିଥିଲେ ପ୍ରମୋଦ। ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି SL -3 ରେ ଫାଇନାଲରେ ପହଞ୍ଚିଥିଲେ।

Manish Narwal
ସକାଳୁ ସକାଳୁ ଭାରତ ପାଇଁ ବଡ଼ ଖୁସି ଖବର, ସୁଟିଂରେ ସ୍ୱର୍ଣ୍ଣ ସହ ରୌପ୍ୟ ପଦକ

ସକାଳୁ ସକାଳୁ ଭାରତ ପାଇଁ ବଡ଼ ଖୁସି ଖବର । ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଲା ଆଉ ଦୁଇଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ସାମିଲ ଅଛି ।

Virender Sehwag Sourav Ganguly
ଗାଙ୍ଗୁଲିଙ୍କୁ ନେଇ KBCରେ ବଡ଼ ଖୁଲାସା କଲେ ସେହୱାଗ୍‌

ସୌରଭ ଗାଙ୍ଗୁଲି ଏବଂ ବିରେନ୍ଦର ସେହୱାଗଙ୍କ ଯୋଡି କ୍ରିକେଟ୍ ମଇଦାନରେ ଭାରତୀୟ ଟିମ୍‌କୁ ଅନେକ ମ୍ୟାଚ୍ ଜିତାଇଛି । ଉଭୟ ଗାଙ୍ଗୁଲି ଏବଂ ସେହୱାଗ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବେଶ ଜଣାଶୁଣା ।

Pramod Bhagat
ସ୍ୱର୍ଣ୍ଣ ଠାରୁ ଗୋଟିଏ ପାଦ ଦୂରରେ ପ୍ରମୋଦ୍ ଭଗତ୍ : ପାରାଲିମ୍ପିକ୍ସରେ ପଦକ ନିଶ୍ଚିତ କଲେ ଓଡ଼ିଆ ପୁଅ

ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗବତ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି । ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ SL3 ଶ୍ରେଣୀ ସେମିଫାଇନାଲରେ ପ୍ରମୋଦ ଭଗତ ଜାପାନରେ ଫୁଜିହାରାକୁ ୨-୦ ରେ ପରାସ୍ତ କରିଛନ୍ତି । ସେମିଫାଇନାଲ ମୁକାବିଲାରେ ୨୧-୧୧, ୨୧ ବିଜୟ ହାସଲ କରିଛନ୍ତି

Avni Lekhara, Prabin Kumar
Tokyo Paralympics: ଇତିହାସ ରଚିଲେ ଅବନୀ, ପ୍ରବୀଣ କୁମାର ଦେଲେ ରୌପ୍ୟ

ଟୋକିଓ ପାରା ଅଲିମ୍ପିକ୍ସରେ ଦେଶ ପାଇଁ ପୁଣି ପଦକ ଆଣିଲେ ଶୁଟର ଅବନୀ ଲେଖରା । ୫୦ ମିଟର ରାଇଫଲ ପ୍ରତିଯୋଗିତାରେ ସେ ପୁଣି ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂର୍ବରୁ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଜିତି ଗୌରବ ଆଣିଥିଲେ ଅବନୀ ।

Avani Lekhra
ସ୍ୱର୍ଣ୍ଣ ପରେ ଭାରତକୁ ବ୍ରୋଞ୍ଚ୍‌ ଦେଲେ ଅବନୀ

ଇଭେଣ୍ଟରେ ୧୯ ବର୍ଷୀୟା ଅବନୀ ୪୪୫.୯ ସ୍କୋର ସହ ତୃତୀୟ ସ୍ଥାନରେ ରହି ଏହି ପଦକ ନିଜ ନାଁରେ କରିଛନ୍ତି। ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କୁଇପିଙ୍ଗ ଝାଙ୍ଗ। ସେ ଫାଇନାଲରେ ୪୫୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜର୍ମାନୀର ନତାଶା ହିଲଟ୍ରପ୍ ୪୫୭.୧ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି।