/odishatv-khabar/media/post_attachments/uploadimage/library/16_9/16_9_0/____1662532184.jpg)
Asia Cup 2022
ଗତକାଲି ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ(Asia Cup 2022) ସୁପର୍-୪ ମ୍ୟାଚ୍ରେ ଶ୍ରୀଲଙ୍କାଠାରୁ ହାରିବା ପରେ ଭାରତର ଫାଇନାଲକୁ ଯିବା ଆଶା କ୍ଷୀଣ ହୋଇଛି। ଏବେ ଟିମ୍ ଇଣ୍ଡିଆର ଫର୍ମ ଅପେକ୍ଷା ଅନ୍ୟଦଳର ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରୁଛି। ଏବେ ଭାରତର ନଜର ପାକିସ୍ତାନର ମ୍ୟାଚ୍ ଉପରେ ରହିଛି।
ଆଫଗାନିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ପ୍ରଦର୍ଶନ ଉପରେ ଟିମ୍ ଇଣ୍ଡିଆର ଭାଗ୍ୟ ନିର୍ଭର କରୁଛି। ଏଥିସହ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଭାରତକୁ ବଡ ବିଜୟର ଆବଶ୍ୟକତା ରହିଛି। ଏହାପରେ ନେଟ୍ ରନ୍ ରେଟ୍ ଆଧାରରେ କିଏ ଫାଇନାଲକୁ ଯିବ ସେନେଇ ସ୍ଥିର ହେବ। ଗତକାଲି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଭାରତ ୬ ୱିକେଟ୍ରେ ହାରି ଯାଇଥିଲା।
ଜାଣନ୍ତୁ, ୨୦୧୮ ମସିହାରେ ଏସିଆ କପ୍ ଟାଇଟଲ୍ ଜିତିଥିବା ଟିମ୍ ଇଣ୍ଡିଆ କାହିଁକି ଚଳିତ ଥର ଫାଇନାଲକୁ ଯିବାକୁ ସଂଘର୍ଷ କରୁଛି...
ଚଳିତ ଥର ଟିମ୍ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟିଂ ଅର୍ଡର ଫେଲ୍ ମାରିଛି। ବିଶେଷ କରି ୯ରୁ୧୫ ଓଭର ମଧ୍ୟରେ ଭାରତ ଭଲ ସ୍କୋର୍ କରିପାରୁନାହିଁ। ଏଥିସହ ଡେଥ୍ ଓଭରରେ ଦୁର୍ବଳ ବୋଲିଂ ହାରିବାର ପ୍ରମୁଖ କାରଣ ରହିଛି। ଗତକାଲି ୧୯ ତମ ଓଭରରେ ଭୁବନେଶ୍ୱର କୁମାର ଶ୍ରୀଲଙ୍କା ବ୍ୟାଟିଂ ଲାଇନ୍କୁ ରୋକିପାରି ନଥିଲେ। ରୋହିତଙ୍କ ଦୁର୍ବଳ କ୍ୟାପଟେନସିକୁ ଦାୟୀ କରିବା ସହ ଆଗାମୀ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ପ୍ରଭାବିତ ହୋଇପାରେ ବୋଲି କିଛି କ୍ରୀଡା ସମୀକ୍ଷକ କହିଛନ୍ତି।
ଗତକାଲି ଏସିଆ କପ୍ର ରୋମାଞ୍ଚକର ମ୍ୟାଚ୍ରେ ଭାରତ ପରାଜୟ ହୋଇଛି। ଶ୍ରୀଲଙ୍କା ୬ ୱିକେଟରେ ଜିତିଛି। ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍ ବାକିଥାଇ ହାସଲ କରି ନେଇଛି ଶ୍ରୀଲଙ୍କା କ୍ରିକେଟ ଟିମ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)