Advertisment

ଶେଷ ଓଭରରେ ଅର୍ଶଦୀପଙ୍କ କଥା ଶୁଣିଲେନି ରୋହିତ ! ରାଗିଲେ ଫ୍ୟାନ୍ସ, ଭିଡିଓ ଭାଇରାଲ୍‌...

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଶେଷ ଓଭରରେ ଯୁବ ବୋଲର ଅର୍ଶଦୀପ ସିଂ ବୋଲିଂ କରିଥିଲେ। ତାଙ୍କ ଉପରେ ୭ ରନ୍‌ ବଞ୍ଚାଇ ରଖିବାର ଦାୟିତ୍ୱ ଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Asia Cup 2022

Asia Cup 2022

ଗତକାଲି ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ(Asia Cup 2022) ସୁପର୍‌-୪ ରୋମାଞ୍ଚକର ମ୍ୟାଚ୍‌ରେ ଶ୍ରୀଲଙ୍କାଠାରୁ ହାରିବା ପରେ ଭାରତର ଫାଇନାଲକୁ ଯିବା ଆଶା କ୍ଷୀଣ ହୋଇଛି। ୬ ୱିକେଟରେ ଶ୍ରୀଲଙ୍କା ଜିତିଛି। ଶେଷ ଓଭର ଯାଏ ମ୍ୟାଚ୍‌ ପୁରା ରୋମାଞ୍ଚକର ଥିଲା। କେଉଁଠି ନା କେଉଁଠି ଭାରତୀୟ ଫ୍ୟାନ୍ସମାନେ ଟିମ୍‌ ଇଣ୍ଡିଆ ଜିତିବ ବୋଲି ଆଶା ରଖିଥିଲେ। ହେଲେ ଟିମ୍‌ ଇଣ୍ଡିଆକୁ ପରାଜୟ ଦେଖିବାକୁ ପଡ଼ିଥିଲା। ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍ ବାକି ଥାଇ ଶ୍ରୀଲଙ୍କା ଟିମ୍‌ ମ୍ୟାଚ୍‌ ଜିତିଛି।

Advertisment

ଏସିଆ କପ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଲଗାତାର ଭାବେ ଦୁଇ ଦୁଇ ଥର ପରାଜୟ ହୋଇଛି। ଫଳରେ ଭାରତର ଫାଇନାଲକୁ ଯିବା ଆଶା କ୍ଷୀଣ ହୋଇଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଶେଷ ଓଭରରେ ଯୁବ ବୋଲର ଅର୍ଶଦୀପ ସିଂ ବୋଲିଂ କରିଥିଲେ। ତାଙ୍କ ଉପରେ ୭ ରନ୍‌ ବଞ୍ଚାଇ ରଖିବାର ଦାୟିତ୍ୱ ଥିଲା। ଏସବୁ ଭିତରେ ମ୍ୟାଚ୍‌ର ଶେଷ ଓଭରର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଅର୍ଶଦୀପ କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କ ପାଖକୁ ଆସୁଛନ୍ତି ଓ ତାଙ୍କୁ କିଛି କହିବାକୁ ଚାହୁଁଛନ୍ତି। ହେଲେ ଏହି ସମୟରେ ରୋହିତ ତାଙ୍କ କଥା କିଛି ନଶୁଣି ତୁରନ୍ତ ମୁହଁ ବୁଲାଇ ଚାଲି ଯାଉଛନ୍ତି। 

Advertisment

ଏବେ ଏହି ଭାଇରାଲ୍‌ ଭିଡିଓ କୁ ନେଇ ଫ୍ୟାନ୍ସ କମେଣ୍ଟ କରିଛନ୍ତି ଯେ, ଅର୍ଶଦୀପଙ୍କ ପରାମର୍ଶ ରୋହିତ ଶର୍ମା ଶୁଣି ନଥିଲେ। କ’ଣ ଫିଲ୍ଡିଂରେ କିଛି ପରିବର୍ତ୍ତନ ଚାହୁଁଥିଲେ କି ଅର୍ଶଦୀପ ? ଭାଇରାଲ୍‌ ଭିଡିଓକୁ ନେଇ କିଛି ପ୍ୟାନ୍ସ ରୋହିତଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଛନ୍ତି। ଏପରିକି ଏହି ଭିଡ଼ିଓକୁ ନେଇ ଫ୍ୟାନ୍ସ memes ମଧ୍ୟ କରିଛନ୍ତି। 

ସୂଚନାଥାଉ କି, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କ୍ୟାଚ୍‌ ଡ୍ରପ୍‌ କରିବା ପରେ ସୋସିଆଲ୍‌ ମିଡିଆରେ ଫ୍ୟାନ୍ସ ଅର୍ଶଦୀପଙ୍କୁ ଟାର୍ଗେଟ୍‌ କରିଥିଲେ। ଏପରିକି ତାଙ୍କୁ ଟ୍ରୋଲ୍‌ ମଧ୍ୟ କରାଯାଇଥିଲା। ଏତେ ଚାପ ପରେ ମଧ୍ୟ ୨ଟି ମ୍ୟାଚ୍‌ରେ ଶେଷ ଓଭରରେ ଅର୍ଶଦୀପ ବୋଲିଂ କରିଥିଲେ ଓ ଟିମ୍‌ ଇଣ୍ଡିଆକୁ ମ୍ୟାଚ୍‌ ଜିତାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ। 

ତେବେ ମ୍ୟାଚ୍‌ ପରେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା ଅର୍ଶଦୀପଙ୍କୁ ପ୍ରଶଂସା କରିଥିଲେ। ଚାପ ସତ୍ତ୍ୱେ ମଧ୍ୟ ସେ(ଅର୍ଶଦୀପ) ବହୁତ ଭଲ ବୋଲିଂ କରିଥିଲେ। ଜଣେ ଯୁବ ଖେଳାଳିଙ୍କ ଏଭଳି ପ୍ରଦର୍ଶନ ବହୁତ ଭଲ ବୋଲି ରୋହିତ କହିଥିଲେ। 

Asia Cup 2022 Arshdeep Singh Ind Vs SL Rohit Sharma Team India
Advertisment
Advertisment