• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏସିଆ କପ୍ ୨୦୨୨ ସିଜନ୍‌ ବର୍ତ୍ତମାନ ଅଧିକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି । ଟିମ୍ ଇଣ୍ଡିଆ ଏବଂ ଆଫଗାନିସ୍ତାନ ମ୍ୟାଚ୍‌ରୁ ବାହାର ହୋଇ ଯାଇଥିବା ବେଳେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଟିମ୍‌ ଫାଇନାଲରେ ପହଞ୍ଚିଛନ୍ତି । ତେବେ ଏହାରି ମଧ୍ୟରେ ହାରି ଯାଇଥିବା ଦଳର ପ୍ରଶଂସକଙ୍କ ମଧ୍ୟରେ ନିରାଶା ଏବଂ କ୍ରୋଧ ଭାବ ସ୍ପଷ୍ଟ ଦେଖିବାକୁ ମିଳିଛି ।

ବୁଧବାର ତଥା ସେପ୍ଟେମ୍ବର ୭ ତାରିଖରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଟିମ୍‌ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଖୁବ୍‌ ରୋମାଞ୍ଚକର ଥିଲା ଏହି ମ୍ୟାଚ୍‌ । ଶେଷ ଓଭରରେ ମଧ୍ୟ ମ୍ୟାଚ୍ କାହା ସପକ୍ଷରେ ଯିବ ଜଣାପଡ଼ୁ ନଥିଲା । କିନ୍ତୁ ପାକିସ୍ତାନ ଶେଷ ଓଭରରେ ଲଗାତାର ଦୁଇଟି ଛକା ମାରି ମ୍ୟାଚ୍ ହାତେଇ ନେଲା ।

ମ୍ୟାଚ୍ ଜିତିବା ପରେ ପାକିସ୍ତାନୀ ପ୍ରଶଂସକମାନେ ଷ୍ଟାଡିୟମରେ ଉତ୍ପାତ ଆରମ୍ଭ କରିଦେଇଥିଲେ । ଖୁସିରେ ନାଚିବା ସହ ଆଫଗାନୀ ଫ୍ୟାନ୍‌ଙ୍କୁ ଜାଣିଶୁଣି ରଗାଇବା ପାଇଁ ବିଭିନ୍ନ ମନ୍ତ‍ବ୍ୟ ଦେଉଥିଲେ । ଏହାଦେଖି ଆଫଗାନୀ ପ୍ରଶଂସକ ରାଗ ଜର ଜର ହୋଇ ପାକ୍‌ ପ୍ରଶଂସକଙ୍କୁ ଆକ୍ରମଣ କରିଥିଲେ।

ଷ୍ଟାଡ଼ିୟମରେ ଉଭୟ ଦେଶର ଫ୍ୟାନ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ଖଣ୍ଡଯୁଦ୍ଧ । ହାତରେ ଚେୟାର ଉଠାଇ ପାକ୍‌ ଫ୍ୟାନ୍‌ଙ୍କ ଉପରକୁ ଫୋପାଡ଼ିଲେ ଆଫଗାନୀ । ପୂରା ଘଟଣା କ୍ୟାମେରାରେ କଏଦ୍‌ ହୋଇଯାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓ ରେ ସ୍ପଷ୍ଟ ଦେଖିବାକୁ ମିଳୁଛି, ଉତ୍ପାତ ମଚାଉଥିବା ପ୍ରଶଂସକଙ୍କ ହାତରେ ଆଫଗାନିସ୍ତାନ ପତାକା ଅଛି । ନିଜ ନିଜ ପୋଷାକ ଓ ଶରୀରରେ ମଧ୍ୟ ଦେଶର ପତାକା ଲଗାଇଛନ୍ତି । ସେମାନେ ଯେଉଁ ଲୋକଙ୍କ ଉପରକୁ ଚେୟାର ଫୋପାଡ଼ୁଛନ୍ତି, ତାଙ୍କ ହାତରେ ପାକିସ୍ତାନୀ ପତାକା ଦେଖିବାକୁ ମିଳୁଛି । ପରାଜୟ ପରେ ଆଫଗାନିସ୍ତାନ ପ୍ରଶଂସକମାନେ ଏପରି କରିଥିବା ସ୍ପଷ୍ଟ ହୋଇଛି ।