/odishatv-khabar/media/post_attachments/uploadimage/library/16_9/16_9_0/Asia_Cup_1662918383.jpg)
Asia Cup
ଏସିଆ କପ୍ ଫାଇନାଲରେ ଜିତିଲା ଶ୍ରୀଲଙ୍କା। ଦୁବାଇରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ରେ ଶ୍ରୀଲଙ୍କା ଚାମ୍ପିଅନ୍। ପାକିସ୍ତାନକୁ ୨୩ ରନ୍ରେ ହରାଇ ଶ୍ରୀଲଙ୍କା ଏସିଆ କପ୍ ଚାମ୍ପିଅନ୍ ହୋଇଛି। ଷଷ୍ଠ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହେଲା ଶ୍ରୀଲଙ୍କା। ଶ୍ରୀଲଙ୍କାର ୧୭୦/୬ ରନ ଜବାବରେ ପାକିସ୍ତାନ ୧୪୭ରେ ଅଲଆଉଟ୍ ହୋଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କା ଟିମ୍। ତେବେ ଶ୍ରୀଲଙ୍କାର ଦୁଇ ଓପନର ଜୋଡ଼ି ଶୀଘ୍ର ଆଉଟ ହେବା ପରେ ଧନଞ୍ଜୟ ଡିସିଲଭା କିଛି ଓଭର ପର୍ଯ୍ୟନ୍ତ ଟିମ୍ର ସ୍କୋର ବୋର୍ଡକୁ ଆଗେଇ ନେଇଥିଲେ।
ଦଳୀୟ ସ୍କୋର ୩୬ ଥିବା ବେଳେ ଟିମ୍ ୩ଟି ୱିକେଟ ହରାଇ ବିପତ୍ତିରେ ପଡ଼ିଥିଲା। ହେଲେ ରାଜପକ୍ଷଙ୍କ ଅପରାଜିତ ଅର୍ଦ୍ଧଶତକ ଶ୍ରୀଲଙ୍କାକୁ ଏକ ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇଥିଲା। ସେ ୪୫ଟି ବଲ୍ ଖେଳି ୭୧ ରନ୍ ସଂଗ୍ରହ କରିଥିଲେ। ଯାହା ଭିତରେ ୬ଟି ଚୌକା ଏବଂ ୩ଟି ଛକା ରହିଥିଲା ପାକିସ୍ତାନକୁ ୧୭୧ ରନ୍ ଟାର୍ଗେଟ୍ ଦେଇଥିଲା ଶ୍ରୀଲଙ୍କା। ରାଜପକ୍ଷ ଅପରାଜିତ ୭୧, ହାସରଙ୍ଗା ୩୬, ଧନଞ୍ଜୟ ୨୮ ଦମଦାର ବ୍ୟାଟିଂ ବଳରେ ଶ୍ରୀଲଙ୍କା ୧୭୦ ରନ୍ ସଂଗ୍ରହ କରିଥିଲା।
ଅନ୍ୟପଟେ ପାକିସ୍ତାନ ପକ୍ଷରୁ ହାରିସ ରୌଫ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ନସିମ୍ ସାହା, ସାଦବ ଖାନ ଓ ଇଫତିକାର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା ପାକିସ୍ତାନ୍। ଟପ୍ ଓପନର୍ ଶ୍ରୀଲଙ୍କାର ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ। ଶ୍ରୀଲଙ୍କାଠୁ ୨୩ ରନ୍ରେ ହାରିଲା ପାକିସ୍ତାନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)