Advertisment

ପଡ଼ିଆ ମଝିରେ ମୁହାଁମୁହିଁ: ଆଫଗାନିସ୍ତାନ ବୋଲର୍‌ଙ୍କୁ ପିଟିବା ପାଇଁ ବ୍ୟାଟ୍‌ ଉଠାଇଲେ ପାକିସ୍ତାନୀ ଖେଳାଳି

୧୯ ଓଭରରେ ପାକିସ୍ତାନୀ କ୍ରିକେଟର ଆସିଫ୍‌ ଅଲୀ ଓ ଆଫଗାନିସ୍ତାନ ବୋଲର୍‌ ଫରିଦ୍‌ ଅହମ୍ମଦଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ମାର୍‌ପିଟ୍‌ ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Asia Cup 2022: Pakistan vs Afghanistan Match

Asia Cup 2022: Pakistan vs Afghanistan Match

ଗତକାଲି ଏସିଆ କପ୍‌ ଟ୍ୱେଣ୍ଟି ୨୦ ଟୁର୍ଣ୍ଣାମେଣ୍ଟରେ (Asia Cup 2022) ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍‌ ହୋଇଥିଲା। ଯେତିକି ରୋମାଞ୍ଚକର ଥିଲା ଏହି ମ୍ୟାଚ୍‌ ସେତିକି ଆକ୍ସନ ଓ ଡ୍ରାମା ମଧ୍ୟ ଏଥିରେ ଦେଖିବାକୁ ମିଳିଥିଲା। ଖାଲି ମ୍ୟାଚ୍‌ ଚାଲିଥିବା ସମୟରେ ନୁହେଁ ମ୍ୟାଚ୍‌ ପରେ ମଧ୍ୟ ହଙ୍ଗାମା ହୋଇଥିଲା। ମ୍ୟାଚ୍‌ ଚାଲିଥିବା ସମୟରେ ପଡ଼ିଆ ମଝିରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମ୍ୟାଚ୍‌ ପରେ ଫ୍ୟାନ୍ସଙ୍କ ମଧ୍ୟରେ ହଙ୍ଗାମା ହୋଇଥିଲା।  ମ୍ୟାଚ୍ ଜିତିବା ପରେ ପାକିସ୍ତାନୀ ପ୍ରଶଂସକମାନେ ଷ୍ଟାଡିୟମରେ ଉତ୍ପାତ ଆରମ୍ଭ କରି ଦେଇଥିଲେ। ଖୁସିରେ ନାଚିବା ସହ ଆଫଗାନୀ ଫ୍ୟାନ୍‌ଙ୍କୁ ଜାଣିଶୁଣି ରଗାଇବା ପାଇଁ ବିଭିନ୍ନ ମନ୍ତ‍ବ୍ୟ ଦେଉଥିଲେ। ଏହାଦେଖି ଆଫଗାନୀ ପ୍ରଶଂସକ ରାଗ ଜର ଜର ହୋଇ ପାକ୍‌ ପ୍ରଶଂସକଙ୍କୁ ଆକ୍ରମଣ କରିଥିଲେ।

Advertisment

ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି  ୬ ୱିକେଟ୍‌ରେ ୧୨୯ ରନ୍‌ କରିଥିଲା। ଏହାପରେ ସମସ୍ତଙ୍କୁ ଲାଗିଥିଲା ପାକିସ୍ତାନ ଅତି ସହଜରେ ରନ୍‌କୁ ଟାର୍ଗେଟ୍‌ କରି ମ୍ୟାଚ୍‌ ହାତେଇବା ସହ ଫାଇନାଲ୍‌ରେ ପହଞ୍ଚିବ। ହେଲେ ଆଫଗାନିସ୍ତାନର ବୋଲର୍‌ ପାକିସ୍ତାନ କ୍ରିକେଟରଙ୍କ ମୁସ୍କିଲ୍‌କୁ ବଢ଼ାଇ ଦେଇଥିଲେ। ଶେଷ ଓଭରରେ ମଧ୍ୟ ଏହା ଲାଗୁଥିଲା ଯେ, ପାକିସ୍ତାନ ମ୍ୟାଚ୍‌ ହାରିଯିବ। କାରଣ ପାକିସ୍ତାନ ୧୧୯ ରନ୍‌ କରିବା ସହ ୯ ୱିକେଟ୍‌ ହରାଇ ସାରିଥିଲା। ହେଲେ ନସିମ୍‌ ଶାହ ପୁରା ଗେମ୍‌କୁ ବଦଳାଇ ଦେଇଥିଲେ। ଶେଷ ଓଭରର ପ୍ରଥମ ୨ଟି ବଲ୍‌ରେ ୨ଟି ଛକା ମାରି ସେ ପାକିସ୍ତାନକୁ ଜିତାଇ ଥିଲେ। 

ପିଟିବା ପାଇଁ ବ୍ୟାଟ୍‌ ଉଠାଇଲେ ପାକ୍‌ ଖେଳାଳି...

ତେବେ ଏହି ରୋମାଞ୍ଚକର ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆ ମଝିରେ ଉଭୟ ଟିମ୍‌ର ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେତେବେଳେ ପାକିସ୍ତାନ ଟିମ୍‌ ବ୍ୟାଟିଂ କରୁଥିଲେ, ସେହି ସମୟରେ ଏପରି କିଛି ଘଟିଲା ଯାହା ଫ୍ୟାନ୍ସଙ୍କୁ ନିରାଶ କରିଥିଲା। ୧୯ ଓଭରରେ ପାକିସ୍ତାନୀ କ୍ରିକେଟର ଆସିଫ୍‌ ଅଲୀ ଓ ଆଫଗାନିସ୍ତାନ ବୋଲର୍‌ ଫରିଦ୍‌ ଅହମ୍ମଦଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ମାର୍‌ପିଟ୍‌ ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା। ଏପରିକି ଆସିଫ୍‌, ଫରିଦଙ୍କୁ ପିଟିବା ପାଇଁ ବ୍ୟାଟ୍‌ ମଧ୍ୟ ଉଠାଇଥିଲେ। ହେଲେ ଅମ୍ପାୟର ଓ ଆଫଗାନିସ୍ତାନ ଖେଳାଳି ଠିକ୍‌ ସମୟରେ ପହଞ୍ଚି ଉଭୟ ଖେଳାଳିଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ଶାନ୍ତ କରିଥିଲେ। 

Advertisment

ଆସିଫଙ୍କୁ ଆଉଟ୍‌ କରିଥିଲେ ଫରିଦ୍‌...

ଆସିଫ୍‌ଙ୍କୁ ଆଉଟ୍‌ କରିବା ପରେ ଫରିଦ୍‌ ପୁରା ଖୁସି ହୋଇଯାଇଥିଲେ ଓ ପାଭିଲିୟନ ଆଡ଼କୁ ଯାଉଥିବା ଆସିଫ୍‌ଙ୍କୁ ପଛରୁ ଆସି କିଛି କହିଥିଲେ। ଏଥିରେ ଆସିଫ୍‌ ରାଗିଯାଇ ଫରିଦଙ୍କୁ ପିଟିବା ପାଇଁ ବ୍ୟାଟ୍‌ ଉଠାଇଥିଲେ। ଏହାଦେଖି ଅମ୍ପାୟର ଓ ଆଫଗାନିସ୍ତାନ ଖେଳାଳି ଠିକ୍‌ ସମୟରେ ପହଞ୍ଚି ଉଭୟ ଖେଳାଳିଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ଶାନ୍ତ କରିଥିଲେ। ନହେଲେ ସେହି ସମୟରେ କିଛି ବି ହୋଇଥାନ୍ତା। ଏସବୁର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। 

Asia Cup 2022 Pakistan Vs Afghanistan Asif Ali Fareed Ahmad
Advertisment
Advertisment