• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଣି ଚର୍ଚ୍ଚାରେ ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି । ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ସେ ଏବେ କରୁଛନ୍ତି ରାଜ୍‌ । ସେ ବର୍ତ୍ତମାନ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । କିଙ୍ଗ୍‌ କୋହଲି ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ପ୍ରଥମ କ୍ରିକେଟର ଭାବେ ଟ୍ୱିଟରରେ ବର୍ତ୍ତମାନ କୋହଲିଙ୍କର ୫୦ ମିଲିୟନ ଫଲୋଅର୍ସ ରହିଛନ୍ତି । କେବଳ ଟ୍ୱିଟର୍‌ ନୁହେଁ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ବି ସେ ବହୁତ ପପୁଲାର । ଇନ୍‌ଷ୍ଟାଗ୍ରାମ୍‌ରେ ବି ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପରେ ତାଙ୍କର ଅଧିକ ଫଲୋଅର୍ସ ରହିଛନ୍ତି ।

ତେବେ ଆସନ୍ତୁ ଜାଣିବା ବିରାଟଙ୍କ ପରେ ଆଉ କେଉଁ ଭାରତୀୟ ଖେଳାଳିଙ୍କ ଟ୍ୱିଟର୍‌ରେ ଅଧିକ ଫଲୋଅର୍ସ ରହିଛନ୍ତି ।

ବିରାଟ କୋହଲି : ପ୍ରଥମେ ଏହି ରେସ୍‌ରେ ଆଗୁଆ ରହିଛନ୍ତି ବିରାଟ କୋହଲି । ୩୩ ବର୍ଷୀୟ କ୍ରିକେଟର ବିରାଟ କୋହଲି ଇନଷ୍ଟାଗ୍ରାମରେ ତୃତୀୟ ଲୋକପ୍ରିୟ ଆଥଲେଟ୍ ଅଟନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ୨୧୨ ମିଲିୟନ ଫଲୋଅର୍ସ ରହିଛନ୍ତି । ଏହାଛଡ଼ା ୪୯ ମିଲିୟନରୁ ଅଧିକ ଫେସବୁକ ପ୍ରଶଂସକ ମଧ୍ୟ ରହିଛନ୍ତି । ଏବେଯାଏଁ ସୋସିଆଲ ମିଡିଆରେ ସମୁଦାୟ ୩୧୦ ମିଲିୟନ ଫଲୋଅର୍ସ ବିରାଟଙ୍କ ରହିଛି ।

ସଚିନ୍‌ ଚେନ୍ଦୁଲକର୍‌: ‘ଗଡ୍‌ ଅଫ୍‌ କ୍ରିକେଟ୍‌’ କୁହାଯାଉଥିବା କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ମଧ୍ୟ ସୋସିଆଲ୍‌ ମିଡିଆ ସବୁ ପ୍ଲାଟଫର୍ମରେ ବେଶ୍‌ ପପୁଲାର୍‌ । ଶାନ୍ତ ମନୋଭାବ ଏବଂ ଉନ୍ନତ କ୍ରିକେଟ୍ ପ୍ରଦର୍ଶନ ସହିତ ଏହି ଖେଳାଳି ତାଙ୍କ କ୍ୟାରିୟରରେ ଅର୍ଜନ କରିଥିବା ସମ୍ମାନକୁ କେହି ମେଳ କରିପାରିବେ ନାହିଁ । ତାଙ୍କର ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ ବରଂ ସେ ଜଣେ ବିଶ୍ୱ ପ୍ରସିଦ୍ଧ କ୍ରୀଡ଼ାବିତ୍‌ ମଧ୍ୟ । ଇନଷ୍ଟାଗ୍ରାମରେ 'ମାଷ୍ଟର ବ୍ଲାଷ୍ଟର'ର ପ୍ରାୟ ୩୧.୫ ମିଲିୟନ, ଟ୍ୱିଟରରେ ୩୫.୯ ମିଲିୟନ ଏବଂ ଫେସବୁକରେ ପ୍ରାୟ ୩୭ ମିଲିୟନ୍‌ ଫଲୋଅର୍ସ ଅଛନ୍ତି । ସୋସିଆଲ ମିଡିଆରେ ରାଜ୍‌ କରୁଥିବା କ୍ରିକେଟର ତାଲିକାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ରୋହିତ ଶର୍ମା: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କର ଇନଷ୍ଟାଗ୍ରାମରେ ୨୦.୪ ମିଲିୟନ, ଟ୍ୱିଟରରେ ୧୯.୩ ମିଲିୟନ ଏବଂ ଫେସବୁକରେ ୨୦ ମିଲିୟନ ଫଲୋଅର୍ସ ଅଛନ୍ତି । ଏହି ତାଲିକାରେ ‘ହିଟମ୍ୟାନ୍’ ୩ ନମ୍ବରରେ ଅଛନ୍ତି ।

ହାର୍ଦ୍ଦିକ ପାଣ୍ତ୍ୟା: ବର୍ତ୍ତମାନ ଟିମ୍‌ ଇଣ୍ତିଆରେ ସବୁଠାରୁ ଷ୍ଟାଇଲିସ୍ ଭାରତୀୟ କ୍ରିକେଟର ଭାବେ ପରିଟିତ ହାର୍ଦ୍ଦିକ ପାଣ୍ତ୍ୟା ତାଙ୍କର ଆଧୁନିକ ଏବଂ ଫ୍ୟାସନେବଲ୍ ଜୀବନଶୈଳୀ ପାଇଁ ବେଶ୍ ଜଣାଶୁଣା । ସୋସିଆଲ ମିଡିଆରେ ହାର୍ଦ୍ଦିକଙ୍କର ବହୁତ ପ୍ରଶଂସକ ରହିଛନ୍ତି । ଇନଷ୍ଟାଗ୍ରାମରେ ୧୯.୩ ମିଲିୟନ୍‌, ଟ୍ୱିଟରରେ ୭ ମିଲିୟନ ଏବଂ ଫେସବୁକରେ ପ୍ରାୟ ୧୦ ମିଲିୟନ୍‌ ଫଲୋଅର୍ସ ଅଛନ୍ତି । ବିଶେଷକରି ସେ ତାଙ୍କର ଆକ୍ରମଣାତ୍ମକ ଖେଳ ଯୋଗୁଁ ବହୁତ ଲୋକପ୍ରିୟ ।

ଯୁବରାଜ ସିଂହ: ୬ଟି ବଲ୍‌ରେ ୬ଟି ଛକା ମାରିଥିବା ଷ୍ଟାର ଅଲରାଉଣ୍ତର ଯୁବରାଜ ସିଂହ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ପପୁଲାର୍‌ । ଇନଷ୍ଟାଗ୍ରାମରେ ୧୧.୮ ମିଲିୟନ୍‌, ଟ୍ୱିଟରରେ ୫.୪ ମିଲିୟନ୍‌ ଏବଂ ଫେସବୁକରେ ୧୦.୮ ମିଲିୟନ୍‌ ଫଲୋଅର୍ସ ଅଛନ୍ତି । ଯୁବରାଜ ୨୦୧୧ ଆଇସିସି ୱାର୍ଲ୍ଡକପ୍‌ର ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟ ଥିଲେ ।