Advertisment

ମନେରହିବ ଏସିଆ କପ୍‌ ଫାଇନାଲ: ବିନା ବଲ୍‌ରେ ବୋଲର୍‌ ଦେଲେ ୯ ରନ୍‌ !

ଓଭର୍‌ ଆରମ୍ଭ ନହେଉଣୁ ପାକିସ୍ତାନ୍‌କୁ ମିଳିଥିଲା ୯ରନ୍‌।

author-image
Chandan Shishu
ଅଦ୍ୟତନ ହୋଇଛି
Asia Cup

Asia Cup

ଏସିଆ କପ୍‌ର ଫାଇନାଲ ମ୍ୟାଚ୍‌ ବେଶ୍ ରୋମାଞ୍ଚକର ହୋଇଛି। ପାକିସ୍ତାନ୍-ଶ୍ରୀଲଙ୍କା ମଧ୍ୟରେ ଦୁବାଇରେ ଖେଳାଯାଇଥିବା ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କା ଚାମ୍ପିଅନ୍ ହୋଇଛି। ହେଲେ ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିଛି ରୋମାଞ୍ଚକର ଦୃଶ୍ୟ। ଓଭର୍‌ ଆରମ୍ଭ ନହେଉଣୁ ପାକିସ୍ତାନ୍‌କୁ ମିଳିଥିଲା ୯ରନ୍‌। ଏସିଆ କପ୍‌ ର ଫାଇନାଲ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇ ଶକ୍ତିଶାଳୀ ଟିମ୍‌ ପାକିସ୍ତାନ୍ ଓ ଶ୍ରୀଲଙ୍କା। ପାକିସ୍ତାନ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୦ ରନ୍‌ ସଂଗ୍ରହ କରିଥିଲା। ୧୭୧ ରନ୍‌ର କଷ୍ଟସାଧ୍ୟ ଟାର୍ଗେଟ୍‌କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ପାକିସ୍ତାନ୍।

Advertisment

ହେଲେ ଦ୍ୱିତୀୟ ଇଂନିସ୍‌ର ପ୍ରଥମ ଓଭର୍‌ର ପ୍ରଥମ ବଲ ହିଁ ମ୍ୟାଚ୍‌ର ବିରଳ ଦୃଶ୍ୟ ଥିଲା। ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିଲେ ଶ୍ରୀଲଙ୍କା ଘାତକ ବୋଲର ଦିଲସାନ୍‌ ମଦୁଶଙ୍କା। ହେଲେ ପ୍ରଥମ ବଲ୍‌ରେ ସେ ନୋ ବଲ୍‌ ପକାଇଥିଲେ। ଏହା ସହ ବିନା ବଲ୍‌ରେ ଅତିରିକ୍ତ ୧ ରନ୍‌ ଦେବା ସହ ପାକିସ୍ତାନ୍‌କୁ ଫ୍ରି ହିଟ୍‌ର ସୁଯୋଗ ମିଳିଥିଲା। ଆରମ୍ଭରୁ ହଡ଼ବଡ଼ ହୋଇଯାଇଥିଲେ ଦିଲଶାନ୍। ଦ୍ୱିତୀୟ ବଲ୍‌ ପକାଇଥିଲେ ମଧ୍ୟ ତାହା ୱାଇଡ୍‌ ହୋଇଥିଲା। ତୃତୀୟ ବଲ୍‌ ପକାଇବାକୁ ଯାଇ ୱାଇଡ୍‌ ପକାଇବା ସହ ୪ ରନ୍‌ ହୋଇଥିଲା। ଫଳରେ ଅତିରିକ୍ତ ୫ ରନ୍‌ ପାକିସ୍ତାନ୍‌ର ଖାତାକୁ ଯାଇଥିଲା। ଏହାପରେ ଦିଲଶାନ୍‌ ତାଙ୍କର ପରବର୍ତ୍ତୀ ଦୁଇଟି ବଲ୍‌ରେ ପୁଣି ୱାଇଡ୍‌ ପକାଇଥିଲେ।

ସେତେବେଳକୁ ବିନା ବଲ୍‌ରେ ପାକିସ୍ତାନ୍‌କୁ ଅତିରିକ୍ତ ୯ରନ୍‌ ମିଳିସାରିଥିଲା। ଓଭର୍‌ ଆରମ୍ଭ ନହେଉଣୁ ପାକିସ୍ତାନ୍‌ କରିଥିଲା ୯ରନ୍‌।  ଆଉ ଶେଷରେ ଅର୍ଥାତ୍‌ ୬ଷ୍ଠ ବଲ୍‌ରେ ଦିଲଶାନ୍‌ ଭଲ୍‌ ବୋଲିଂ କରିଥିଲେ, ମହମ୍ମଦ ରିଜୱାନ୍ ଫ୍ରି ହିଟ୍‌ର ଲାଭ ଉଠାଇବାରେ ବିଫଳ ହୋଇଥିଲେ, ମାତ୍ର ୧ ରନ୍‌ କରିପାରିଥିଲେ। ବିନା ବଲ୍‌ରେ ପାକିସ୍ତାନକୁ ୯ ରନ୍‌ ମିଳିଯାଇଥିବାରୁ ଦିଲଶାନ୍‌ଙ୍କ ଉପରେ ନିରାଶ ଥିଲେ। କିନ୍ତୁ ପ୍ରଥମ ଓଭର ଶେଷ ସୁଦ୍ଧା ପାକିସ୍ତାନ ରନ୍‌ ସ୍କୋର ୧୨ ଥିଲା। ତେବେ ଦିଲଶାନ୍‌ ବାକି ଓଭର୍‌ରେ ଭଲ୍‌ ବୋଲିଂ କରିଥିଲେ। ୩ ଓଭର୍‌ ବୋଲି କରି ସେ ୨୪ ରନ୍‌ ଦେଇଥିଲେ। 

Advertisment

ଦୁବାଇରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ ଶ୍ରୀଲଙ୍କା ଚାମ୍ପିଅନ୍ ହୋଇଛି। ପାକିସ୍ତାନକୁ ୨୩ ରନ୍‌ରେ ହରାଇ ଶ୍ରୀଲଙ୍କା ଏସିଆ କପ୍ ଚାମ୍ପିଅନ୍ ହୋଇଛି। ଷଷ୍ଠ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହେଲା ଶ୍ରୀଲଙ୍କା। ଶ୍ରୀଲଙ୍କାର ୧୭୦/୬ ରନ ଜବାବରେ ପାକିସ୍ତାନ ୧୪୭ରେ ଅଲଆଉଟ୍ ହୋଇଛି।

Asia Cup PAK Vs SL SL Vs PAK Asia Cup Final
Advertisment
Advertisment