Advertisment

ଭାରତୀୟ ସାମ୍ବାଦିକଙ୍କ ପ୍ରଶ୍ନବାଣରେ ଚିହିଁକି ଉଠିଲେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସଭାପତି

ପାକିସ୍ତାନର ପରାଜୟ ବରଦାସ୍ତ ହେଲାନି। ଏସିଆ କପ୍‌ରେ ଶ୍ରୀଲଙ୍କା ଠାରୁ ପାକସ୍ତାନ ହାରିବା ପରେ ରାଗିଗଲେ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ରମିଜ ରାଜା। ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ।

author-image
Manoranjan Behera
ଅଦ୍ୟତନ ହୋଇଛି
PCB Chief Ramiz Raja Snaps

PCB Chief Ramiz Raja

ଏସିଆ କପ୍ ଫାଇନାଲରେ ନିଜର ଦମଦାର ପ୍ରଦର୍ଶନ ବଳରେ ପାକିସ୍ତାନକୁ ହରାଇ ଷଷ୍ଠଥର ଚାମ୍ପିଆନ୍‌ ହୋଇଛି ଶ୍ରୀଲଙ୍କା । ଦୁବାଇରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନ୍‌ରେ ହରାଇ ଏସିଆ କପ୍ ଚାମ୍ପିଅନ୍ ହୋଇଛି । ଷଷ୍ଠ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହେଲା ଶ୍ରୀଲଙ୍କା । ପାକିସ୍ତାନ୍‌ର ହାର ନେଇ ଅନେକ ପ୍ରଶଂସକ ନିରାଶ ହୋଇଥିବା ବେଳେ ପାକିସ୍ତାନ୍‌ର ପୂର୍ବତନ ଖେଳାଳି ତଥା ପାକିସ୍ତାନ କ୍ରିକେଟ୍‌ ବୋର୍ଡର ସଭାପତି ରମିଜ୍‌ ରାଜା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି । ପାକିସ୍ତାନର ପରାଜୟକୁ ବରଦାସ୍ତ ନ କରିପାରି ରମିଜ୍‌ ଭାରତୀୟ ସାମ୍ବାଦିକଙ୍କ ସହ ଦୁର୍ବ୍ୟବାର କରିଥିବାର ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ଗତକାଲି ଶ୍ରୀଲଙ୍କାଠାରୁ ମ୍ୟାଚ୍‌ ହାରିବା ପରେ ହାର ବରଦାସ୍ତ କରିପାରିଲେନି ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ରମିଜ ରାଜା । ପାକିସ୍ତାନକୁ ୨୩ ରନରେ ପରାସ୍ତ କରି ଷଷ୍ଠ ଥର ପାଇ ଟାଇଟଲ୍ ହାତେଇଛି ଲଙ୍କାବାହିନୀ । ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ରମିଜ ରାଜା ଷ୍ଟାଡିୟମ ବାହାରେ କିଛି ସାମ୍ବାଦିକଙ୍କ ସହ କଥା ହୋଇଥିଲେ । ଭାରତୀୟ ସାମ୍ବାଦିକମାନେ ପାକିସ୍ତାନର ପରାଜୟ ପରେ ଆପଣ ଜନସାଧାରଣଙ୍କୁ କ’ଣ କହିବେ ବୋଲି ପ୍ରଶ୍ନ କରିଥିଲେ।

ସାମ୍ବାଦିକଙ୍କ ଏହି ପ୍ରଶ୍ନରେ ରମିଜ୍‌ ଅତ୍ୟନ୍ତ ରାଗିଯାଇଥିଲେ। ସମସ୍ତଙ୍କ ଆଗରେ ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ସହ ସେ ରେକର୍ଡ କରୁଥିବା ଫୋନ୍‌କୁ ଏଡ଼ାଇ ଦେଇଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରମିଜ୍‌ ରାଜାଙ୍କୁ ସମସ୍ତେ ତୀବ୍ର ନିନ୍ଦା ମଧ୍ୟ କରୁଛନ୍ତି ।

Advertisment

ସାମ୍ବାଦିକ ଜଣକ ଏହି ଭିଡିଓକୁ ନିଜ ଟ୍ୱିଟର୍‌ ପେଜ୍‌ରେ ସେୟାର କରିବା ସହ ଲେଖିଛନ୍ତି ଯେ, ‘କ’ଣ ମୋର ପ୍ରଶ୍ନ ପଚାରିବା ଭୁଲ ଥିଲା? ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଚେୟାରମ୍ୟାନ୍‌ ଭାବରେ ମୋ ଫୋନ୍‌କୁ ଏଡ଼ାଇଦେବା କେତେଦୂର ଠିକ୍‌ ?’ ତେବେ ଏନେଇ ରମିଜ୍‌ ରାଜାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Asia Cup 2022 Snaps At Indian Journalist PCB Chief Ramiz Raja
Advertisment
Advertisment