Advertisment

କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ରବିନ୍‌ ଉଥପ୍ପାଙ୍କ ସନ୍ୟାସ

କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ପୂର୍ବତନ ଭାରତୀୟ କ୍ରିକେଟର ରବିନ୍‌ ଉଥପ୍ପା ଅବସର ଘୋଷଣା କରିଛନ୍ତି। ରବିନ୍‌ ଉଥପ୍ପା ଭାରତ ପାଇଁ ୪୬ଟି ଦିନିକଆ ମ୍ୟାଚ୍‌ ଖେଳି ୯୩୪ ରନ୍‌ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Robin Uthappa Retired

Robin Uthappa Retires From All Forms Of Indian Cricket

କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ପୂର୍ବତନ ଭାରତୀୟ କ୍ରିକେଟର ରବିନ୍‌ ଉଥପ୍ପା ଅବସର ଘୋଷଣା କରିଛନ୍ତି। ଗତକାଲି ଟ୍ୱିଟ୍‌ କରି ସେ ଏହି ଅବସର ଘୋଷଣା କରିଛନ୍ତି। ୨୦୦୭ ମସିହାରେ ଟିମ୍‌ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ୍‌(T20 World Cup) ଜିତିଥିବା ବେଳେ ଉଥପ୍ପା ଏହାର ସଦସ୍ୟ ଥିଲେ। 

Advertisment

୨୦୦୪ ମସିହାରେ ଭାରତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିଥିବା ବେଳେ କର୍ଣ୍ଣାଟକର ରବିନ୍‌ ଉଥପ୍ପା ଏହାର ସଦସ୍ୟ ଥିଲେ। ୨୦୦୬ ମସିହାରେ ସେ ବରିଷ୍ଠ ଭାରତୀୟ କ୍ରିକେଟ୍‌ ଟିମ୍‌ ପାଇଁ ପଦାର୍ପଣ କରିଥିଲେ। ୨୦୨୧ ମସିହାରେ ଚେନ୍ନାଇ ସୁପର କିଙ୍ଗସ୍‌ ଆଇପିଏଲ୍‌ ଟାଇଟଲ୍‌ ଜିତିଥିବା ବେଳେ ଉଥପ୍ପା ଏହାର ସଦସ୍ୟ ଥିଲେ। ସେହିପରି ୨୦୧୨ ଓ ୨୦୧୪ ମସିହାରେ କୋଲକାତା ନାଇଟ୍‌ ରାଇଡର୍ସ ଆଇପିଏଲ୍‌ ଚମ୍ପିଆନ୍‌ ହୋଇଥିବା ବେଳେ ରବିନ୍‌ ଉଥପ୍ପା ମଧ୍ୟ ଏହାର ସଦସ୍ୟ ଥିଲେ।

Advertisment

ରବିନ୍‌ ଉଥପ୍ପା ଭାରତ ପାଇଁ ୪୬ଟି ଦିନିକଆ ମ୍ୟାଚ୍‌ ଖେଳି ୯୩୪ ରନ୍‌ କରିଛନ୍ତି। ଏହାସହ ସେ ୧୩ଟି ଟି-ଟ୍ୱେଣ୍ଟି ଖେଳି ୨୪୯ ରନ୍‌ କରିଛନ୍ତି। ଅର୍ନ୍ତଜାତୀୟ କ୍ରିକେଟ୍‌ରେ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଉଛି, ୨୦୦୭ ମସିହାରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମ୍ୟାଚ୍‌। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଖେଳି ସେ ୫୦ ରନ୍‌ କରିଥିଲେ। 

Robin Uthappa Team India Robin Uthappa Retirement Indian Cricket
Advertisment
Advertisment