• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶା ଦେଖିବ କ୍ରିକେଟ୍ ଲେଜେଣ୍ଡସ୍ । ବିଶ୍ୱର ବଡ଼ କ୍ରିକେଟରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ବାରବାଟୀ ରେ ଖେଳାଯିବ । କଟକ ବାରବାଟୀ ମୈଦାନରେ ଭେଟେରାନଙ୍କୁ ଆକ୍ସନରେ ଦେଖିବାକୁ ମିଳିବ ।

ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟ । ମୈଦାନରେ ପୁଣି ଥରେ ବିଶ୍ୱର ଭେଟେରାନଙ୍କୁ ଆକ୍ସନରେ ଦେଖିବାକୁ ମିଳିବ ।  ଏଥର ମୋଟ ୪ଟି ଦଳ ଟୁର୍ଣ୍ଣାମେଣ୍ଟର ଅଂଶଗ୍ରହଣ କରୁଛନ୍ତି । ସେମାନେ ହେଉଛନ୍ତି ଗୁଜୁରାଟ ଜାଏଣ୍ଟସ୍, ଇଣ୍ଡିଆ କ୍ୟାପିଟାଲ୍ସ୍, ମଣିପାଲ ଟାଇଗର ଏବଂ ଭିଲଓ୍ୱାରା କିଙ୍ଗସ୍ ।

ଗୁଜୁରାଟ ଜାଏଣ୍ଟସ୍‌ର କ୍ୟାପଟେନ ବୀରେନ୍ଦ୍ର ସେହୱାବାଗ, ଇଣ୍ଡିଆ କ୍ୟାପିଟାଲ୍ସର କ୍ୟାପଟେନ ହେଉଛନ୍ତି ଗୌତମ ଗମ୍ଭୀର । ସେହିଭଳି ମଣିପାଲ ଟାଇଗର ଟିମର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ହରଭଜନ ସିଂ । ଇରଫାନ ପଠାନଙ୍କୁ ଭିଲଓ୍ୱାରା କିଙ୍ଗସ୍‌ର ଦାୟିତ୍ୱ । କୋଲକତାରେ ଏହାର ଶୁଭାରମ୍ଭ ହେବାକୁ ଥିବାବେଳେ କଟକରେ ଏହି ଲିଗ୍‌ର ତିନୋଟି ମ୍ୟାଚ ହେବ । ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ବାରବାଟୀରେ ଟକ୍କର ।

ପ୍ରଥମ ମ୍ୟାଚ୍ ମନିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଖେଳାଯିବ । ୨୭ ତାରିଖରେ ଗୁଜୁରାଟ ଜାଏଣ୍ଟସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଏବଂ ୨୯ ତାରିଖରେ ଇଣ୍ତିଆ କ୍ୟାପିଟାଲ୍ସ ଓ ମନିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ମ୍ୟାଚ୍ ଖେଳାଯିବ । ଏହି ପ୍ରତିଯୋଗିତାରେ ମୋଟ ୧୬ ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟ ଚାଲିବା ପରେ ଅକ୍ଟୋବର ୨ ଓ ୩ ତାରିଖରେ ଯଥାକ୍ରମେ କ୍ୱାଲିଫାୟର ଓ ଏଲିମିନେଟର ମ୍ୟାଚ୍ ଖେଳାଯିବ । ୫ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।