/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663169072.jpg)
Mitchell Starc, Mitchell Marsh, Marcus Stoinis
ଅଷ୍ଟ୍ରେଲିଆ କ୍ରିକେଟ୍ ଦଳକୁ ବଡ଼ ଝଟକା । ଆସନ୍ତା ୨୦ ରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ ଖେଳିବେନି ଦଳର ତିନି ପ୍ରମୁଖ ଖେଳାଳି । ଆହତ କାରଣରୁ ଭାରତରେ ହେବାକୁ ଥିବା ତିନିଟିକିଆ ଟି-୨୦ ସିରିଜ ଖେଳିବେନି ଦ୍ରୁତତମ ବୋଲର୍ ମିଚେଲ୍ ଷ୍ଟାର୍କ, ମିଚେଲ ମାର୍ଶ ଓ ମାର୍କସ ଷ୍ଟଇନିସ୍ । ନିକଟରେ ଟି-ଟ୍ୱେଣ୍ଟି ୱାର୍ଲ୍ଡକପ୍ ମୁଣ୍ତ ଉପରେ ଥିବା ବେଳେ ଖେଳାଳିଙ୍କ ଆହତ ସମସ୍ୟା ଟିମ୍ ପାଇଁ ବାଧା ସୃଷ୍ଟି କରିଛି ।
ଅଷ୍ଟ୍ରେଲିଆ ଦ୍ରୁତ ବୋଲର୍ ମିଚେଲ୍ ଷ୍ଟାର୍କ ଆଣ୍ଠୁ ଯନ୍ତ୍ରଣାରେ ଆହତ ଥିବା ବେଳେ ମାର୍ଶ ଓ ଷ୍ଟଇନିସ୍ ଗୋଇଠି ଯନ୍ତ୍ରଣାରେ ଆହତ ଅଛନ୍ତି । ତେବେ ଟି-ଟ୍ୱେଣ୍ଟି ୱାର୍ଲ୍ଡକପ୍ ପୂର୍ବରୁ ଭାରତ ବିପକ୍ଷ ସିରିଜ୍ ଅଷ୍ଟ୍ରେଲିଆ ପାଇଁ ବେଶ୍ ମହତପୂର୍ଣ୍ଣ ରହିଥିବା ବେଳେ ପ୍ରମୁଖ ଖେଳାଳିଙ୍କ ଆହତ ସମସ୍ୟା ଚିନ୍ତାର ବିଷୟ ପାଲଟିଛି । ଏହି ସିରିଜ୍ରେ ପାଇଁ ପୂର୍ବରୁ ହିଁ ଡେଭିଡ୍ ୱାର୍ଣ୍ଣର ବାଦ ପଡ଼ିଛନ୍ତି । ତାଙ୍କୁ ଦଳ ପକ୍ଷରୁ ବିଶ୍ରାମ ଦିଆଯାଇଛି ।
ଷ୍ଟାର୍କ, ମାର୍ଶ ଓ ଷ୍ଟଇନିସ୍ଙ୍କ ବଦଳରେ ନାଥନ ଏଲିସ୍, ଡାନିଏଲ୍ ସାମ୍ସ ଓ ସିଏନ୍ ଆବଟ୍ଙ୍କୁ ଦଳରେ ସାମିଲ କରାଯାଇଛି । ମାର୍ଶ ଓ ଷ୍ଟଇନିସ୍ ଜିମ୍ବାୱେ ଓ ନ୍ୟୁଜିଲାଣ୍ତ ବିପକ୍ଷ ଦିନିକିଆ ସିରିଜ୍ ସମୟରେ ଆହତ ହୋଇଥିଲେ ।
ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ତିନୋଟି ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ପ୍ରଥମ ମ୍ୟାଚ୍ଟି ୨୦ ତାରିଖ ମୋହାଲିରେ, ଦ୍ୱିତୀୟଟି ୨୩ ତାରିଖ ନାଗପୁରରେ ଏବଂ ତୃତୀୟଟି ୨୫ ତାରିଖ ହାଇଦ୍ରାବାଦ୍ରେ ଖେଳାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)