/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680524864.jpg)
Umran Malik
ଆରମ୍ଭ ହୋଇଯାଇଛି ଫଟାଫଟ କ୍ରିକେଟ୍ର ମହାସମର । ଆଇପିଏଲ୍ ୨୦୨୩ ର ଚତୁର୍ଥ ମ୍ୟାଚ୍ରେ ସାମ୍ନାସାମ୍ନି ହୋଇଥିଲେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୭୨ ରନ୍ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍ଦାର ପ୍ରଦର୍ଶନ କରିଥିଲା ରାଜସ୍ଥାନ ରୟାଲ୍ସ ।
ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ରେ ରବିବାର ଅପରାହ୍ଣରେ ଖେଳାଯାଇଥିବା ମ୍ୟାଚ୍ରେ ବିଜୟ ହାସଲ କରିଥିଲା ରାଜସ୍ଥାନ କିନ୍ତୁ ଫ୍ୟାନ୍ସଙ୍କ ମନ ଜିଣିଥିଲେ ଜମ୍ମୁ ଏକ୍ସପ୍ରେସ ଉମ୍ରାନ ମଲ୍ଲିକ । ସେ ନିଜ ୩ ଓଭର୍ରେ ୩୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ । ଉମ୍ରାନ ନିଜ ଫାଷ୍ଟ ବୋଲିଂ ପାଇଁ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଆସିଛନ୍ତି । ୧୪୯.୨ ସ୍ପିଡ୍ରେ ବୋଲିଂ କରି ପାଡିକଲ୍ଙ୍କୁ ଧରାଶାୟୀ କରିଛନ୍ତି ଉମ୍ରାନ । ପାଡିକଲ୍ଙ୍କୁ ଭାବିବାକୁ ସମୟ ମଧ୍ୟ ଦେଲେନି ଯେ ସେ ଫ୍ରଣ୍ଟଫୁଟ୍ରେ ଖେଳିବେ ନା ବ୍ୟାକ୍ ଫୁଟ୍ରେ ଖେଳିବେ । ଶେଷରେ ପାଡିକଲ୍ଙ୍କୁ କ୍ଲିନ୍ ବୋଲ୍ଡ କରିଦେଇଥିଲେ ଉମ୍ରାନ୍ । ବଲ୍ର ସ୍ପିଡ୍ ଏତେ ଥିଲା ଯେ ୱିକେଟଟି ଚକ ଭଳି ଘୁରି ଘୁରି ପଡ଼ିଲା ।
ଅଧିକ ପଢ଼ନ୍ତୁ: IPL 2023ରେ କୋହଲିଙ୍କ ‘ବିରାଟ’ ରେକର୍ଡ
.@umran_malik_01 doing Umran Malik things! 👍
Relive how he picked his first wicket of the #TATAIPL 2023 👇#SRHvRR | @SunRiserspic.twitter.com/QD0MoeW1vF
— IndianPremierLeague (@IPL) April 2, 2023
ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୫ ୱିକେଟ ହରାଇ ୨୦୩ ରନ୍ କରିଥିଲା। ଯଶସ୍ୱୀ ଜୟସ୍ୱାଲ(୫୪ ରନ୍), ଜୋସ୍ ବଟଲର(୫୪ ରନ୍) ଓ ସଂଜୁ ସାମସନ୍(୫୫ ରନ୍) ବିସ୍ଫୋରକ ଅର୍ଦ୍ଧଶତକ କରିଥିଲେ। ଦେବଦୂତ ପାଡ଼ିକଲ ୨, ରିଆନ ପରାଗ ୭, ଶେଷ ବେଳକୁ ଆସିଥିବା ସିମରନ ହେଟମେୟର ଅପରାଜିତ ୨୨ ରନ୍ ଓ ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୧ ରନ୍ କରିଥିଲେ।
୨୦୪ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ୍ ଟିମ୍ ୮ ୱିକେଟ୍ ହରାଇ ୧୩୧ ରନ୍ ସଂଗ୍ରହ କରିପାରିଥିଲା। ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା। ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ ବିନା କୌଣସି ରନ୍ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୫୦ ରନ୍ ହେବା ପୂର୍ବରୁ ଅଧା ଖେଳାଳି ଆଉଟ୍ ହୋଇଯାଇଥିଲେ। ପ୍ରତିପକ୍ଷ ଦଳର ବୋଲିଂ ଆଗରେ କୌଣସି ଖେଳାଳି ବେଶୀ ସମୟ ତିଷ୍ଠି ରହିପାରି ନ ଥିଲେ। ଟିମ୍ ପକ୍ଷରୁ ଆଦିଲ ରସିଦ ବ୍ୟକ୍ତିଗତ ଭାବେ ସର୍ବାଧିକ ଅପରାଜିତ ୩୨ ରନ୍ କରିଥିଲେ। ମୟଙ୍କ ଅଗ୍ରୱାଲ ୨୭, ଅବଦୁଲ ସାମନ୍ଦ ୧୬, ହେରି ବୁକ୍ ୧୩, ଗ୍ଲେନ ଫିଲିପ୍ସ ୮, ଭୁବନେଶ୍ୱର କୁମାର ୬, ଉମ୍ରାନ ମଲ୍ଲିକ ୧୯ ରନ୍ କରିଥିଲେ।
ରାଜସ୍ଥାନ ଟିମ୍ର ବୋଲର ୟୁଜବେନ୍ଦ୍ର ଚହଲ ୧୭ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍ ନେଇଥିଲା ବେଳେ ଜସନ ହୋଲଡର ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)