/odishatv-khabar/media/post_attachments/uploadimage/library/16_9/16_9_0/Cricketer__1681312447.jpg)
Cricketer
କ୍ରିକେଟର ତଥା ଭାରତୀୟ ଦଳର ଅଧିନାୟକ ରୋହିତ ଶାର୍ମା, ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅଭିନେତା ଅମିର ଖାନ୍, ହାଇଲାଇଟ୍ ମ୍ୟାନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ସଂଗୀନ୍ ଅଭିଯୋଗ । ବିହାରର ମୁଜାଫରପୁର ସିଜିଏମ୍ କୋର୍ଟରେ ତାଙ୍କ ବିରୋଧରେ ପିଆଇଏଲ ଦାଖଲ କରଯାଇଛି । ସାମାଜିକ କର୍ମୀ ତମନ୍ନା ହାସମୀ କୋର୍ଟରେ ଏହି PIL ଦାଖଲ କରିଛନ୍ତି ।
PILରେ ଦର୍ଶାଯାଇଛି ଯେ, ଏହି ତାରକାମାନେ ଆଇପିଏଲ୍କୁ ନେଇ ଜୁଆ ଖେଳିବାକୁ ପ୍ରୋତ୍ସାହିତ କରୁଛନ୍ତି । ଅନ୍ଲାଇନ୍ ଗେମିଂ ଆପ୍ ଡ୍ରିମ୍ ୧୧, ଏମ୍ପିଏଲ୍ ଭଳି ଅନେକ ଗେମିଂ ଆପ୍ର ବିଜ୍ଞାପନ କରୁଛନ୍ତି । ସେଥିରେ ଯୁବପିଢ଼ିଙ୍କୁ ଜୁଆ ଖେଳିବାକୁ ପ୍ରୋତ୍ସାହିତ କରୁଛନ୍ତି । ସେମାନଙ୍କର ଏଭଳି ବିଜ୍ଞାପନ ଦ୍ୱାରା ଦେଶର ଯୁବପିଢ଼ି ଜୁଆଡ଼ି ହେବାକୁ ବସିଲେଣି । ଯାହାକି ସେମାନଙ୍କର ଭବିଷ୍ୟତ ପାଇଁ ବିପଦ ହେବା ସହ ଏହା ଦେଶ ପାଇଁ ମଧ୍ୟ ବିପଦ ।
ଏହି ସବୁ ଆପ୍ରେ, ୟୁଜର ୧୧ ଜଣ ଖେଳାଳିଙ୍କୁ ନେଇ ଟିମ୍ ଗଢ଼ିଥାଏ । ଆଉ ସେହି ଖେଳାଳିଙ୍କ ପରେ ସଟ୍ଟା ଲଗାଇଥାଏ । ସଟ୍ଟା ଯଦି ସତ ହୁଏ ତେବେ ୟୁଜର ମୋଟା ଅଙ୍କର ରୋଜଗାର କରେ । ନଚେତ୍ ଅନେକ ଟଙ୍କା ହାରିବାକୁ ମଧ୍ୟ ପଡ଼େ । ଆଇପିଏଲ୍ ପାଇଁ ତଥା କ୍ରିକେଟ ପ୍ରେମୀଙ୍କ ପାଇଁ ଏହା ଏକ ଦୁଃସମ୍ବାଦ ବୋଲି ଅନେକ କହିଛନ୍ତି । ଖାଲି ସେତିକି ନୁହେଁ ଏଭଳି ଜୁଆ ଖେଳ ଦ୍ୱାରା ଯୁବପିଢ଼ି ପଥଭ୍ରଷ୍ଟ ହେବା ସହ ଖରାପ ଦିଗକୁ ଗତି କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଅନେକ ମତ ଦେଇଛନ୍ତି । କେହି କେହି ଏଭଳି ଅନ୍ଲାଇନ୍ ଗେମିଂ ଆପ୍କୁ ବନ୍ଦ କରିବା ପାଇଁ ମଧ୍ୟ କହିଛନ୍ତି ।
ତମନ୍ନାଙ୍କ ଏହି PILକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆଗାମୀ ୨୨ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)