• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠୁ ଆରମ୍ଭ ହେଉଛି ଫଟାଫଟ୍ କ୍ରିକେଟ୍ । ଆଇପିଏଲର ଷୋଡଶ ସଂସ୍କରଣରେ ଗୁଜୁରାଟ ଟାଇଟନସ୍‌ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହେବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇର ନେତୃତ୍ୱ ନେଉଥିବା ବେଳେ ଗୁଜରାଟ ଟିମର କ୍ୟାପଟେନ୍ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

ଆଇପିଏଲର ଚଳିତ ସିଜିନରେ ୧୦ଟି ଟିମ୍ ଭାଗ ନେଉଛନ୍ତି । ଆଜିର ପ୍ରଥମ ମ୍ୟାଚ ପୂର୍ବରୁ ରଂଗାରଂଗ ଉଦଘାଟନୀ ସମାରୋହ ଦେଖିବାକୁ ମିଳିବ । ଏଥିରେ ବଲିଉଡର ଅନେକ କଳାକାର ଭାଗ ନେବେ । ରଶ୍ମିକା ମାଣ୍ଡାନା ଓ ତମନ୍ନା ଭାଟିଆଙ୍କ ପ୍ରଦର୍ଶନରେ ଦର୍ଶକମାନେ ଝୁମିବେ । ଏଥିସହ ଟାଇଗର ଶ୍ରଫ୍, କଟ୍ରିନା କୈଫ୍ ଓ କଣ୍ଠଶିଳ୍ପୀ ଅରଜିତ୍ ସିଂ ମଧ୍ୟ ପରିବେଶଣ କରିବେ ।

ଅନ୍ୟପକ୍ଷରେ ୨୦୧୯ର ଆଇପିଏଲ ପରମ୍ପରା ପୁଣି ୨୦୨୩ରେ ଫେରିଛି । ୨୦୧୯ ପରେ ଆଇପିଏଲରେ ପ୍ରଚଳିତ ଥିବା home ଓ away ସୂଚୀ ୨୦୨୩ରେ ପୁଣି ଲାଗୁ ହେବ । ଏହାର ଅର୍ଥ ସବୁ ଦଳ ନିଜ ନିଜ ହୋମଗ୍ରାଉଣ୍ଡ ସହ ଅନ୍ୟ ସ୍ଥାନରେ ମଧ୍ୟ ମ୍ୟାଚ୍‌ ଖେଳିବେ। ୨୦୨୦ରେ ବିସିସିଆଇ ଓ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ମହାମାରୀ କରୋନା ଯୋଗୁ ଆଇପିଏଲର ଭେନ୍ୟୁ ଚିହ୍ନଟ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।