• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତକୁ ୪ଟି ସ୍ୱର୍ଣ୍ଣ ମିଳିଛି । ପ୍ରଥମେ ନୀତୁ ଘଂଘାସ ଓ ସ୍ୱିଟି ବୋରା ନୂଆ ବିଶ୍ୱ ବିଜୟିନୀ ହୋଇ ଇତିହାସ ରଚିଥିବା ବେଳେ, ଗତକାଲି ଦେଶ ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିଛନ୍ତି ଆଉ ୨ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ।

ନିଖତ ଜରିନ୍ ଓ ଲଭଲିନା ବୋର୍ଗୋହେଁ ଭାରତ ପାଇଁ ଏହି ସ୍ୱର୍ଣ୍ଣ ଆଣିଛନ୍ତି । ନିଖତ ୫୦ କେଜି ବର୍ଗରେ ଭିଏତନାମର ନୁଏନ୍ ଥିଟାମଙ୍କୁ ୫-୦ରେ ପରାଜିତ କରିଛନ୍ତି । ଲଭଲିନା ୭୫ କେଜି ବର୍ଗରେ ୫-୨ରେ ଅଷ୍ଟ୍ରେଲିଆର କେଟଲିନ୍ ପାର୍କରଙ୍କୁ ହରାଇଛନ୍ତି । ନୂଆଦିଲ୍ଲୀରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ପ୍ରତିଯୋଗିତାରେ ଗତକାଲି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ ନୀତୁ ଘଂଘାସ ଓ ସ୍ୱିଟି ବୋରା ।

ସେ ୪୮ କେଜି ଓଜନ ବର୍ଗ ଫାଇନାଲରେ ମଙ୍ଗୋଲିଆ ପ୍ରତିପକ୍ଷଙ୍କୁ ୫-୦ରେ ଧରାଶାୟୀ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ନୀତୁ । ୮୧ କେଜି ବର୍ଗରେ ଚୀନର ୱାଙ୍ଗ ଲିନାଙ୍କୁ ୪-୩ରେ ପରାସ୍ତ କରି ଗୋଲଡ ମେଡାଲ୍ ହାସଲ କରିଥିଲେ ସ୍ୱିଟି । ସ୍ୱିଟି ବାହାଘରର ମାତ୍ର ୧୦ ଦିନ ପରେ ଏହି ଚାମ୍ପିୟନସିପ ପାଇଁ ଅଭ୍ୟାସ ଆରମ୍ଭ କରିଥିଲେ । ପୂର୍ବରୁ ସେ ୨୦୧୪ ବିଶ୍ୱ ମହିଳା ବକ୍ସିଂ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ ।