• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀ କ୍ୟାପିଟାଲ୍ସର ନିୟମିତ ଅଧିନାୟକ ଓ ୱିକେଟକିପର ବ୍ୟାଟର ଋଷଭ ପନ୍ତ ଦୀର୍ଘଦିନ ପରେ କ୍ରିକେଟ ମୈଦାନରେ ନଜର ଆସିବେ । ଗତବର୍ଷ କାର୍ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ ପନ୍ତ । ତେବେ ଆଇପିଏଲ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ହୋମ୍ ମ୍ୟାଚରେ ଅନ୍ୟ ଖେଳାଳିଙ୍କ ସହ ପନ୍ତଙ୍କୁ ଦେଖିବାକୁ ମିଳିବ । ଏନେଇ ସ୍ପଷ୍ଟ କରିଛି ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ (DDCA) ।

ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ଚଳିତ ଆଇପିଏଲ ସଂସ୍କରଣର ପ୍ରଥମ ହୋମ୍ ମ୍ୟାଚ୍ ଅରୁଣ ଜେଟଲି ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳିବ । ଲକ୍ଷ୍ନୌ ସୁରଜାଏଣ୍ଟସ ବିପକ୍ଷେ ୫୦ ରନର ପରାଜୟରୁ ଅଭିଯାନ ଆରମ୍ଭ କରିଛି ଦିଲ୍ଲୀ । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଗୁଜରାଟ ଟାଇଟନ୍ସ ୪ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସକୁ ପ୍ରଥମ ମ୍ୟାଚର ହରାଇଛି । ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କ ଅନୁପସ୍ଥିତିକୁ ଅନୁଭବ କରିଛି ।

ଅଧିକ ପଢ଼ନ୍ତୁ: IPL 2023ରେ କୋହଲିଙ୍କ ‘ବିରାଟ’ ରେକର୍ଡ

"ଆମ ଦର୍ଶକଙ୍କ ପାଇଁ ଏକ ଖୁସି ଖବର । ଆହତ ସତ୍ତ୍ବେ ପନ୍ତ ତାଙ୍କର ଟିମକୁ ସମର୍ଥନ କରିବାକୁ ଆସୁଛନ୍ତି । ସେ ଜଣେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର୍ । ଆଶା କରୁଛି ଦର୍ଶକମାନ ତାଙ୍କୁ କରତାଳି ମାଧ୍ୟମରେ ସ୍ୱାଗତ କରିବେ ।" ଏହା କହିଛନ୍ତି DDCA ଯୁଗ୍ମ ସମ୍ପାଦକ ରାଜନ ମଞ୍ଚନ୍ଦା । ପୂର୍ବରୁ ମାର୍ଚ୍ଚ ୩୦ରେ DDCA ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଥିଲେ ଯେ, କ୍ରିକେଟ ସଂଘ ଷ୍ଟାର ଖେଳାଳି ପନ୍ତଙ୍କୁ ଅରୁଣ ଜେଟଲି ଷ୍ଟାଡିୟମରେ ସ୍ୱାଗତ କରିବାକୁ ପ୍ରସ୍ତୁତ । ସେ ଟିମର ହୋମ୍ ମ୍ୟାଚରେ ଉପସ୍ଥିତ ରହିବେ ।

"ଯଦି ରିଷଭ ପନ୍ତ ସୁସ୍ଥ ଅନୁଭବ କରନ୍ତି ଓ ଦିଲ୍ଲୀ କ୍ୟାପିଟାଲ୍ସ ଅନୁମତି ପ୍ରଦାନ କରେ ତେବେ ଆମେ ତାଙ୍କୁ ପଡ଼ିଆକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଆମେ ତାଙ୍କର ସମସ୍ତ ପ୍ରକାର ଦାୟିତ୍ୱ ନେବୁ । ତାଙ୍କୁ ଘର ଆଣିବା ଠାରୁ ପୁଣି ଘରେ ଛାଡ଼ିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିବୁ ।" ଏହା କହିଛନ୍ତି DDCA ନିର୍ଦ୍ଦେଶକ ।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂ ମଧ୍ୟ ରିଷଭ ପନ୍ତଙ୍କୁ ଦିଲ୍ଲୀର ହୋମ ମ୍ୟାଚ୍ ରେ କ୍ୟାମ୍ପରେ ଦେଖିବାକୁ ଚାହାନ୍ତି ବୋଲି ଇଚ୍ଛା ଜାହିର କରିଛନ୍ତି । ପଣ୍ଟିଂ କହିଛନ୍ତି, "ମୁଁ ରିଷଭଙ୍କ ସହ କଥା ହୋଇଛି, ଚଳିତ ସଂସ୍କରଣରେ ତାଙ୍କୁ ଟିମ ସହ ଯୋଡ଼ି ରଖିବାପାଇଁ ଆମେ ଯୋଜନା କରୁଛୁ । ଆମର ସମସ୍ତ ହୋମ ମ୍ୟାଚରେ ତାଙ୍କୁ ସାଥିରେ ଦେଖିବାକୁ ଚାହୁଁଛୁ । ଦିଲ୍ଲୀ କ୍ୟାପିଟାଲ୍ସର ଡ୍ରେସିଂ ରୁମରେ ପନ୍ତଙ୍କ ଉପସ୍ଥିତି ସ୍ୱତନ୍ତ୍ର ହେବ ।"

ନିୟମିତ କ୍ୟାପଟେନ ପନ୍ତଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସ ଅଭିଜ୍ଞ ଅଷ୍ଟ୍ରେଲୀୟ ବ୍ୟାଟର ଡେଭିଡ ୱାର୍ଣ୍ଣରଙ୍କୁ ନେତୃତ୍ବ ଭାର ପ୍ରଦାନ କରିଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଭାଇସ-କ୍ୟାପଟେନ ଦାୟିତ୍ୱ ମିଳିଛି । ପୂର୍ବତନ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ଫ୍ରାଞ୍ଚାଇଜ କ୍ରିକେଟ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରିଛି । ପୂର୍ବରୁ ବର୍ଷ ୨୦୧୯ ସଂସ୍କରଣରେ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମେଣ୍ଟର ଭୂମିକା ତୁଲାଇ ସାରିଛନ୍ତି । ଚଳିତ ସଂସ୍କରଣରେ ଦିଲ୍ଲୀ ଖେଳିଥିବା ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଏଣ୍ଟସ ଠାରୁ ୫୦ ରନରେ ପରାସ୍ତ ହୋଇଥିଲା ।

(ରିପୋର୍ଟ: ସଂଗ୍ରାମ କେଶରୀ ବେହେରା)