• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରତିଦିନ ସଂଧ୍ୟା ହେଲେ ଲୋକେ ଟିଭି ଆଗରେ ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ଆଖି ଖୋଲି ବସିଥାନ୍ତି । ନିଜ ନିଜ ଟିମ୍‌କୁ ଚିୟର୍ସ କରନ୍ତି । ମ୍ୟାଚ୍‌ର ପ୍ରତିଟି ମୁହୂର୍ତ୍ତର ମଜା ଉଠାନ୍ତି ଦର୍ଶକ । ଆଇପିଏଲ୍‌ର ପ୍ରତିଟି ଖବରକୁ ଚାତକ ଭଳି ଚାହିଁ ରୁହନ୍ତି । ୨୦୦୮ରୁ ଏବେ ଯାଏଁ ଦର୍ଶକଙ୍କ ମନରେ ଆଇପିଏଲ୍‌ର କ୍ରେଜ୍‌ କମିନି । ଛୋଟରୁ ବଡ଼ ଯାଏଁ ସଭିଏଁ ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ଭଲ ପାଇଥାନ୍ତି । ଆପଣମାନେ ପ୍ରାୟତଃ ଜାଣିଥିବେ ଆଇପିଏଲ୍‌ରେ ଖେଲାଳିମାନେ କେତେ ଦରମା ପାଆନ୍ତି, କିନ୍ତୁ ଅନେକ ଜାଣିନଥିବେ ଯେ ଅମ୍ପାୟାର କେତେ ଦରମା ପାଆନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଅମ୍ପାୟାର କେତେ ଦରମା ପାଆନ୍ତି ?

କ୍ରିକେଟ୍‌ ମ୍ୟାଚ୍‌ରେ ଅମ୍ପାୟାରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଅମ୍ପାୟାରଙ୍କ ନିଷ୍ପତ୍ତିରେ ମ୍ୟାଚ୍‌ର ଦିଗ ପରିବର୍ତ୍ତନ ହୋଇଥାଏ । ଖେଳାଳିଙ୍କ ଭଳି ଅମ୍ପାୟାର ମଧ୍ୟ ପ୍ରତି ସିଜିନ୍‌ରେ ଦରମା ପାଆନ୍ତି । କେତେକ ଅମ୍ପାୟାର ଖେଳାଳିଙ୍କଠୁ ମଧ୍ୟ ଅଧିକ ଦରମା ପାଇଥାନ୍ତି । ଅମ୍ପାୟାର ମାନଙ୍କୁ କ୍ୟାଟୋଗୋରୀ ହିସାବରେ ଟଙ୍କା ଦିଆଯାଏ । ICC ଅନୁଯାୟୀ ସେମାନଙ୍କୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଶ୍ରେଣୀ ତଥା ICC ର ଇଲାଇଟ୍‌ ପ୍ୟାନେଲ୍‌ର ଅମ୍ପାୟାର ପ୍ରତି ମ୍ୟାଚ୍‌ ପିଛା ୧.୯୮ ଲକ୍ଷ ଏବଂ ଦ୍ୱିତୀୟ ଶ୍ରେଣୀ ଅମ୍ପାୟାରଙ୍କୁ ମ୍ୟାଚ୍‌ ପିଛା ୫୯ ହଜାର ଟଙ୍କା ଦିଆଯାଏ ।

ଅଧିକ ପଢ଼ନ୍ତୁ: ବିରାଟ, ରୋହିତଙ୍କ ସମେତ ଅନ୍ୟ ଭାରତୀୟ ଖେଳାଳି କେତେ ଦରମା ପାଆନ୍ତି ? ଜାଣନ୍ତୁ...

ସୂଚନାନୁଯାୟୀ ଜଣେ ଅମ୍ପାୟାର ଗୋଟିଏ ସିଜିନ୍‌ରେ ୨୦ଟି ମ୍ୟାଚ୍‌ରେ ଅମ୍ପାୟାରିଂ କରନ୍ତି । ଏହି ହିସାବରେ ସେ ଗୋଟିଏ ସିଜିନ୍‌ରେ ପାଖାପାଖି ୪୦ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଏହାଛଡ଼ା ଅମ୍ପାୟାର ପିନ୍ଧିଥିବା ଡ୍ରେସ୍‌ରେ ଲାଗିଥିବା ବ୍ରାଣ୍ତମାନେ ମଧ୍ୟ ସେମାନଙ୍କୁ ଟଙ୍କା ଦିଅନ୍ତି । ତେବେ ଆଇପିଏଲ୍‌ ନିଲାମରେ ୪୦ ଲକ୍ଷ ଟଙ୍କା ତଳକୁ କିଣାଯାଇଥିବା ଖେଳାଳିଙ୍କଠୁ ବି ଅମ୍ପାୟାରମାନେ ଅଧିକ ରୋଜଗାର କରନ୍ତି ।

ଚଳିତ ସିଜିନ୍‌ରେ ମୋଟ୍‌ ୧୦ଟି ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ପ୍ରତିବର୍ଷ ଅପେକ୍ଷା ଏବର୍ଷ ପ୍ରତିଟି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହେଉଛି । ସେ ରିଙ୍କୁ ସିଂଙ୍କ ଶେଷ ଓଭର୍‌ରେ ୫ଟି ଛକା ହେଉ ବା ପୁରନ୍‌ଙ୍କ ପାୱାର ହିଟିଂ । ଫିଲ୍ଡରେ ବସିଥିବା ଦର୍ଶକଙ୍କ ସମେତ ଘରେ ବସି ଖେଳ ଦେଖୁଥିବା ଦର୍ଶକ ଉଭୟ ଖେଳର ମଜା ଉଠାଉଛନ୍ତି । ତେବେ ପଏଣ୍ଟ ତାଲିକା କଥା ଯଦି କହିବା, ଏବେ ଲକ୍ଷ୍ନୌ ସୁପରଜ୍ୟାଣ୍ଚସ ୪ଟି ମ୍ୟାଚ୍‌ରୁ ୩ଟି ମ୍ୟାଚ୍‌ ଜିତି ଶୀର୍ଷରେ ରହିଥିବା ବେଳେ ଏପର୍ଯ୍ୟନ୍ତ ଖାତା ଖୋଲିପାରିନି ଦିଲ୍ଲୀ କ୍ୟାପିଟାଲ୍ସ ।