• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଇପିଏଲ୍‌ ୨୦୨୩ ରେ କୋଲକାତା ନାଇଟ୍‌ ରାଇଡର୍ସ ଦଳର ବଡ଼ ଘୋଷଣା । ଅଧିନାୟକ ଶ୍ରେୟସ ଅୟର୍‌ ଆହତ ଥିବା କାରଣରୁ ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ନୀତିଶ ରାଣାଙ୍କୁ ଟିମ୍‌ର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଖୁବଶୀଘ୍ର ଶ୍ରେୟସ ଦଳକୁ ଫେରିବା ନେଇ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିନାୟକ ଶ୍ରେୟସ ଅୟର୍‌ ବାରମ୍ବାର ପିଠି ଆହଟ କାରଣରୁ ଜାତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ପ୍ରଥମ ଓ ଚତୁର୍ଥ ମ୍ୟାଚ୍‌ ଖେଳିପାରିନଥିଲେ । ମାର୍ଚ୍ଚ ୩୧ରେ ଆଇପିଏଲ୍‌ ୨୦୨୩ ସଂସ୍କରଣ ଆରମ୍ଭ ହେଉଥିବା ବେଳେ କେକେଆର୍‌ କ୍ୟାପ୍ଟେନ୍‌ସିପ୍‌କୁ ଦ୍ୱନ୍ଦ୍ୱ ଦେଖାଯାଉଥିବା ବେଳେ ତାହାକୁ ସ୍ପଷ୍ଟ କରିଛନ୍ତି ଟିମ୍‌ର ହେଡ୍‌ କୋଚ୍‌ ଚନ୍ଦ୍ରକାନ୍ତ ପଣ୍ତିତ । ଦଳରେ ଅନେକ ଅଭିଜ୍ଞତା ଖେଳାଳି ଥିଲେ ମଧ୍ୟ ନୀତିଶଙ୍କୁ କ୍ୟାପ୍ଟେନ୍‌ସିପ୍‌ ଭାର ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ବିରାଟ, ରୋହିତଙ୍କ ସମେତ ଅନ୍ୟ ଭାରତୀୟ ଖେଳାଳି କେତେ ଦରମା ପାଆନ୍ତି ? ଜାଣନ୍ତୁ...

ଆଇପିଏଲ୍‌ ୨୦୨୩ ରେ ଭଲ ପ୍ରଦର୍ଶନ ନେଇ ଆଶା ରଖିଛନ୍ତି କୋଚ୍‌ ଚନ୍ଦ୍ରକାନ୍ତ ପଣ୍ତିତ । ସେ କହିଛନ୍ତି ଯେ, ‘ଆମେ ଖେଳାଳି ଚୟନ ବେଳେ ତାଙ୍କୁ ଦାୟିତ୍ୱ ଦେଇଥାଉ । କିଏ ସକ୍ଷମ କିଏ ନୁହଁ ତାହା ଆମେ ନିଷ୍ପତ୍ତି ନେଇଥାଉ । ପ୍ରତି ଖେଳାଳି ପାଖରେ କିଛି ନା କିଛି ପ୍ରତିଭା ରହିଛି । ନୀତିଶ ଦାୟିତ୍ୱ ନେବା ପାଇଁ ସକ୍ଷମ ଥିବାରୁ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତାଙ୍କର କେକେଆର୍‌ ସମେତ ଘରୋଇ କ୍ରିକେଟ୍‌ରେ ମଧ୍ୟ ଭଲ୍‌ ରେକର୍ଡ ରହିଛି । ସେ ନିଜ ଦାୟିତ୍ୱକୁ ମଧ୍ୟ ଭଲ ଭାବରେ ତୁଲାଇଥାନ୍ତି’ ।

ଆସନ୍ତା ୩୧ ତାରିଖରୁ ଆଇପିଏଲର ୨୦୨୩ ସଂସ୍କରଣ ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଜାଏଣ୍ଟସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ।