• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କ୍ୟାପଟେନ୍‌ କୁଲ୍‌ଙ୍କ ମହାନତା । ମହେନ୍ଦ୍ର ସିଂ ଧୋନି(MS Dhoni) ବିସ୍ଫୋରକ ବ୍ୟାଟିଂ ପାଇଁ ଯେତିକି ଜଣାଶୁଣା ତାଙ୍କ ବ୍ୟବହାର ସେପରି ମାର୍ଜିତ । ସଫଳତାର ଶୀର୍ଷରେ ଥିଲେ ସୁଦ୍ଧା ଅହଙ୍କାର ତାଙ୍କୁ  ଛୁଇଁ ପାରିନି । ତାଙ୍କର ଏହି ଖାସ୍‌ ଅନ୍ଦାଜ୍‌ ପାଇଁ ଲୋକଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ମାହିଙ୍କୁ ଭେଟିବା ପାଇଁ ଫ୍ୟାନ୍ସ ଅତି ଉତ୍ସୁକତାର ସହ ଅପେକ୍ଷା କରିଥାଆନ୍ତି । ଆଉ ସେ ବି କୌଣସି ଫ୍ୟାନ୍ସଙ୍କୁ ନିରାଶ କରନ୍ତି ନାହିଁ ।

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଜଣେ ୮୮ ବର୍ଷ ବୟସ୍କା ମହିଳା ପ୍ରଶଂସକଙ୍କୁ ଭେଟିଛନ୍ତି । ସେ ଭେଟିଥିବା ବୃଦ୍ଧା ଫ୍ୟାନ୍‌ ଜଣକ ହେଲେ ଅଭିନେତ୍ରୀ ଖୁସବୁ ସୁନ୍ଦରଙ୍କ ଶାଶୁ । ଖୁସବୁ ସୁନ୍ଦର ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । ବର୍ତ୍ତମାନ ସେ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି ।

ଅଧିକ ପଢ଼ନ୍ତୁ: କ୍ରିକେଟ୍‌ ପରେ ଏବେ ଟେନିସ୍‌ରେ ବି ଧୋନିଙ୍କ କ୍ରେଜ୍‌

ଖୁସବୁ ସୁନ୍ଦର, ଶାଶୂଙ୍କ ସହ ଧୋନିଙ୍କ ଭେଟିବାର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳୁଛି ଖୁବ୍‌ ଆଗ୍ରହ ସହକାରେ ବୃଦ୍ଧା ଫ୍ୟାନ୍‌ଙ୍କୁ ଭେଟିଛନ୍ତି ମାହି । ଆଉ କ୍ୟାପଟେନ୍‌ କୁଲଙ୍କୁ ଦେଖିବା ପରେ ବୃଦ୍ଧା ଜଣକ ଖୁବ୍‌ ଖୁସି ହୋଇଯାଇଛି । ସ୍ନେହରେ ମାହିଙ୍କୁ ଗାଲରେ ଏକ ଚୁମ୍ବନ ଦେଇଛନ୍ତି । ପ୍ରିୟ କ୍ରିକେଟରଙ୍କୁ ଭେଟିବାର ଆନନ୍ଦ ତାଙ୍କୁ ମୁହଁରେ ସ୍ପଷ୍ଟ ଦେଖିବାକୁ ମିଳିଛି ।

ଫଟୋ ସେୟାର କରି ଖୁସବୁ ଲେଖିଛନ୍ତି, “ହିରୋ ତିଆରି ହୁଅନ୍ତି ନାହିଁ, ଜନ୍ମ ହୁଅନ୍ତି । ଏହାକୁ ସତ ପ୍ରମାଣ କରିଛନ୍ତି ଧୋନି । ସେ ଆଜି ମୋର ୮୮ ବର୍ଷର ଶାଶୁଙ୍କୁ ଭେଟିଛନ୍ତି । ଧୋନି ଏତେ ଭଦ୍ର ଭାବରେ ଶାଶୂଙ୍କୁ ଭେଟିଛନ୍ତି, କିଛି କହିବା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ । ଶାଶୂ ତାଙ୍କର ଜଣେ ବଡ଼ ପ୍ରଶଂସକ । ଧୋନିଙ୍କ ବ୍ୟତୀତ ଶାଶୂଙ୍କୁ ମ୍ୟାଚରେ ଆଉ କେହି ନଜର ଆସନ୍ତି ନାହିଁ । ଏହାସହ ସେ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ କୃତଜ୍ଞତା ଜଣାଇଛନ୍ତି ।

ଧୋନି ଫ୍ୟାନ୍‌ଙ୍କୁ ଭେଟିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖୁସବୁ ଅନ୍ୟ ଏକ ପୋଷ୍ଟରେ ମାହିଙ୍କ ସହ ତାଙ୍କର ଫଟୋ ସେୟାର କରିଛନ୍ତି । ଏହି ଫଟୋ ପାଇଁ ସେ ଧୋନିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସବୁ ଫଟୋ ଫ୍ୟାନ୍ସଙ୍କୁ ଖୁବ୍‌ ପସନ୍ଦ ଆସିଛି ।