• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରବିବାର ଦିନ ୨୦୨୨-୨୩ ବର୍ଷ ପାଇଁ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (BCCI) ଟିମ୍‌ ଇଣ୍ଡିଆ ପାଇଁ ଆନୁଆଲ୍‌ ପ୍ଲେୟାର କଣ୍ଟ୍ରାକ୍ସ ଘୋଷଣା କରିଛି। ଭାରତୀୟ କ୍ରିକେଟରଙ୍କ ପାଇଁ ବିସିସିଆଇର ଏହି କଣ୍ଟ୍ରାକ୍ଟ ୪ଟି ଗ୍ରେଡ୍‌ରେ ବିଭକ୍ତ ହୋଇଛି। ଏହି ୪ ଗ୍ରେଡ୍‌ ହେଲା- A+, A, B ଓ C। ସମସ୍ତ ଗ୍ରେଡ୍‌ରେ ପେମେଣ୍ଟ ଷ୍ଟ୍ରକ୍‌ଚର୍‌ ମଧ୍ୟ ଅଲଗା ଅଲଗା ରହିଛି। A+ କ୍ୟାଟେଗୋରୀରେ ଥିବା ଖେଳାଳିଙ୍କ ବାର୍ଷିକ ଦରମା ୭ କୋଟି ଥିବାବେଳେ A, B ଓ C କ୍ୟାଟେଗୋରୀରେ ଥିବା ଖେଳାଳିଙ୍କ ବାର୍ଷିକ ଦରମା ଯଥାକ୍ରମେ ୫ କୋଟି, ୩ କୋଟି ଓ ୧ କୋଟି ଟଙ୍କା ରହିଛି।

ଅଧିକ ପଢ଼ନ୍ତୁ: ଏହି ବାମହାତୀ ବୋଲର୍‌ଙ୍କ ଆଗରେ ସରେଣ୍ତର କରନ୍ତି ଟିମ୍‌ ଇଣ୍ତିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ !

ଜାଣନ୍ତୁ, କେଉଁ କ୍ୟାଟେଗୋରୀରେ କେଉଁ କ୍ରିକେଟର ଅଛନ୍ତି ?  

  • A+ କ୍ୟାଟେଗୋରୀରେ ବିରାଟ କୋହଲିଙ୍କ ସମେତ ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ୍‌ ବୁମରାହ ଅଛନ୍ତି
  • ନୂଆ ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ସକୁ ଅଲ୍‌ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଧୂଆଁଧାର ବ୍ୟାଟିଂ କରୁଥିବା ସୂର୍ଯ୍ୟକୁମାର ଯାଦବଙ୍କ ପଦୋନ୍ନତି ହୋଇଛି
  • ୟଙ୍ଗ୍‌ ଓପନର୍‌ ଶୁବମନ୍‌ ଗିଲ୍‌ଙ୍କ ମଧ୍ୟ ପଦୋନ୍ନତି ହୋଇଛି। ଭଲ ପର୍‌ଫର୍ମାନ୍ସ ଯୋଗୁ ତାଙ୍କୁ ଏହି ପଦୋନ୍ନତି ମିଳିଛି
  • କେଏଲ୍‌ ରାହୁଲ ଗ୍ରେଡ୍‌ A ରୁ ଗ୍ରେଡ୍‌ B କୁ ଖସିଛନ୍ତି
  • ଆଜିଙ୍କ୍ୟ ରାହାଣେ, ଭୁବନେଶ୍ୱର କୁମାର, ହନୁମା ବିହାରୀ, ଇଶାନ୍ତ ଶର୍ମା, ମୟଙ୍କ ଅଗ୍ରୱାଲ୍‌ ଓ ଦୀପକ ଚହର ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ସରୁ ବାଦ୍‌ ପଡ଼ିଛନ୍ତି
  • ସଞ୍ଜୁ ସାମ୍‌ସନ୍‌, ଅର୍ଶଦୀପ ସିଂ, କେଏସ୍‌ ଭାରତ, ଦୀପକ ହୁଡା ଓ ଇଶାନ କିସାନଙ୍କୁ ତାଲିକାରେ ନୂଆ ଭାବେ ସ୍ଥାନିତ ହୋଇଛନ୍ତି
  • ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନୀ, ମହମ୍ମଦ ସାମି, ରିଷଭ୍‌ ପନ୍ତ ଓ ଅକ୍ଷର ପଟେଲ୍‌ A କ୍ୟାଟେଗୋରୀରେ ଅଛନ୍ତି