Advertisment

କ୍ୟାଚ୍‌ ଧରୁଥିଲେ ସୂର୍ଯ୍ୟକୁମାର, ସିଧା ଯାଇ ଆଖିରେ ବାଜିଲା ବଲ୍‌...

ଲଗାତାର ୨ଟି ମ୍ୟାଚ୍‌ରେ ପରାଜିତ ହେବା ପରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ବିଜୟର ସ୍ୱାଦ ଚାଖିଛି। ତେବେ ଏହି ମ୍ୟାଚ୍‌ରେ ଅନେକ ଟ୍ୱିଷ୍ଟ୍ ଓ ମୋଡ଼ ଦେଖିବାକୁ ମିଳିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Suryakumar Yadav Hit Above Eye While Attempting Catch

Suryakumar Yadav Hit Above Eye While Attempting Catch

ଲଗାତାର ୨ଟି ମ୍ୟାଚ୍‌ରେ ପରାଜିତ ହେବା ପରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ବିଜୟ ସ୍ୱାଦ ଚାଖିଛି। ଅଧିନାୟକ ରୋହିତ ଶର୍ମାଙ୍କ ୬୫ ରନ୍ ବଳରେ ମୁମ୍ବାଇ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ମାତ୍ ଦେଇଛି। ଗତକାଲି ଆଇପିଏଲ୍‌ (IPL 2023) ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିଲା। ତେବେ ଏହି ମ୍ୟାଚ୍‌ରେ ଅନେକ ଟ୍ୱିଷ୍ଟ୍ ଓ ମୋଡ଼ ଦେଖିବାକୁ ମିଳିଥିଲା।

Advertisment

ପ୍ରଥମେ ବ୍ୟାଟିଂ କରି ଡେଭିଡ୍ ୱାର୍ଣ୍ଣର ଓ ଅକ୍ଷର ପଟେଲ୍‌ଙ୍କ ଅର୍ଦ୍ଧଶତକୀୟ ପାଳି ସହଯୋଗରେ ମୁମ୍ବାଇ ସମ୍ମୁଖରେ ୧୭୩ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଦିଲ୍ଲୀ। ତେବେ ରୋହିତଙ୍କ ଦଳ ଶେଷ ବଲ୍‌ରୁ ୨ ରନ୍ ସଂଗ୍ରହ କରି ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା। ଶେଷ ଓଭରରୁ ଦଳକୁ ୫ ରନ୍ ଆବଶ୍ୟକ ଥିଲେ ମଧ୍ୟ ମୁମ୍ବାଇ ଶେଷ ବଲ୍ ଯାଏ ଏନେଇ ସଂଘର୍ଷ କରିଥିଲା। 

ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିବା ଦେଖିବାକୁ ମିଳିଥିଲା। ୧୭ ଓଭରରେ ଏହି ଘଟଣା ଘଟିଥିଲା। ଅକ୍ଷର ପଟେଲ ଶାନଦାର ଶଟ୍‌ ମାରିବା ବେଳେ କ୍ୟାଚ୍‌ ଧରିବାକୁ ଯାଇ ସୂର୍ଯ୍ୟକୁମାରଙ୍କ ଆଖିରେ ବଲ୍‌ ବାଜିଥିଲା। ଏହାପରେ ସାଙ୍ଗେସାଙ୍ଗେ ଫିଜିଓ ଆସି ତାଙ୍କର ଚିକିତ୍ସା କରିଥିଲେ ଓ ସୂର୍ଯ୍ୟକୁମାର ଫିଲ୍ଡରେ ବସିଥିବା ଦେଖିବାକୁ ମିଳିଥିଲା।

Advertisment

ମ୍ୟାଚ୍‌ରେ ଷ୍ଟାର ଖେଳାଳି ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଓ ଫିଲ୍‌ଡିଂ ଉଭୟରେ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଫିଲ୍‌ଡିଂ ବେଳେ ସେ ୨ଟି କ୍ୟାଚ୍‌ ଛାଡ଼ିଥିବା ନଜର ଆସିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ଆଖିରେ ଏହାର ରାଗ ଦେଖିବାକୁ ମିଳିଥିଲା। ସୂଚନାଥାଉ କି, ଚେନ୍ନାଇ ଚିଦାମ୍ବରମ୍ ଷ୍ଟାଡିୟମରେ ଆଜି ଆଉ ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍‌ସ୍‌କୁ ଭେଟିବ ରାଜସ୍ଥାନ ରୟାଲ୍ସ। 

IPL 2023
Advertisment
Advertisment