• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Para Badminton
ରାଜଧାନୀରେ ପାରା ବ୍ୟାଡମିଣ୍ଟନ ମହାକୁମ୍ଭ ! ୨୮ରାଜ୍ୟରୁ ୫୫୦ ଆଥଲେଟ୍ ସାମିଲ

କିଏ ଆଶା ବାଡ଼ି ଧରି ଚାଲୁଛି ତ ଆଉ କିଏ ହୁଇଲ ଚେୟାରରେ ବସି ଯାଉଛି । କାହାର ଗୋଟେ ହାତ ନାହିଁ ତ କାହାର ପୁଣି ଗୋଡ଼ ପୋଲିଓ ରୋଗରେ ଆକ୍ରାନ୍ତ  ଆଉ କିଏ ବାମନ ।

  • Saturday, 25 December 2021
Harbhajan Singh
କ୍ରିକେଟ୍‌ର ସବୁ ଫର୍ମାଟ୍‌କୁ ବାଏ ବାଏ କହିଲେ ହରଭଜନ

୨୩ ବର୍ଷର କ୍ରିକେଟ୍ କ୍ୟାରିୟରକୁ ସ୍ମରଣୀୟ ଏବଂ ସୁନ୍ଦର କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ହରଭଜନ । ୧୭ ବର୍ଷ ବୟସରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ।

Niraj Chopra
ମନେ ରହିବ ୨୦୨୧; ଦେଶ ପାଇଁ ଗୌରବ ଆଣିଛନ୍ତି ଆମ ଅସଲ ହିରୋ..

ବର୍ଷ ୨୦୨୧ ବିତିବାକୁ ବସିଲାଣି, ଆଉ ରହିଲା କିଛିଟା ଦିନ । ତେବେ ଅନେକ ସ୍ମୃତି ସାଉଁଟିଛନ୍ତି ଦେଶବାସୀ । କ୍ରୀଡାଜଗତର କଥା ପଡିଲେ ମନେ ପଡେ ୨୦୨୧ରେ ଭାରତୀୟଙ୍କ ଟୋକିଓ ଅଲମ୍ପିକ୍ସରେ ବିଜୟର ଗାଥା । ଏବର୍ଷଟି ଭାରତୀୟ କ୍ରୀଡାଜଗତ ପାଇଁ ଅଲମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ନିରଜ ଚୋପ୍ରାଙ୍କ ନାମରେ ରହିବ ।

Virat Kohli
'ପୁରୁଣା ଅନ୍ଦାଜରେ କମ୍‌ବ୍ୟାକ୍‌ କରିବେ କୋହଲି'

ପୁଣି ପୁରୁଣା ଅନ୍ଦାଜରେ ଫେରିବେ ବିରାଟ । ଏପରି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଲିଟିଲ୍ ମାଷ୍ଟର ସୁନିଲ ଗାଭାସ୍କର । ହ୍ୱାଇଟ୍ ବଲ୍ କ୍ୟାପଟେନସିପ୍ ଛାଡିବା ପରେ ବିରାଟଙ୍କ ପ୍ରଦର୍ଶନ ବେଶ ଭଲ ରହିବ ବୋଲି ଗାଭାସ୍କର ଆଶା କରିଛନ୍ତି । ବିରାଟ ଏଥର ବିନା ଟେନସନରେ କ୍ରିକେଟ ଖେଳିବେ ବୋଲି ମଧ୍ୟ ଗାଭାସ୍କର ଆଶା କରିଛନ୍ତି ।

Virat Kohli
କୋହିଲିଙ୍କ ବଡ ଖୁଲାସା: ରୋହିତଙ୍କ ସହ କୌଣସି ବିବାଦ ନାହିଁ

ଅନେକ ବିବାଦ ମଧ୍ୟରେ ମୁହଁ ଖୋଲିଲେ ବିରାଟ କୋହିଲି । ଦକ୍ଷିଣଆଫ୍ରିକା ଗସ୍ତରେ ଖେଳିବା ନେଇ ବଡ ଘୋଷଣା କରିଛନ୍ତି । ଆଜି ମୁମ୍ବାଇ ପ୍ରେସ କନଫରେନ୍ସରେ ଦକ୍ଷିଣଆଫ୍ରିକା ଗସ୍ତରେ ଖେଳିବେ ବୋଲି ସେ କହିଛନ୍ତି । ରୋହିତଙ୍କ ସହ ବିବାଦ ଖବରକୁ ଖଣ୍ଡନ ମଧ୍ୟ କରିଛନ୍ତି କୋହଲି ।

Yuvraj's Birthday
ଭାରତ ଇତିହାସର ଭେଟେରାନ୍ ଅଲରାଉଣ୍ତର ଯୁବରାଜ ସିଂହଙ୍କ ୪୦ତମ ଜନ୍ମଦିବସ

୨୦୧୧ ଓ ୨୦୦୭ ର ୱାଲ୍ଡକପ୍ ବିଜୟର ମୁଖ୍ୟ ନାୟକ ତଥା ଭେଟେରାନ ଅଲରାଉଣ୍ତର ଯୁବରାଜ ସିଂହଙ୍କ ଆଜି ୪୦ ତମ ଜନ୍ମଦିବସ । ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡାବିତଙ୍କ ମଧ୍ୟରେ ଯୁବରାଜ ବେଶ ପରିଚିତ । ଗତ ଦଶନ୍ଧି ମଧ୍ୟରେ ସେ ଅନେକ ରେକର୍ଡ ହାସଲ କରିଛନ୍ତି । ତାଙ୍କର ଅନେକ ସଫଳତା ମଧ୍ୟରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ମାରିଥିବା ଗୋଟିଏ ଓଭରରେ ୬ ଟି ଛକା ବେଶ ଜଣାଶୁଣା ।

Rohit Sharma
ରୋହିତ୍ ଦିନିକିଆ କ୍ରିକେଟ୍ ଟିମ୍‌ର ଅଧିନାୟକ

ଅତ୍ୟଧିକ କାର୍ଯ୍ୟଭାର ଯୋଗୁ କୋହଲି ଟି-୨୦ କ୍ୟାପଟେନ୍ସି ଛାଡ଼ିଥିଲେ। ଏବେ କୋହଲି ଦିନିକିଆ କ୍ୟାପଟେନ୍ ପଦ ମଧ୍ୟ ଛାଡ଼ି ଦେଇଛନ୍ତି। 

Cricket
IND vs SA: ୧୫ ଘଣ୍ଟା ବ୍ୟାଟିଂ ସହ ୮୫୯ ବଲ୍‌ ଖେଳିଲେ, ତଥାପି ହାରିଲା ଦକ୍ଷିଣ ଆଫ୍ରିକା

ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ସେହି ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଇନିଂସରେ ଭାରତ ୩୩୪ ରନ୍ ସଂଗ୍ରହ କରିଥିଲା ।

India vs New Zealand 2nd Test Day 4 Highlights: India crush New Zealand by 372 runs
ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ

ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ହରାଇଲା ଭାରତ। ମୁମ୍ବାଇ ବିଜୟ ସହ ୧-୦ରେ ସିରିଜ୍ ଜିତିଲା ଭାରତ। ଗୋଟିଏ ଦିନ ଥାଇ ବିଜୟ ହାସଲ କରିଛି। ଭାରତ ୨ ଟିକିଆ ସିରିଜ୍‌ର କାନପୁର ଟେଷ୍ଟ ଡ୍ର ରହିଥିଲା। ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ ହୋଇଛି ।

2nd Test
ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ହରାଇଲା ଭାରତ

ନ୍ୟୁଜିଲାଣ୍ଡକୁ ୫୪୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା ଭାରତ। ଆଉ ନ୍ୟୁଜିଲାଣ୍ଡ ୫୪୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍‌ରେ ୧୬୭ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା।

Mumbai Test  | New Zealand Vs India  | India Need 5 Wickets For Victory
ଟେଷ୍ଟରେ ଟିମ ଇଣ୍ଡିଆର ଦବଦବା

ନାଗପୁର ଟେଷ୍ଟରେ ଟିମ ଇଣ୍ଡିଆର ଦବଦବା I ଜିତିବାକୁ ଭାରତକୁ ଦରକାର ୫ ୱିକେଟ୍ I କିୱି ଦଳ ଆଗରେ ୫୪୦ ରନର ଟାର୍ଗେଟ

Hockey Bronze Medal, India lose
ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ହାରିଲା ଭାରତ; ଫ୍ରାନ୍ସ ତୃତୀୟ ସ୍ଥାନରେ ସନ୍ତୁଷ୍ଟ, ଆର୍ଜେଣ୍ଟିନା ଚାମ୍ପିଅନ୍

ଏଫ୍‌ଆଇଏଚ୍‌ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରେ ଭାରତକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମିଳିଥିବା ଅନେକ ସୁଯୋଗକୁ ହାତଛଡା କରି ବ୍ରୋଞ୍ଜ୍‌ ମେଡାଲ୍‌ ମ୍ୟାଚ୍‌ରେ ଫ୍ରାନ୍ସ ଠାରୁ ୩-୧ଗୋଲ୍‌ରେ ପରାଜୟ ସ୍ୱୀକାର କରିଛି ଭାରତ। ଆର୍ଜେଣ୍ଟିନା ଚାମ୍ପିଅନ୍ ହୋଇଛି ।

Junior hockey worldcup
ଫାଇନାଲରେ ବର୍ଷା ସାଜିଲା ବାଧକ

ଜୁନିୟର ବିଶ୍ୱକପ୍ ହକିରେ ବର୍ଷା ସାଜିଲା ବାଧକ । ଆଜି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ସ୍ଥଗିତ କରାଯାଇଛି । ସ୍ପେନ୍-ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ସ୍ଥଗିତ ରହିଛି । ୭ମ/୮ମ ସ୍ଥାନ ପାଇଁ ମୁହାଁମୁହିଁ ହେବେ ସ୍ପେନ୍-ମାଲେସିଆ । ୧୦.୩୦ରେ ଖେଳାଯିବାକୁ ଥିଲା ମ୍ୟାଚ୍, ୧୧ଟାରେ ଖେଳାଯିବ ବୋଲି ସୂଚନା ଦିଆଯାଇଛି । ଟର୍ଫରେ ପାଣି ଜମିବା ଯୋଗୁଁ ମ୍ୟାଚ୍ ସ୍ଥଗିତ ରହିଛି ।

Ind vs Nz 2nd Test
ୱାଙ୍ଖଡେ ଟେଷ୍ଟରେ ବଡ଼ ସ୍କୋର ଅଭିମୂଖେ ଟିମ ଇଣ୍ଡିଆ

ନ୍ୟୁଜିଲାଣ୍ତ ବିପକ୍ଷ ୱାଙ୍ଖଡେ ଟେଷ୍ଟରେ ଡ୍ରାଇଭର ସିଟରେ ବସିଛି ଟିମ ଇଣ୍ଡିଆ । ଆଜି ଦ୍ୱିତୀୟ ଇନିଂସରେ ସ୍କୋର ୬୯ ରନରୁ ଖେଳ ଆରମ୍ଭ କରିବ ଭାରତ । ଭାରତ ତାର ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନହରାଇ ୬୯ ରନ କରିଛି ।

Sourabh Ganguly Jaya Shah
କରୋନା ଭୟ ! ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ

ତିନି ଟିକିଆ ଟେଷ୍ଟ, ୩ ଟିକିଆ ଦିନିକିଆ ଓ ୪ ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସରିଜ୍‌ ଖେଳିବାକୁ ଦକ୍ଷିଣ ଆଫ୍ରିକା ଯାଇଥାନ୍ତା ଭାରତୀୟ ଟିମ୍ । ଚଳିତ ମାସ ୧୭ ତାରିଖରେ ଜୋହନ୍ସବର୍ଗରେ ପ୍ରଥମ ମ୍ୟାଚ୍ ଖେଳାଯାଇଥାନ୍ତା ।

COVID-19 Hits Junior Hockey WC, One Person Tests Positive
ବିଶ୍ୱକପ ହକିରେ ପଶିଲା କରୋନା

ଭୁବନେଶ୍ୱରରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା...କ୍ରୀଡ଼ା ବିଭାଗର ସୋସିଆଲ ମିଡିଆ ଦାୟିତ୍ୱରେ ଥିବା କର୍ମଚାରୀ ସଂକ୍ରମିତ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ।

Ajaz Patel
ରେକର୍ଡ କଲେ ଏଜାଜ୍ ପଟେଲ୍ ! ୧୧୯ ରନ୍ ବିନିମୟରେ ଭାରତର ସମସ୍ତ ୧୦ ୱିକେଟ ନେଲେ

ନ୍ୟୁଜିଲ୍ୟାଣ୍ତର ବାମହାତୀ ସ୍ପିନ ବୋଲର ଏଜାଜ ପଟେଲ ରେକର୍ଡ କରିଛନ୍ତି। ସେ ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି।

Hockey World Cup
ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା

ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଜୁନିଅର ପରୁଷ ବିଶ୍ୱକପ୍ ହକିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। 

India vs Germany
ଭାରତର ଟାଇଟଲ ଆଶା ଧୂଳିସାତ୍

ଜର୍ମାନୀ ୪ଟି ଗୋଲ ଦେଇ ଭାରତକୁ ବିଦାୟ ରାସ୍ତା ଦେଖାଇଥିଲା। ଭାରତ ପକ୍ଷରୁ ଉତ୍ତମ ସିଂ ଏବଂ ବବି ସିଂ ଧାମି ୨ଟି ଗୋଲ ଦେଇଥିଲେ।

Virat Kohli
ରାଗରେ ବାଉଣ୍ତ୍ରି ଲାଇନରେ ବ୍ୟାଟ୍ ପିଟିଲେ ବିରାଟ୍

ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖାତା ଖୋଲିବାକୁ ଅସମର୍ଥ ହୋଇଛନ୍ତି କ୍ୟାପଟେନ୍ କୋହଲି। ତେବେ ନିଜର ପ୍ରତ୍ୟାବର୍ତ୍ତନରେ ନିରାଶ କରିଛନ୍ତି କ୍ୟାପଟେନ୍ କୋହଲି।

ind vs SA series
ଟିମ୍ ଇଣ୍ତିଆର ଦକ୍ଷିଣ ଆଫ୍ରିକା ଗସ୍ତରେ ବାଧକ ସାଜିଛି ଓମିକ୍ରନ

ସପ୍ତାହେ ଘୁଞ୍ଚିପାରେ ଭାରତ କ୍ରିକେଟ ଟିମ୍‌ର ଦକ୍ଷିଣ ଆଫ୍ରିକା ଗସ୍ତ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆର ଗସ୍ତକୁ ସପ୍ତାହେ ସ୍ଥଗିତ ରଖାଯାଇପାରେ ବୋଲି ସୂଚନା ମିଳିଛି ।

India vs Belgium
ଜୁନିଅର ହକି ବିଶ୍ୱକପ୍ ସେମିରେ ଭାରତ

ମ୍ୟାଚର ବାକି ସମୟ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଉଭୟ ଭାରତ ଓ ବେଲଜିୟମର ଆଟାକ୍ ଦମଦାର ଥିଲା

IPL 2022
IPL Retention: ଆୟରଙ୍କ ଦରମା ୪୦ ଗୁଣା ବୃଦ୍ଧି, ଏହି ଖେଳାଳିମାନେ ରାତା ରାତି କୋଟିପତି

ସନରାଇଜର୍ସ ହାଇଦ୍ରାବାଦ ୨୦ ବର୍ଷୀୟ ଜାମ୍ମୁ କାଶ୍ମୀରର ଅଲରାଉଣ୍ଡର ଅବ୍ଦୁଲ ସମଦଙ୍କୁ ଆଇପିଏଲ୍ ୨୦୨୦ ରେ ମାତ୍ର ୨୦ଲକ୍ଷ ଟଙ୍କାରେ କିଣିଥିଲା ।

Netherlands vs Argentina
ହଲାଣ୍ଡକୁ ହରାଇ ସେମିରେ ଆର୍ଜେଣ୍ଟିନା 

ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ସ୍ପେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ଜର୍ମାନୀ ବିପକ୍ଷରେ ଆସନ୍ତା ୩ତାରିଖରେ ସେମିଫାଇନାଲ ମ୍ୟାଚ ଖେଳିବ ଆର୍ଜେଣ୍ଟିନା।

IPL 2022
ଆଇପିଏଲ ୨୦୨୨: ଜାରି ହେଲା ରିଟେନସନ୍ ତାଲିକା, ମେଗା ଅକ୍ସନ ହେବ ବେଶ ରୋମାଞ୍ଚକ

୨୦୨୨ ଆଇପିଏଲ ମେଗା ଅକ୍ସନ ପୂର୍ବରୁ ମଙ୍ଗଳବାର ୮ଟି ଯାକ ଦଳ ସେମାନଙ୍କ ରିଟେନସନ ତାଲିକା ଜାରି କରିଛନ୍ତି। ନିଲାମ ପୂର୍ବରୁ ଅନେକ ବଡ଼ ବଡ଼ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍‌ମାନେ ରିଲିଜ୍‌ କରି ଦେଇଛନ୍ତି। କିନ୍ତୁ ରୋହିତ ଶର୍ମା ପୂର୍ବଭଳି ମୁମ୍ବାଇ ଇଣ୍ଡିଆନ୍ସ, ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗସ ଓ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଟୁ ଖେଳିବେ ବୋଲି ଘୋଷଣା କରାଯାଇଛି ।