• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଣି ଚର୍ଚ୍ଚାରେ ଟିମ୍‌ ଇଣ୍ତିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି । କ୍ରିକେଟ୍‌ ହେଉ କି ବ୍ୟକ୍ତିଗତ ଜୀବନ ସବୁଠି ଚର୍ଚ୍ଚାରେ ରୁହନ୍ତି ବିରାଟ । ଆସନ୍ତାକାଲିଠୁ ଆଇପିଏଲ୍‌ ୨୦୨୩ ସଂସ୍କରଣ ଆରମ୍ଭ ହେବାକୁ ଯାଉଥିବାବେଳେ ଏବେ କୋହଲିଙ୍କ ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୋହଲି ନିଜ ଦଶମ ଶ୍ରେଣୀ ମାର୍କସିଟ୍‌କୁ ସୋସିଆଲ୍‌ ମିଡିଆ ରେ ସେୟାର କରିଛନ୍ତି । ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି । ପୋଷ୍ଟରେ ସେ ଏଭଳି କିଛି କ୍ୟାପ୍ସନ ଲେଖିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: କୋହଲି କାହିଁକି ପିନ୍ଧନ୍ତି ୧୮ ନଂ ଜର୍ସି ? ଜାଣନ୍ତୁ ଏହା ପଛର ସତ...

କୋହଲିଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଇନ୍‌ଷ୍ଟାଗ୍ରାମ ହେଉ ବା ଅନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ସବୁଥିରେ କୋହଲି ବେଶ୍‌ ସକ୍ରିୟ ରହିଥାନ୍ତି । ବର୍ତ୍ତମାନ ସେ ନିଜ ଦଶମ ଶ୍ରେଣୀ ମାର୍କସିଟ୍‌କୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ‘ମାର୍କସିଟ୍‌ରେ କମ୍‌ ଦେଖାଯାଉଥିବା ମାର୍କ କିନ୍ତୁ ନିଜ ଚରିତ୍ରରେ ସବୁଠାରୁ ଅଧିକ’ ।

 

୨୦୦୪ ଦିଲ୍ଲୀର ପଶ୍ଚିମ ବିହାର ସେଭର୍ କନଭେଣ୍ଟ ମାଧ୍ୟମିକ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ୍‌ କରିଥିଲେ ବିରାଟ୍‌ । କୋହଲି ସେୟାର କରିଥିବା ମାର୍କସିଟ୍‌ରୁ ଜଣାପଡ଼ୁଛି ଯେ ବିରାଟଙ୍କୁ ୧୦ମ ରେ ୬୯ ପ୍ରତିଶତ ମାର୍କ ମିଳିଥିଲା । ଯେଉଁଥିରେ ମୋଟ ୬ଟି ବିଷୟ ରହିଛି । ସେଥିମଧ୍ୟରୁ ଇଂରାଜୀରେ ୮୩, ହିନ୍ଦୀରେ ୭୫, ଗଣିତରେ ୫୧, ବିଜ୍ଞାନରେ ୫୫, ସାମାଜିକରେ ୮୧ ଓ ଇଣ୍ଟ୍ରୋଡକ୍ଟାରୀ ବିଜ୍ଞାନରେ ୫୮ ମାର୍କ ରଖିଛନ୍ତି ।

Virat Kohli, Marksheet(Virat Kohli, Marksheet)

ବିରାଟ ନିଜ ପୋଷ୍ଟ କ୍ୟାପ୍ସନରେ ଦର୍ଶାଇବାକୁ ଚାହିଁଛନ୍ତି କି ‘ମୁଁ ଯେଉଁଥିରେ ପାରଙ୍ଗମ, ତାହା କିନ୍ତୁ ମାର୍କସିଟ୍‌ରେ ନାହିଁ । ତେବେ ମାର୍କସିଟ୍‌ରେ ସ୍ପୋର୍ଟ୍ସ ବିଷୟଟି ରହିବାର ଥିଲା । ତେବେ ବିରାଟଙ୍କ ଏହି ପୋଷ୍ଟ ଏବେ ବେଶ୍‌ ଭାଇରାଲ ହେଉଛି । ବିରାଟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବହୁ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ସେ ଟେଷ୍ଟ ହେଉ ବା ଦିନିକିଆ କିମ୍ବା ଟି-ଟ୍ୱେଣ୍ଟି ସବୁଠି ହିଟ୍‌ ବିରାଟ କୋହଲି ।