• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି ଆଜି ଚେନ୍ନାଇ ସୁପରକିଙ୍ଗ୍ସର କ୍ୟାପ୍‌ଟେନ୍‌ ଭାବେ ୨୦୦ତମ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ଚେନ୍ନାଇରେ ଖେଳାଯିବାକୁ ଥିବା ଆଜିର ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ । ୨୦୦୮ରୁ ଆରମ୍ଭ ହୋଇଥିବା ଫଟାଫଟ୍‌ କ୍ରିକେଟ୍‌ର ମହାସମରରେ ଚେନ୍ନାଇ ସୁପରକିଙ୍ଗ୍ସ ସର୍ବଦା ଦର୍ଶକଙ୍କ ଫେଭ୍‌ରେଟ୍‌ ରହିଆସିଛି ।

କିଛି ବର୍ଷ ତଳେ ଦଳର ଅଫିସିଆଲ୍‌ ବେଆଇନ୍‌ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ଦଳକୁ ଦୁଇ ବର୍ଷ ପାଇଁ ସସ୍‌ପେଣ୍ତ କରାଯାଇଥିଲା । ୨୦୦୮ରୁ ଏବେଯାଏଁ ଦଳର କ୍ୟାପ୍‌ଟେନ୍‌ସିପ୍‌ ଭାର ତୁଲାଇ ଆସୁଛନ୍ତି କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି । ତେବେ ଆଜି କ୍ୟାପ୍‌ଟେନ୍‌ ଭାବେ ତାଙ୍କର ୨୦୦ତମ ମ୍ୟାଚ୍‌ । ରବିନ୍ଦ୍ର ଜାଡେଜା ଧୋନିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମ୍ୟାଚ୍‌କୁ ସ୍ମରଣୀୟ କରିବା ପାଇଁ ଦଳ ସବୁପ୍ରକାର ଚେଷ୍ଟା କରିବ ବୋଲି କହିଛନ୍ତି ।

 

ପୂର୍ବବର୍ଷ ରବିନ୍ଦ୍ର ଜାଡେଜାଙ୍କୁ କ୍ୟାପ୍‌ଟେନ୍‌ ଭାର ଦିଆଯାଇଥିବା ବେଳେ ଟିମ୍‌ର ଖରାପ ପ୍ରଦର୍ଶନ ପରେ ସିଜନ୍‌ ଅଧାରୁ ପୁଣି ଥରେ ଟିମ୍‌ର ଦାୟିତ୍ୱ ନେଇଥିଲେ ଧୋନି । ତେବେ ଧୋନିଙ୍କ କ୍ୟାପ୍‌ଟେନ୍‌ସିପ୍‌ରେ ଦଳ ୪ ଥର ଆଇପିଏଲ୍‌ ଟ୍ରଫି ଜିତିଛି । ରୋହିତଙ୍କ ପରେ ଧୋନିଙ୍କୁ ଆଇପିଏଲ୍‌ର ସଫଳତମ କ୍ୟାପ୍‌ଟେନ୍‌ କୁହାଯାଏ । ଧୋନିଙ୍କ ଆଜିର ମ୍ୟାଚ୍‌ ପାଇଁ ଟିମ୍‌ର ପ୍ରତିଟି ଖେଳାଳି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଧୋନିଙ୍କର ସାରା ବିଶ୍ୱରେ ଅନେକ ଫ୍ୟାନ୍ସ ରହିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପରେ ଧୋନିଙ୍କୁ ଆଇପିଏଲ୍‌ ଫିଲ୍ଡରେ ଦେଖିବା ପାଇଁ ଚାତକ ଭଳି ଅନେଇ ରହିଥାନ୍ତି । କୁହାଯାଉଛି କି ଚଳିତ ଆଇପିଏଲ୍‌ରୁ ଧୋନି ଅବସର ନେଇପାରନ୍ତି । ଧୋନିଙ୍କୁ ମ୍ୟାଚ୍‌ ଫିନିସର୍‌ ଆଖ୍ୟା ମଧ୍ୟ ଦିଆଯାଇଛି । ଚେନ୍ନାଇ ଦଳର ମେରୁଦଣ୍ତ କହିଲେ ବି ଅତ୍ୟୁକ୍ତି ହେବ ନାହିଁ ।