• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ସଣ୍ଡେ ହେବ ସୁପରସଣ୍ଡେ । ଫଟାଫଟ କ୍ରିକେଟ୍‌ର ମହାସମରରେ ଦୁଇଟି ହାଇଭୋଲଟେଜ୍ ମୁକାବିଲା ହେବାକୁ ଯାଉଛି । ଅପରାହ୍ଣ ୪ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଓ କୋଲକାତା ମୁହାଁମୁହିଁ ହେବେ । ସେହିପରି ସଂଧ୍ୟାରେ ହାଇଦ୍ରାବାଦରେ ସନରାଇଜର୍ସକୁ ଭେଟିବ ପଞ୍ଜାବ କିଙ୍ଗସ୍ । 

ଡିଫେଣ୍ତିଂ ଚାମ୍ପିୟନ ଗୁଜରାଟ ୨ଟି ମ୍ୟାଚ୍‌ରୁ ୨ଟିରେ ବିଜୟ ହାସଲ କରିଥିବା ବେଳେ କେକେଆର୍‌ ପ୍ରଥମ ମ୍ୟାଚ୍‌ ପରାଜୟ ପରେ ଦମଦାର କମ୍‌ବ୍ୟାକ୍‌ କରିଛି । ଆର୍‌ସିବିକୁ ଏକତରଫା ଭାବେ ହରାଇ ଟିମ୍‌ର ମନୋବଳ ଦୃଢ଼ କରିଛି କେକେଆର୍‌ । ସେହିପରି ପଞ୍ଜାବ ମଧ୍ୟ ନିଜ ଦୁଇଟି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ୍‌ର ପଞ୍ଚମ ସ୍ଥାନରେ ରହିଛି । ଏବେ ଯାଏଁ ଖାତା ଖୋଲିପାରିନି ସନ୍‌ରାଇଜର୍ସ ହାଇଦ୍ରାବାଦ । ଦୁଇଟି ଯାକ ମ୍ୟାଚ୍‌ରେ ହାରି ଏବେ ପଏଣ୍ଟ ଟେବୁଲ୍‌ର ଶେଷରେ ରହିଛି ।

IPL Point TableIPL Point Table

ମୁମ୍ବାଇର ଓ୍ୱାଙ୍ଖଡ଼େ ଷ୍ଟାଡିୟମଠାରେ ଗତକାଲି ଖେଳା ଯାଉଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗ୍ସ । ଚେନ୍ନାଇ ପକ୍ଷରୁ ଅଜିଙ୍କ୍ୟ ରାହାଣେ ଧୁଆଁଦାର ଇଂନିସ ଖେଳି ଟିମ୍‌କୁ ଜିତାଇଥିଲେ । ଚେନ୍ନାଇ ସୁପାକିଙ୍ଗସ୍‌ ପକ୍ଷରୁ ଭଲ ବୋଲିଂର ପ୍ରଦର୍ଶନ କରି ରବୀନ୍ଦ୍ର ଜାଡ଼େଜା ୩ଟି ଓ୍ୱିକେଟ, ମିଚେଲ ସାଣ୍ଟନର ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ଓ୍ୱିକେଟ, ସିସାଣ୍ଡା ମାଗଲା ଗୋଟିଏ ଓ୍ୱିକେଟ ନେଇଥିଲେ।

ସେହିପରି ଗତକାଲି ଆଉ ଏକ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ ୧୯୯ ରନ୍ କରିଥିଲା। ଟାର୍ଗେଟର ପିଛା କରି ଦିଲ୍ଲୀ ୨୦ ଓଭରରେ ୯ ଓ୍ୱିକେଟ ହରାଇ ମାତ୍ର ୧୪୨ ରନ୍ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ସର୍ବାଧିକ ୬୫ରନ ଓ ଲଲିତ ଯାଦବ ୩୮ରନ କରିଥିଲେ। ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭଲ ଖେଳ ଦେଖାଇବାରେ ବିଫଳ ହୋଇଥିଲେ। ତେଣୁ ଦଳ ପରାଜିତ ହୋଇଥିଲା। ୩ଟି ମ୍ୟାଚରେ ଏହା ଦିଲ୍ଲୀର ୩ୟ ପରାଜୟ ।