ଭୁବନେଶ୍ୱର ବିମାନବନ୍ଦରରୁ ସୋରଡ଼ା ଅଭିମୁଖେ ଗଲେ ଶାହ। ସୋରଡ଼ାରେ ସାଧାରଣ ସଭାରେ ଯୋଗଦେବେ।
ଏକ କୋଟି ମହିଳାଙ୍କୁ ଏକ ବର୍ଷରେ ଲକ୍ଷପତି କରିଦେବୁ କହିଲେ ରାହୁଲ ଗାନ୍ଧି। କୋଟିଏ ଟଙ୍କା ଗରିବଙ୍କ ପକେଟ୍କୁ ଯିବ। ସବୁ ବନ୍ଦ ଥିବା ଫ୍ୟାକ୍ଟ୍ରି ଚାଲୁ କରାଯିବ।
ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୭୫.୬୮% ମତଦାନ ହୋଇଛି। ନବରଙ୍ଗପୁରରେ ସର୍ବାଧିକ ଲୋକ ଭୋଟ୍ ଦେଇଥିବା ବେଳେ ବ୍ରହ୍ମପୁରରେରେ ସର୍ବନିମ୍ନ ମତଦାନ ହୋଇଛି।
ବାଲେଶ୍ୱର NOCCI ହଲରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ ଓମ୍ ବିର୍ଲା। ପରେ ସମ୍ବଲପୁର ଯିବେ।
ଗତ ୫ ବର୍ଷ ମଧ୍ୟରେ ମୋଦି ନିଜ ଆୟର ସବିଶେଷ ସୂଚନା ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କର ୨୦୧୮-୧୯ରେ ୧୧ ଲକ୍ଷ ୧୪ ହଜାର ୨୩୦ ଟଙ୍କା, ୨୦୧୯-୨୦ରେ ୧୭ ଲକ୍ଷ ୨୦ ହଜାର ୭୬୦ ଟଙ୍କା, ୨୦୨୦-୨୧ରେ ୧୭ ଲକ୍ଷ ୭ ହଜାର ୯୩୦ ଟଙ୍କା ଇନକମ ହୋଇଛି।
ଆଜିଠୁ ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ବରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧି।
ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଥିଲେ ବିଜେପି କର୍ମୀ। ପୋଲିସର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଥିଲା ବିଜେପି।
ବ୍ରହ୍ମପୁର ଏମକେସିଜି ମେଡିକାଲରେ ରୁଣ୍ଡ ହୋଇଥିଲେ ପ୍ରଦୀପଙ୍କ ଶତାଧିକ ସମର୍ଥକ । ଭିତରେ ପ୍ରଦୀପଙ୍କ ଚିକିତ୍ସା ଚାଲିଥିବା ବେଳେ ବାହାରେ ପିଣ୍ଟୁଙ୍କ ଗିରଫ ଦାବିରେ କରିଥିଲେ ନାରାବାଜି। ଗୋଷାଣିନୂଆଗଁ ଥାନା ଆଗରେ ପିଣ୍ଟୁଙ୍କ ସମର୍ଥକ ବି ତାଙ୍କ ନେତାଙ୍କୁ ଛାଡ଼ିବା ଦାବିରେ ଗହଳି କରିଥିଲେ।
ରାଜ୍ୟର ୯୦ ପ୍ରତିଶତ ଉପଭୋକ୍ତଙ୍କୁ ମାଗଣା ବିଜୁଳି ନେଇ ବିଜେଡି ଘୋଷଣାରେ ସତ୍ୟତା କେତେ ?
ନିଜ ସପକ୍ଷରେ ଅଧିକ ସିଟ୍ ଯିବା ନେଇ ସବୁ ଦଳର ଦାବି ।
୨୪ ମହାସଂଗ୍ରାମର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଦାଖଲ । ଶେଷ ଦିନରେ ଲଗାତର ତୃତୀୟ ଥର ପାଇଁ ଆଜି ବାରାଣସୀରୁ ନାମାଙ୍କନ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ୩୫ ଆସନରେ ଏଥର ଲଢୁଛନ୍ତି ୨୬୫ ପ୍ରାର୍ଥୀ। ଏହି ପର୍ଯ୍ୟାୟରେ ବିଜେପିର ୧୭ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୯ ଜଣ ଓ ବିଜେଡ଼ିର ଏହି ୪ ଜଣଙ୍କ ନାଁରେ ରହିଛି କ୍ରିମିନାଲ କେସ୍।
ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସଂପର୍କରେ ବୈଜୟନ୍ତଙ୍କ ମନ୍ତବ୍ୟକୁ ବିଜେଡିର କଦର୍ଥ ପ୍ରସଙ୍ଗ । ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ ପ୍ରତିକ୍ରିୟା ମିଳିଲା ।
ପର୍ଶୁରାମ ଧଡ଼ା ହେଲେ ବିଜେପିର ନୂଆ ପ୍ରାର୍ଥୀ। ଏନେଇ ସୂଚନା ଦେଲେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।
ବିଜେଡି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇରାଲ ଫଟୋକୁ ନେଇ ଆଠଗଡ଼ ଅଞ୍ଚଳରେ ଚର୍ଚ୍ଚା । ଯେଉଁ ଫଟୋରେ ବିଜେଡି ନେତା ଭିକେ ପାଣ୍ଡିଆନ୍ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ କରୁଥିବା ଦେଖିବାକୁ ମିଳିଛି ।
ଆକ୍ରମଣ ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କେବେଳ ଅହିଂସା କଥା କହୁଛନ୍ତି, ମାତ୍ର ହିଂସା ଏବେ ଚରମ ସୀମାରେ ପହଞ୍ଚିଛି।
ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ବାରାଣସୀରେ ଭୋଟ୍ ପଡିବ । ମୋଦି କ୍ରମାଗତ ତୃତୀୟ ଥର ପାଇଁ ଏଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏଥିପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆଜି ଶେଷ ତାରିଖ ।
ଚଳିତ ନିର୍ବାଚନ ଅଭିଯାନ ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଟକରେ ଏକ ଭବ୍ୟ ରୋଡ଼ ଶୋ ରେ ଯୋଗ ଦେବେ।
ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଭୋଟିଂ ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଆହତ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ୍ ସ୍ଥାନାନ୍ତର କରାଯାଇଛି।
ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ବର ସ୍ବସ୍ତି ପ୍ରିମିୟମ ହୋଟେଲରେ 'ବିଶେଷ ସମ୍ପର୍କ ଅଭିଯାନ'ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଯିବେ ।
ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ। କଇନ୍ତରା ଗାଁରୁ ପ୍ରଚାର ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ମହୁମାଛିମାନେ ଆକ୍ରମଣ କରିଥିଲେ।
ଓଡିଶାରେ ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ ହୋଇଛି। ସେହିପରି ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୩୭% ଭୋଟ୍ ରହିଛି।
ତାଙ୍କର ପରଲୋକ ହୋଇଥିବା ବେଳେ, ଆସନ୍ତାକାଲି ତାଙ୍କ ପାର୍ଥିବଶରୀରକୁ ପାଟନା ରାଜେନ୍ଦ୍ରନଗର ସ୍ଥିତ ବାସଭବନକୁ ଅଣାଯିବ ବୋଲି ସୂଚନା ମିଳିଛି ।
ବିଜେଡି ନେତ୍ରୀଙ୍କ ନାଁ ଅପୂର୍ବ ଅପରୂପା ଏବଂ ସେ ଜଣେ ବିଜେଡି ପ୍ୟାନେଲିଷ୍ଟ ବୋଲି ଜଣାପଡ଼ିଛି ।
ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ମାନେ ଇ ଭି ଏମ ସିଲ କୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।