• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସଂସଦରେ ଶିବ ଫଟୋ ହଙ୍ଗାମା । ସଂସଦରେ ଆଜି ଗୃହ କାର୍ଯ୍ୟ ବେଳେ ରାହୁଲ ଗାନ୍ଧିଙ୍କ ମହାଦେବଙ୍କ ଫଟୋକୁ ନେଇ ପ୍ରବଳ ହଙ୍ଗାମା । ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ମହାଦେବଙ୍କ ଫଟୋ ଦେଖାଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଥିଲେ । ତେବେ ଏହାକୁ ଘୋର ବିରୋଧ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଛିଡ଼ା ହୋଇ ଏହାକୁ ନେଇ ଆପତ୍ତି ଉଠାଇଥିଲେ ।

ହିନ୍ଦୁ ଧର୍ମକୁ ଏହା କୁଠାରଘାତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସୂଚନାଯୋଗ୍ୟ ଆଜି ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ନିଜ ସହ ହିନ୍ଦୁ ଭଗବାନ ଶିବ, ଶିଖ୍ ଗୁରୁ ନାନକ ଦେବ ଏବଂ ଅନ୍ୟାନ୍ୟ ଧାର୍ମିକ ଶାସ୍ତ୍ରର ଫଟୋ ଉଠାଇ ଶାସକ ବିଜେପିକୁ ନିନ୍ଦା କରିବାକୁ ପ୍ରୟାସ କରିଥିଲେ ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧିଙ୍କ ଉପରେ ଆକ୍ରମଣ ହୋଇଥିଲା । ନିଜେ ଉପରେ ହୋଇଥିବା ଆକ୍ରମଣକୁ ସେ ଜୋରଦାର୍ ବିରୋଧ କରିଛନ୍ତି । ଏହି ଆକ୍ରମଣ ଭାରତର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହୋଇଛି ବୋଲି ସେ କହିଥିଲେ । ଏହାକୁ ନେଇ ସଂସଦରେ ଝଡ଼ ସୃଷ୍ଟି ହୋଇଥିଲା ।

ଅଷ୍ଟାଦଶ ଲୋକସଭାର ଚଳିତ ଅଧିବେଶନରେ ଯୋଗ ଦେଇ ରାହୁଲ ଗାନ୍ଧି କହିଛନ୍ତି ସମ୍ବିଧାନ ତଥା ସମ୍ବିଧାନ ଉପରେ ଆକ୍ରମଣକୁ ବିରୋଧ କରୁଛି । କିଛି ନେତା ଏବେ ମଧ୍ୟ ଜେଲରେ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଶକ୍ତି ଏବଂ ସମ୍ପତ୍ତିର ଦ୍ୱାହି ଦେଇ ଗରିବ, ଦଳିତ ତଥା ସଂଖ୍ୟାଲଘୁଙ୍କ ଉପରେ ଆକ୍ରୋଶ ଓ ବିରୋଧ ବଢ଼ି ବଢ଼ି ଚାଲିଛି ।

ଚଳିତ ଅଧିବେଶନରେ ରାହୁଲ ଗାନ୍ଧି ଇସଲାମ ଏବଂ ଶିଖ ଧର୍ମର ଉଦାହରଣ ଦେଇ କହିଛନ୍ତି, ସମସ୍ତେ ନିର୍ଭୀକ ହେବା ଉଚିତ । ବିରୋଧୀ ଦଳ ନେତା ହୋଇଥିବାରୁ ସେ ଖୁସି ଏବଂ ଗର୍ବିତ ।

ବାଚସ୍ପତି ଓମ ବିର୍ଲାଙ୍କ ଦ୍ୱାରା ଭଗବାନ ଶିବଙ୍କ ଚିତ୍ର ଦେଖାଇବାକୁ ବାରଣ କରାଯିବାକୁ ନେଇ ଗାନ୍ଧି କହିଛନ୍ତି ଯେ, ଏହି ଚିତ୍ର ଭୟ ଓ ଘୃଣା ବିସ୍ତାର କରେ ନାହିଁ । ହିନ୍ଦୁମାନେ ଭୟ ଏବଂ ଘୃଣା ବିସ୍ତାର କରନ୍ତି ନାହିଁ । କିନ୍ତୁ ଶାସକ ବିଜେପି ଭୟ, ଘୃଣା ବିସ୍ତାର କରିଥାଏ । ଆମର ମହାନ ବ୍ୟକ୍ତି ଅହିଂସା ଏବଂ ଭୟ ଦୂର କରିବା ବିଷୟରେ କହିଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now