Advertisment

ରେଲୱେ ଅଧିକାରୀଙ୍କୁ ଲକ୍ଷ୍ମଣ ବାଗ୍‌ଙ୍କ କଡ଼ା ତାଗିଦ୍; କହିଲେ, ପ୍ରଥମେ ଥଇଥାନ, ତା’ପରେ ଉଚ୍ଛେଦ..

କଣ୍ଟାବାଞ୍ଜି AAE ଏନ.ପ୍ରସନ୍ନ କୁମାରଙ୍କୁ ବିନା ଥଇଥାନରେ କେମିତି ଉଛେଦ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ବିଧାୟକ ଲକ୍ଷ୍ମଣ ବାଗ୍‌।

author-image
Manoranjan Behera
ଅଦ୍ୟତନ ହୋଇଛି
Laxman Bag Face Off With Railway Officers Over Eviction Drive Process

Kantabanji MLA

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଜବରଦଖଲ ଉଛେଦ ସମୟରେ ରେଲୱେ ଅଧିକାରୀଙ୍କ ସହ ମୁହାଁମୁହିଁ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ୍। ଦୀର୍ଘ ବର୍ଷ ହେଲା ରେଲୱେ ଜମିରେ ଉପରେ ରହିଆସୁଥିବା ପ୍ରାୟ ୫୦ଟି ପରିବାରର ଘର ଉଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ରେଲୱେ ବିଭାଗ। ବିସ୍ଥାପିତ ମାନଙ୍କୁ ଥଇଥାନ ନକରି ଉଚ୍ଛେଦ କରିବା ପ୍ରକ୍ରିୟାକୁ ନେଇ ତାତିଥିଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ।

Advertisment

କଣ୍ଟାବାଞ୍ଜି AAE ଏନ.ପ୍ରସନ୍ନ କୁମାରଙ୍କୁ ବିନା ଥଇଥାନରେ କେମିତି ଉଛେଦ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ବିଧାୟକ ଲକ୍ଷ୍ମଣ ବାଗ୍‌। ଯାହା ଫଳରେ ବନ୍ଦ ରହିଛି ଉଚ୍ଛେଦ କାମ। ସେ କହିଛନ୍ତି, ପୂର୍ବରୁ ମଧ୍ୟ ଏମାନଙ୍କ ଥଇଥାନ ନେଇ ବାରମ୍ବାର କୁହାଯାଇଛି। କିନ୍ତୁ କିଛି ନଜଣାଇ ହଠାତ୍‌ ଏମିତି ଘର ଭାଙ୍ଗି ଦେବା ଠିକ ନୁହେଁ। ଏନେଇ କିଏ ଅର୍ଡର ଦେଇଛନ୍ତି ତାଙ୍କୁ ଡାକ ବୋଲି କହିଛନ୍ତି ଲକ୍ଷ୍ମଣ ବାଗ୍‌। ତେବେ ଏନେଇ ସଂପୃକ୍ତ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ପଢନ୍ତୁ ଏହି ଖବର: ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ ? ମନ୍ତ୍ରୀ କହିଲେ, ‘ନିର୍ବାଚନର ରହିଛି ଯଥାର୍ଥତା’

Advertisment

କିଏ ଦିନ ମଜୁରିଆରୁ ନିର୍ବାଚିତ ରାଜନେତା ବନିଛନ୍ତି, ତ ଆଉ କିଏ ଖୁବ୍ କମ ବୟସରେ ଚାଖିଛନ୍ତି ସଫଳତାର ସ୍ୱାଦ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ। ସେମାନଙ୍କୁ ଅକଳ୍ପନୀୟ ଭାବେ ବିଜୟ ମୁକୁଟ ପିନ୍ଧାଇଛି ୨୪ ନିର୍ବାଚନର ଜନାଦେଶ। ତେବେ ସେମାନଙ୍କ ଭିତରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ନବୀନଙ୍କୁ ହରାଇଥିବା କଣ୍ଟାବାଞ୍ଜିର ନବନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ ବାଗ।

ଆଗରୁ ୩ ଟଙ୍କାରେ କୁଲିମଜୁରୀ କରୁଥିଲେ, ଟ୍ରକ୍ ହେଲପର୍ କାମ ବି ଥିଲେ। ଆଉ ଏବେ ରାତାରାତି ପାଲଟିଯାଇଛନ୍ତି କଣ୍ଟାବାଞ୍ଜିର ରିୟଲ ହିରୋ। ମୁଖ୍ୟମନ୍ତ୍ରୀଙ୍କୁ ମାତ୍ ଦେଇ ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ବାଗ୍। ନବନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ, ପ୍ରଥମ ଥର ପାଇଁ ନବୀନଙ୍କୁ ଚଖାଇଛନ୍ତି ପରାଜୟର ସ୍ୱାଦ। ଦାଦନପ୍ରବଣ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଛୋଟିଆ ଗାଁ ଖୁଟୁଲମୁଣ୍ଡାର ଏକ ଗରିବ ପରିବାରରେ ଲକ୍ଷ୍ମଣଙ୍କ ଘର। ବାପା ଚାଷ କରୁଥିବା ବେଳେ, ୬ ଭାଇ ଭିତରେ ସବା ସାନ ଲକ୍ଷ୍ମଣ କେତେବେଳେ ବିଲରେ ଖଟୁଥିଲେ, ତ କେତେବେଳେ କୁଲି ମଜୁରୀ କରୁଥିଲେ।

ପଢନ୍ତୁ ଏହି ଖବର: ଅସରାଏ ବର୍ଷାରେ କାହିଁକି ଉବୁଟୁବୁ ହେଉଛି ରାଜଧାନୀ..ଜାଣନ୍ତୁ..

Eviction Drive Railway Officials
Advertisment
Advertisment