• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟର ନବ ନିର୍ବାଚିତ ସମସ୍ତ ବିଜେପି ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛି ବିଜେପି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ଉତ୍ସବରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବି କୃତଜ୍ଞତା ଜଣାଇଛନ୍ତି । ସମ୍ବର୍ଦ୍ଧନା ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ ଶୁଣିଥିଲେ ସମସ୍ତ ବିଜେପି କର୍ମକର୍ତ୍ତା । ବିଜେପି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନିଜ ଅଭିଭାଷଣ ରଖି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ରାଜ୍ୟବାସୀ ବିଜେପିକୁ ସେବା କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇବା ସହ ସଂକଳ୍ପ ପତ୍ରର ପ୍ରତି କଥାକୁ ସରକାର ପାଳନ କରିବେ ବୋଲି ମନମୋହନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସବୁ ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବାର ପ୍ରତିଶ୍ରୁତି ଦେଇଛୁ, ତାହା ଅକ୍ଷରେ ଅକ୍ଷରେ ପାଳନ କରିବୁ ।

ପ୍ରତିଶ୍ରୁତି ରଖି ଜଗନ୍ନାଥଙ୍କ ଚାରି ଦ୍ୱାର ଖୋଲାଗଲା, ଧାନ ଏମଏସପି ୩୧ଶହ ଟଙ୍କା ହୋଇଛି । ଆଗକୁ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ମିଳିବ । ଆଗାମୀ ଦିନରେ ରାଜ୍ୟରେ କେହି ଗରିବ ରହିବେ ନାହିଁ ଓ କେହି ଦାଦନ ଖଟିବାକୁ ଯିବେ ନାହିଁ ବୋଲି ସେ ଦୃଢୋକ୍ତି ଦେଖାଇଛନ୍ତି ।

ଆଗାମୀ ୫ ବର୍ଷ ଦିନ ରାତି ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ ଦଳୀୟ ବିଧାୟକ ଓ ନେତାଙ୍କୁ ଆଦ୍ୱାନ ଦେଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମନ୍ତ୍ରୀପରିଷଦରେ ୩ ଜଣଙ୍କୁ କ୍ୟାବିନେଟ୍ ଦାୟିତ୍ୱ ଦେଇଥିବାରୁ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଲୁଅ ପାଖରେ ପୋକ, କ୍ଷମତା ପାଖରେ ଲୋକ । ଲୋକେ ସବୁ ଜାଣିଛନ୍ତି ତାଙ୍କୁ ଠକିଲେ ଲୋକ କ୍ଷମା କରିବେ ନାହିଁ, ଏଣୁ ଲୋକଙ୍କ ପ୍ରତି ବ୍ୟବହାର ଠିକ୍ ହେବା ଦରକାର, ଲୋକଙ୍କ ପାଇଁ ମନଦେଇ କାମ କରିବା ଦରକାର ।

ବିଜେପିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେପି ବିଧାୟକ ଓ ନେତାଙ୍କୁ ଉତ୍ତରଦାୟିତ୍ୱର ପାଠ ପଢାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଫଳ ସରକାର ଓ ବାରମ୍ବାର କ୍ଷମତାକୁ ଆସିବାକୁ ହେଲେ କିଛି କଠିନ ନିଷ୍ପତ୍ତି ନେବାକୁ ପଡିବ ବୋଲି ଜୁଏଲ କହିଛନ୍ତି । କେନ୍ଦ୍ର ନେତୃତ୍ୱ ଯେଉଁ ଭରସା ରଖି ଦାୟିତ୍ୱ ଦେଇଛନ୍ତି, ସେ ଧାରାରେ କାମ କହିବାକୁ ଜୁଏଲ ଆଦ୍ୱାନ ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now