• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ୍ କାର୍ଯ୍ୟକ୍ରମ । ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ନରେନ୍ଦ୍ର ମୋଦିଙ୍କ ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ୧୧୦ତମ ମନ କୀ ବାତ୍ ସଂସ୍କରଣରେ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ମୋଦି ।

ନିର୍ବାଚନ ଥିବାରୁ ୩ ମାସ ଧରି ମନ କୀ ବାତ୍ କାର୍ଯ୍ୟକ୍ରମ କରିପାରିବେ ନାହିଁ ବୋଲି ମୋଦି ସେତେବେଳେ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ମୁଦ୍ଦା ଉଠାଇଛନ୍ତି । ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ରଥଯାତ୍ରା କଥା କହିଛନ୍ତି । ଆସନ୍ତା ସପ୍ତାହରେ ମହାପ୍ରଭୁ‌ଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।

ଏଣୁ ଦେଶବାସୀଙ୍କ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ସାଧାରଣ ନିର୍ବାଚନରେ ରେକର୍ଡ ମତଦାନ ପାଇଁ ଦେଶବାସୀଙ୍କୁ ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଆଜିର ଦିନରେ ଇଂରେଜ ଶାସନ ବିରୋଧରେ ଆଦିବାସୀ ଅସ୍ତ୍ର ଉଠାଇଥିଲେ । ବୋଲି ଏହି ଅବସରରେ କହିଛନ୍ତି ।

ଏହା ସହ ବର୍ଷା ଋତୁର ଆଗମନ ଓ ଏହାର ପ୍ରସ୍ତୁତି ନେଇ ମଧ୍ୟ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । କେରଳରେ ସ୍ୱତନ୍ତ୍ର ପ୍ରକାର ଛତା ତିଆରି ନେଇ କହିଲେ । ଖେଳ ଉପରେ ନଜର ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା । ଆମର ଖେଳାଳି ଅଲିମ୍ପିକ୍ସ ମେଡାଲ ଜିତିବେ, ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।

ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଗୌରବ ବହନ କରୁଛି । ସାରା ବିଶ୍ୱରେ ଭାରତ ନିଜର ମୁଣ୍ତ ଉଚ୍ଚା କରି ଚାଲୁଛି ବୋଲି ଏହି ଅବସରରେ କହିଥିଲେ । ସେପଟେ ଆଜି ରାଜ୍ୟର ନବ ନିର୍ବାଚିତ ବିଜେପି ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କୁ ସମ୍ବର୍ଦ୍ଧିନା ଦେବାର ରାଜ୍ୟ ବିଜେପିର କାର୍ଯ୍ୟକ୍ରମ ରହିଛି । ଏନେଇ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।

ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି । ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନଙ୍କ ସହ ବିଧାୟକ, ସାଂସଦମାନେ ମଧ୍ୟ ଅଛନ୍ତି । ତେବେ ସମ୍ବର୍ଦ୍ଧନା ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ ଶୁଣିଛନ୍ତି ସମସ୍ତ ବିଜେପି କର୍ମକର୍ତ୍ତା ।

OTV is now on Whatsapp

Join and get latest news update delivered to you via whatsapp

Join Now