ପ୍ରତି ରାଉଣ୍ଡ ଗଣତି ପରେ ଫଳାଫଳକୁ ଡିସପ୍ଳେ ବୋର୍ଡରେ ପ୍ରଦର୍ଶନ ସହ ମାଇକ୍ ଯୋଗେ ସୂଚନା ଦିଆଯିବ । କାଉଣ୍ଟିଂ ପାଇଁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆଜି ଫଇସଲା ହେବ ଦେଶରେ କିଏ ଗଢ଼ିବ ସରକାର । ଦିଲ୍ଲୀ ସିଂହାସନରେ କିଏ
ଭୁବନେଶ୍ୱର ଲୋକସଭା ଆସନରେ ହେବ ଦ୍ୱିମୁଖୀ ଲଢ଼େଇ। ଏଠି ଠିଆ ହୋଇଛନ୍ତି ବିଜେପିର ଚର୍ଚ୍ଚିତ ମହିଳା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ସିଏ ଗତଥର ଜିତିଥିଲେ।
ଆପଣ ଜାଣନ୍ତି କି ଯେତେବେଳେ ଭୋଟ୍ ଗଣନା ହୁଏ, ଇଭିଏମ୍ ମେସିନରୁ କିଛି ଭୋଟ୍ ମଧ୍ୟ ବାହାର କରିଦିଆଯାଏ। ତେବେ ଏହି ବ୍ୟବସ୍ଥା ଆଜିକାଲିରୁ ହେଉନି, ବରଂ ଯେତେବେଳେ ଇଭିଏମ୍ରେ ଭୋଟ୍ ଦେବା ଆରମ୍ଭ ହେଲା ସେବେଠାରୁ ହେଉଛି। ଏମିତି କାହିଁକି ହୁଏ ଆସନ୍ତୁ ଜାଣିବା।
ରାଜ୍ୟର ବିଧାନସଭାରେ ୧୪ ଶହ ୯୨ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ଭରସା କରିଛନ୍ତି ଭୋଟର ଜଣାପଡ଼ିବ । ଏଥିପାଇଁ ରାଜ୍ୟରେ ମୋଟ୍ ୭୦ଟି କାଉଣ୍ଟିଂ ସେଣ୍ଟରରେ ହେବ ମତଗଣନା ।
କାଉଣ୍ଟି ଡେ' ପାଇଁ ସରି ସରି ଆସୁଛି କାଉଣ୍ଟଡାଉନ। କାଲି ଏତେ ବେଳକୁ ସ୍ପଷ୍ଟ ହୋଇସାରିଥିବ ହାର୍-ଜିତ୍ ର ଚିତ୍ର। ତେବେ ଏହାର ଅବ୍ୟବହିତ ପୂର୍ବରୁ, ଆଜି ଉଭୟ NDA ଓ ଇଣ୍ଡି ଶିବିରରେ ଚାଲିଛି ସେଲିବ୍ରେସନ ତୟାରି।
କେଉଁଠି NDAକୁ ୪ଶହ ପାର୍ କରାଇବାକୁ ପୂଜା-ପ୍ରାର୍ଥନା ତ ଆଉ କେଉଁଠି ପ୍ରସ୍ତୁତ ହୋଇ ସାରିଲାଣି 'ମୋଦି ମିଠା'। ବିଜେପି ଶିବିରରେ ଅପୂର୍ବ ଉତ୍ସାହ ଆଣିଛି ଏକ୍ଜିଟ ପୋଲ୍ ଆକଳନ। ମୋଦି ସରକାରର ତୃତୀୟ ଇନିଂସ ପାଇଁ ପଦ୍ମ କ୍ୟାମ୍ପରେ ଫୁଲ୍ କନଫିଡେନ୍ସ।
ରାତି ପାହିଲେ ଖୋଲିବ ଇଭିଏମ୍। ବାହାରିବ ଭାଗ୍ୟ ଫଳ। ଆଶା ଆଶଙ୍କାରେ ନେତା, ଉତ୍କଣ୍ଠାରେ ଜନତା। ବଡ଼କଥା ହେଲା, ଅନ୍ୟ ନିର୍ବାଚନଠୁ ୨୪ ନିର୍ବାଚନ ଥିଲା ଅନେକ ଦୃଷ୍ଟିରୁ ଭିନ୍ନ। ସମସ୍ତଙ୍କ ପାଇଁ ବହୁ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ, ଅନେକ ଆହ୍ୱାନ ଭରା।
ରାତି ପାହିଲେ ଭୋଟ୍ ଗଣତି। ଏଥିପାଇଁ ଜିଲ୍ଲାଠାରୁ ଆରମ୍ଭ କରି ସିଇଓଙ୍କ କାର୍ଯ୍ୟାଳୟ ଯାଏଁ, ସବୁଠି ପ୍ରସ୍ତୁତି ଶେଷ। ନିରନ୍ତର ବ୍ୟବଧାନରେ କିପରି ଗଣତି ଅପଡେଟ୍ ମିଳିବ ସେନେଇ ବ୍ୟାପକ ବ୍ୟବସ୍ଥା ହୋଇଛି।
ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି।
ଦେଶରେ ଚଳିତ ସାଧାରଣ ନିର୍ବାଚନ ଐତିହାସିକ । ମତଦାନରେ ବିଶ୍ୱ ରେକର୍ଡ ହୋଇଛି । ରେକର୍ଡ ୬୪ କୋଟି ୨୦ ଲକ୍ଷ ମତଦାନ କରିଛନ୍ତି । G7 ଦେଶର ମତଦାତାଙ୍କଠାରୁ ଦେଢ ଗୁଣା ଅଧିକ ।
ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା । ସନ୍ଦେଶଖାଲିରେ ଟିଏମସି କର୍ମୀ ମାନେ ବିଜେପି ନେତା ଓ କର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି ବାଂଶଡ଼ା ପୋଲିସ୍ । ଏବେ ଯାଏଁ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।
ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍ ଦାୟିତ୍ୱରେ ରହିଛନ୍ତି ।
ଏନଡିଏ ମେଣ୍ଟରେ ଥିବା ଦଳ ମାନଙ୍କ ପ୍ରଦର୍ଶନକୁ ଦେଖିଲେ ବିଜେପି ସପକ୍ଷରେ ୪ରୁ ୬ ସିଟ୍ ଯାଉଥିଲା ବେଳେ ଟିଡିପିକୁ ୭୮ରୁ ୯୬, ଜେଏସପି ୧୬ରୁ ୧୮ ସିଟ୍ ପାଇବାର ସମ୍ଭାବନା ଥିବା କୁହାଯାଇଛି।
ଅଧିକାଂଶ ସର୍ଭେରେ ବିଜେପିକୁ ୧୫ରୁ ଊର୍ଦ୍ଧ୍ବ ସିଟ୍ ମିଳିବା ସମ୍ଭାବନା । ବିଧାନସଭା ଫଳାଫଳରେ ବି ପଡ଼ିପାରେ ପ୍ରଭାବ ।
ଓଡ଼ିଶାରେ ବିଜେପିର ବଡ ସଫଳତା ପଛରେ କାମ କଲା କେଉଁ ଷ୍ଟ୍ରାଟେଜି ? ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ନା ‘ବିଜେଡିରେ ପାଣ୍ଡିଆନ୍ ରାଜ୍’ ପ୍ରସଙ୍ଗ ?
ରକ୍ତରଂଜିତ ହେଲା ୨୪ ନିର୍ବାଚନୀ ମହାସଂଗ୍ରାମ। ଭୋଟ୍ ହିଂସା ଭିତରେ କେଉଁଠି ମୁଣ୍ଡ ଗଡ଼ିଲା ତ ଆଉ କେଉଁଠି ମରଣାନ୍ତକ ଆକ୍ରମଣରେ ଲହୁଲୁହାଣ ହେଲେ ନେତା ଓ କର୍ମୀ।
ଏବିପି-ସି ଭୋଟର ବିଜେପିକୁ ୧୭ ରୁ ୧୯ ସିଟ୍ ଦେଇଥିବାବେଳେ ବିଜେଡିକୁ ୧ ରୁ ୩ ଓ କଂଗ୍ରେସକୁ ଦେଇଛି 0ରୁ 2ଟି ସିଟ୍।
କାଲି ଦିନ ୧୧ଟା ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଡିଜିପିଙ୍କ ଅଫିସ ଘେରିବାକୁ ଚେତାବନୀ ଦେଇଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ।
ବିଜେପି ବ୍ୟତୀତ ଅରୁଣାଚଳ ପ୍ରଦେଶରେ NPEP ୫ଟି ସିଟ୍, NCP ୩ଟି ସିଟ୍, PPA ୨ଟି ସିଟ୍, କଂଗ୍ରେସ ଗୋଟିଏ ଏବଂ ୩ଟି ଆସନରେ ସ୍ୱାଧିନ ବିଧାୟକ ବାଜି ମାତ କରିଛନ୍ତି ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ୪ରେ ସରକାର ପରିବର୍ତ୍ତନ ହେବ । ସେଦିନ ଅପରାହ୍ମ ସୁଦ୍ଧା ଟ୍ରେଣ୍ଡ ଆସି ସାରିଥିବ ଓ ଚିତ୍ର ସ୍ପଷ୍ଟ ହେବ । ୧୦ରେ ଶପଥ ନେବୁ ବୋଲି ବି ଦମ୍ଭ ଦେଖାଇଛନ୍ତି ମନମୋହନ ସାମଲ ।
ତାମିଲନାଡ଼ୁ, କେରଳରେ ଏଥର ପ୍ରବେଶ କରିବ କି ପଦ୍ମ ଦଳ । କାରଣ ଏଥର ଏକଜିଟ୍ ପୋଲ୍ରେ ବିଜେପି କିଛି ମ୍ୟାଜିକ୍ କରୁଥିବା ଦେଖିବାକୁ ମିଳିଛି ।
ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା । ଟିଏମସି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ହଫିଜୁଲ ଶେଖଙ୍କ ମୃତ୍ୟୁ ଅଭିଯୋଗ । ଗତକାଲି ଶେଷ ପର୍ଯ୍ୟୟ ଭୋଟ ଥିବା ବେଳେ ଦୁର୍ବୃତ୍ତ ମାନେ ହଫିଜୁଲଙ୍କୁ ହତ୍ୟା କରିବା ସହ ତାଙ୍କୁ ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି ।
କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନ ସଂପୂର୍ଣ୍ଣ ହେବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଲିଖିତ ବାର୍ତ୍ତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।