ପୁରୀରେ ୨୦ ତାରିଖରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ସେହିଦିନ ଅନୁଗୁଳ ଓ କଟକରେ ବିଶାଳ ଜନସଭାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ।
ବ୍ରହ୍ମପୁରରେ ଯୁକ୍ତ ୨ ଛାତ୍ରୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ ମାମଲା । ପୋଲିସ ଜାଣିଶୁଣି ବିଜେଡି ଛାତ୍ରନେତାଙ୍କୁ ଛାଡ଼ି ଦେଇଥିବା ଅଭିଯୋଗ ଆଣିଛି ବିଜେପି ।
ଏଥିପାଇଁ ମୁତୟନ ହୋଇଛନ୍ତି ୧୭ ହଜାର ପୋଲିସ ଫୋର୍ସ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି ।
ବିଜେଡି ନେତା ଭି. କେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଅଘରିଆ ସମାଜର ଅଭିଯୋଗ । ଜମି ଦେବା ନାଁରେ ଭୂଆଁ ବୁଲାଉଥିବା ସାମ୍ବାଦିକ ସମ୍ମିଳନୀରେ କହିଛି ଅଖିଳ ଭାରତୀୟ ଅଘରିଆ ମହାସମାଜ ।
ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ' ୧୩ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ପଡ଼ିବ ଭୋଟ୍ । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି ।
‘ମୋର କ’ଣ ମନେ ଅଛି କି ନାହିଁ, ଓଡ଼ିଶାବାସୀ ୨୪ ବର୍ଷ ହେଲା ଭଲଭାବେ ଜାଣିଛନ୍ତି। କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେରଖିଛନ୍ତି ।
ଗତକାଲି ନାମାଙ୍କନବେଳେ ଉପୁଜିଥିବା ମୁହାମୁହିଁ ସ୍ଥିତି କ୍ରମେ ଉଗ୍ରରୂପ ଧାରଣ କରି ମାଡ଼ପିଟ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ବିଜେଡି-ବିଜେପି କର୍ମୀ ।
ମେ ୧୩, ସୋମବାର, ସକାଳ ୭ଟା । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ ଓଡ଼ିଶାର ଭୋଟର୍ । ହେବ ଦେଶର ଚତୁର୍ଥ ତଥା ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ।
ଓଡ଼ିଶାର ଜାତି, ଅସ୍ମିତା, ପ୍ରତି ଓଡ଼ିଆଙ୍କ ପ୍ରାଣ ଶ୍ରୀଜଗନ୍ନାଥ । ଆଉ ସେଇ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନବୀନ ସରକାରଙ୍କ ଉପରେ ଜୋରଦାର୍ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବର୍ଷିଲେ, ଧୋଇଲେ । ଆଜି ଓଡ଼ିଶାରେ ତିନି ତିନିଟି ନିର୍ବାଚନୀ ସଭା କରି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରୋକ୍ଷରେ ପାଣ୍ଡିଆନଙ୍କୁ ବି ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ । ତା’ଆଗରୁ ଶାସକ ବିଜେଡି ବିରୋଧରେ ନୋଟ୍ ବର୍ଷା ଅଭିଯୋଗ । ଗାଁରେ ଗାଁରେ ପଶି ଦଳୀୟ କର୍ମୀ ଓ ନେତା ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ପର୍ଯ୍ୟାୟରେ ଅଧିକ ସଫଳତା ମିଳିବ ବୋଲି କହିଛନ୍ତି ଶାହ ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ଆସନ୍ତା ୧୩ ତାରିଖରେ ପଡିବ ଭୋଟ । ଓଡ଼ିଶା ସମେତ ୧୦ ରାଜ୍ୟର ୯୬ ଆସନରେ ଭୋଟିଂ ହେବ ।
ଏହି ଟଙ୍କା ବଣ୍ଟା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ରାଜନୀତି ଜୋର ଧରିଛି । ପ୍ରଦୀପଙ୍କ ନାଁରେ ନିର୍ବାଚନ କମିଶନରେ ହାଜର ହୋଇଛି ବିଜେପି ।
ସ୍ୱାମୀଙ୍କ ପାଇଁ କ୍ୟାମ୍ପେନ୍ କରୁଛନ୍ତି ସ୍ତ୍ରୀ । ଅଭିନେତା ତଥା ଦିଗପହଣ୍ଡିରୁ ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି ପତ୍ନୀ ମାମା ମିଶ୍ର । ଗାଁକୁ ଗାଁ ଯାଇ ଜନସଭାରେ ନେତୃତ୍ୱ ନେଉଛନ୍ତି ।
ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମିନି ବସ୍ । ନିର୍ବାଚନ ଡ୍ୟୁଟିକୁ ପୋଲିଂ ପାର୍ଟି ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ନିର୍ବାଚନ ହେବ । ପ୍ରସ୍ତୁତି, ଭୋଟରଙ୍କ ସଂଖ୍ୟା ଓ ବୁଥ୍ ଆଦିକୁ ନେଇ ସୂଚନା ପ୍ରଦାନ କରିଛନ୍ତି ସିଇଓ।
ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍ ହୋଇଗଲେଣି । ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିଛନ୍ତି ।
ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି । ଓଡ଼ିଶାକୁ ଏହି ସଂକଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି ।
ଚାବି କୁଆଡ଼େ ଗଲା, ଲୋକଙ୍କର ଜାଣିବା ଅଧିକାର ଅଛି । ଚାବି ଗଲା, କୁଆଡ଼େ ଗଲା, କାହା ପାଖକୁ ଗଲା ବୋଲି ମୋଦି ପଚାରିଛନ୍ତି ।
ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ କହିଲେ ମୋଦି ।
ସରକାରଙ୍କ ବିଫଳତା ଗଣି, ଆଶା ଭରସାର ସ୍ୱପ୍ନ ଦେଖାଉଛନ୍ତି ପ୍ରାର୍ଥୀ । କଟକ ସଦର ଓ କଟକ ଚୌଦ୍ୱାରରେ ବଢୁଛି ପ୍ରଚାର ପାରା ।
ଆଜି ସଂଧ୍ୟାରେ ସରିବ ନେତାଙ୍କ ଧୂଆଁଧାର ପ୍ରଚାର । କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଜି ଦିନଟିଏ ।
ସାଢ଼େ ୧୦ଟାରେ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ।ଜନସଭା ସାରି ସେଠାରୁ ହେଲିକପଟରରେ ବାହାରିବେ ବଲାଙ୍ଗିର ଅଭିମୁଖେ। ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ୧୨ଟାରେ ଯୋଗଦେବେ ମୋଦି।
ଆଉ ରାତି ଠିକ୍ ୮ଟା ୪୦ ମିନିଟରେ ମେଗା ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ମାତାର ଜୟଧ୍ୱନି ଦେଇ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର। ମୋଦି ମୋଦି ନାରାରେ ପ୍ରକଂପିତ ହୋଇଥିଲା ପରିବେଶ।