Advertisment

ଦିଲ୍ଲୀରେ ବିଜେଡିର ବିରୋଧୀ ଭୂମିକାକୁ ନେଇ ରାଜନୀତି, ଅସ୍ତିତ୍ବ ବଞ୍ଚାଇବାର ପ୍ରୟାସ କହି ବର୍ଷିଲା ବିଜେପି

ଦିଲ୍ଲୀ ଦରବାରରେ ବିଜେଡିର ବିରୋଧୀ ଭୂମିକାକୁ ନେଇ ସରଗରମ ରାଜ୍ୟ ରାଜନୀତି । ନିଟ୍ ପ୍ରସଙ୍ଗରେ ରାଜ୍ୟରେ ଦଳର ସାଂସଦଙ୍କ ହଙ୍ଗାମାକୁ ବିଜେପି କଡ଼ା ସମାଲୋଚନା କରି ଦିଲ୍ଲୀରେ ଇଏ ବିଜେଡିର ଅସ୍ତିତ୍ବ ବଞ୍ଚାଇବାର ପ୍ରୟାସ ବୋଲି କହିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
BJD

BJD

ରାଜ୍ୟସଭାରେ ବିରୋଧୀଙ୍କ ସହ ମିଶି ବିରୋଧ ମୁଦ୍ରାରେ ବିଜେଡି । ଗୃହରେ ହଙ୍ଗାମା, କକ୍ଷତ୍ୟାଗ । ନିର୍ବାଚନରେ ଚରମ ବିପର୍ଯ୍ୟୟ ପରେ ବିଗତ ୧୦ ବର୍ଷ କାଳ କେନ୍ଦ୍ରର ବିଜେପି ସରକାରକୁ ପ୍ରାୟ ସବୁ କ୍ଷେତ୍ରରେ ସମର୍ଥନ ଦେଇ ଆସୁଥିବା ବିଜେଡି ସାଂସଦଙ୍କ ଏ ପରିବର୍ତ୍ତିତ ଅବତାରକୁ ନେଇ ସରଗରମ ରାଜ୍ୟ ରାଜନୀତି । ରାଜ୍ୟସଭାରେ ନିଟ୍ ପ୍ରସଙ୍ଗକୁ ନେଇ ଗତ ଶୁକ୍ରବାର ବିଜେଡିର ଏଭଳି ଆଭିମୁଖ୍ୟ ଏବଂ ସୋସିଆଲ୍ ମିଡିଆରେ ସାଂସଦ ସସ୍ମିତ ପାତ୍ରଙ୍କ ଏ ପୋଷ୍ଟ ପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି । କହିଛି, ଲୋକସଭାରେ ଖାତା ଖୋଲି ପାରି ନଥିବା ବିଜେଡି ଦିଲ୍ଲୀରେ ଏବେ ନିଜ ପରିଚୟ ଖୋଜିବାକୁ ଉଦ୍ୟମ କରୁଛି । ବିରୋଧୀ ଦଳଙ୍କ ସହ ମିଶିଥିବା ଦର୍ଶାଇ ନିଜ ଅସ୍ତିତ୍ବ ଜାହାରି କରିବାକୁ ପ୍ରୟାସ କରୁଛି ।

Advertisment

ଅପରପକ୍ଷେ ଦିଲ୍ଲୀ ଦରବାରରେ ବିରୋଧୀ ଦଳ ଭୂମିକା ଜୋରଦାର କରିଥିବା ବିଜେଡି ରାଜ୍ୟରେ ବି ସମାନ ଢଙ୍ଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିବ ବୋଲି ସ୍ପଷ୍ଟ କରିଛି । ନିକଟରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ସରକାରୀ ବାସଭବନରେ ବରିଷ୍ଠ ନେତାଙ୍କୁ ନେଇ ବସିଥିବା ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପରେ ଗଣମାଧ୍ୟମ ଆଗରେ ବରିଷ୍ଠ ନେତା ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।

କେବଳ ସେତିକି ନୁହେଁ, ଯେଉଁ ଓଡ଼ିଆ ଅସ୍ମିତା ବିଜେଡି ସରକାର ପତନର ପ୍ରମୁଖ କାରଣ ପାଲଟିଲା, ମନୋଜ ଆହୁଜାଙ୍କ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ପରେ ସେଇ ପ୍ରସଙ୍ଗକୁ ଏବେ ପାଲଟା ଅସ୍ତ୍ର କରିବାର ଭରପୂର ଉଦ୍ୟମ ଆରମ୍ଭ କରିଛି ବିଜେଡି । ଦଳର ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏନେଇ ରୀତିମତ ଟାର୍ଗେଟ ଆରମ୍ଭ ହୋଇଯାଇଛି । ଏମିତିକି ଘରେ ପଶୁ ପଶୁ ଚାଳବାଜିଲାଣି କହି କଟାକ୍ଷ କରିଛନ୍ତି ଦଳର ବରିଷ୍ଠ ନେତା । ହେଲେ ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ବି ପ୍ରଶ୍ନ ଉଠିଛି । ନିଜ ସରକାର ଅମଳରେ ଅଣ ଓଡ଼ିଆ ଆଇଏଏସ୍ ଭି.କେ. ପାଣ୍ଡିଆନ୍‌ଙ୍କୁ ଶାସନର ସବୁ କିଛି ସମର୍ପି ଦେଇଥିବା ବିଜେଡିର ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇବାର ନୈତିକତା ଅଛି କି ବୋଲି ପ୍ରଶ୍ନ କରିଛି ବିଜେପି। ଦଳର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ବିଜେଡିର ଏଭଳି ମାନସିକତାର କଡ଼ା ସମାଲୋଚନା କରି କହିଛନ୍ତି ଏହା ଅଲ ଇଣ୍ଡିଆ କ୍ୟାଡର। ବିଜେଡି ଯେମିତି ପାଣ୍ଡିଆନଙ୍କ ପାଖେ ସବୁ କିଛି ସମର୍ପି ଦେଇଥିଲା ଆମେ ସେମିତି କରିନୁ ।

Advertisment

ଅପରପକ୍ଷେ ଦିଲ୍ଲୀ ଦରବାରରେ ବିଜେଡିର ଆଭିମୁଖ୍ୟ ନେଇ ରାଜନୈତିକ ସମୀକ୍ଷକଙ୍କ ମତ ଲୋକସଭାରେ ଖାତା ଖୋଲି ନପାରି ଜାତୀୟ ସ୍ତରରେ ଏକ ପ୍ରକାର ପ୍ରାସଙ୍ଗିକତା ହରାଇଥିବା ବିଜେଡି ରାଜ୍ୟସଭାରେ ବିରୋଧୀ ଆଭିମୁଖ୍ୟ ନେଇ ଏହାର ଭରଣା କରିବାକୁ ଉଦ୍ୟମ କରୁଛି ଦଳ ।

BJD BJP Rajya Sabha
Advertisment
Advertisment