୨୪ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପଦ ଛାଡିବେ କି ପିସିସି ସଭାପତି ? ପିସିସି ସଭାପତିଙ୍କ ଇସ୍ତଫା ଚର୍ଚ୍ଚା ଭିତରେ ଶରତଙ୍କ ବିରୋଧରେ ତୀବ୍ର ହେଲାଣି ସ୍ୱର । କଂଗ୍ରେସ ଭବନରେ ତାଲା, ପରାଜୟ ସମୀକ୍ଷା ବହୁଦୂରରେ । ଏଭଳି ସ୍ଥିତିରେ ଦଳ ଭିତରୁ ଆରମ୍ଭ ହେଲାଣି ସମାଲୋଚନା । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସିଧାସଳଖ ଶରତଙ୍କ ଇସ୍ତଫା ଦାବି କରିଛନ୍ତି। ଶରତ ନିଜେ ଓ ଦଳ ଶୋଚନୀୟ ପରାଜୟ ଭୋଗିଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା ଉଚିତ ବୋଲି ମନ୍ତବ୍ୟ ଦେଇଛନ୍ତି।
Published By: Satyendu Shekher Mishra
Last updated: 27 June 2024, 09:36 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।