ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଶାହ ଯାଜପୁର ଲୋକସଭା କ୍ଷେତ୍ରର କୋରେଇଠାରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଶେଷରେ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡ଼ା ବାରବାଟୀ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ।
ଜଗତସିଂହପୁର, ବାଲିକୁଦା-ଏରସମାରେ ବିଦ୍ରୋହୀଙ୍କ ସଂଖ୍ୟା ଅଧିକ। ଆଉ ପାରାଦୀପରେ ସୀମା ଟପିଛି ବିଜେଡି କନ୍ଦଳ। ତିର୍ତ୍ତୋଲରେ ବିଜେଡି ନେତା ସରୋଜକାନ୍ତ ସ୍ୱାଇଁ ବିଜେପିରେ ମିଶିବା ପରେ ଜଳଜଳ ହୋଇ ପଦାକୁ ଆସିଛି ଗୋଷ୍ଠୀ କନ୍ଦଳ।
ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ସମ୍ପତ୍ତି ଗତ ୫ ବର୍ଷରେ ୨ ହଜାର ୩୩୮ ପ୍ରତିଶତ ଅର୍ଥାତ୍ ୨୩ ଗୁଣାରୁ ଅଧିକ ବଢ଼ିଯାଇଛି। ୨୦୧୯ରେ ସୌଭିକଙ୍କ ସମ୍ପତ୍ତି ଥିଲା ମାତ୍ର ୨୦ ଲକ୍ଷ ୬୮ ହଜାର ଟଙ୍କା। ୨୦୨୪ରେ ଏହା ୫ କୋଟି ୪ ଲକ୍ଷ ଟଙ୍କାରେ ପହଞ୍ଚିଛି।
ଘଣ୍ଟେଶ୍ୱର ଜୋନକୁ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ର ପାଇଁ ବିଜେପିରୁ ମାନସ କୁମାର ଦତ୍ତ, ବିଜେଡିରୁ ସ୍ୱରୂପ ଦାସ ଓ କଂଗ୍ରେସରୁ ମୋନାଲିସା ଲେଙ୍କା ପ୍ରାର୍ଥୀ ହୋଇଛନ୍ତି ।
ବେଗୁନିଆ ଇଭିଏମ୍ ଭଙ୍ଗାରୁଜା ମାମଲା । ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ।
'ମନ୍ଦବୁଦ୍ଧି ପାଇଁ ପାଣ୍ଡିଆନଙ୍କୁ ମିଳୁ ନୋବେଲ୍ । 4 ତାରିଖ ପରେ ପଠାଇ ଦିଆଯିବ ତାମିଲନାଡୁ ।'
ବନମାଳି ଗଣମାଧ୍ୟମ ଆଗରେ ଖୋଲାଖୋଲି କହିଛନ୍ତି- ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ବୟାନ ଦେବାକୁ ପୋଲିସ୍ ତାଙ୍କ ଉପରେ ଜୁଲମ କରିଛି ଓ ଡରରେ ସେ ଜଗଦ୍ଦେବଙ୍କ ବିରୋଧରେ ମନ୍ତବ୍ୟ ରଖିଛନ୍ତି, ଯାହାକୁ ପୋଲିସ୍ ମୋବାଇଲରେ ବି ରେକର୍ଡ କରିଛି ।
ବିଜେଡି ଯଦି ସ୍ୱଚ୍ଛ ତେବେ ଟଙ୍କା କାହିଁକି ବାଣ୍ଟୁଛି, ହିଂସା କାହିଁକି ସୃଷ୍ଟି କରୁଛି ବୋଲି ପ୍ରଶ୍ନ କରିନ୍ତି ପ୍ରଦୀପ ।
ପୂରା ଘଟଣା ସୋମବାର ବିହାରରେ ଆୟୋଜିତ ଲୋକସଭା ନିର୍ବାଚନୀ ସଭାରେ ଘଟିଛି। ପାଟନା ଉପକଣ୍ଠ ପଲିଗଞ୍ଜ ଠାରେ ଆରଜେଡି ନେତ୍ରୀ ମିଶା ଭାରତୀଙ୍କ ପାଇଁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା।
ବୈଜୟନ୍ତ କହିଛନ୍ତି, ବହୁ ଦଶନ୍ଧି ଧରି ବିଜୁ ବାବୁଙ୍କ ଅମଳରୁ ତାଙ୍କ ପରିବାର ବ୍ୟବସାୟରେ ଅଛନ୍ତି । ତାଙ୍କ ପରିବାର ପ୍ରତି କେହି କେବେ ବି ଆରୋପ ଲଗାଇ ନାହାନ୍ତି ।
‘୧ ଟଙ୍କା ଲେଖାଏଁ ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ଟିକେଟ କିଣନ୍ତୁ । ପାଣ୍ଡିଆନଙ୍କ ପାଇଁ ଟିକେଟ କିଣି ତାମିଲନାଡୁ ପଠାଇ ଦିଅନ୍ତୁ । ପାଣ୍ଡିଆନ ନବୀନ ବାବୁଙ୍କୁ ହୋଷ୍ଟେଜ ରଖିଛନ୍ତି । ନବୀନ ବାବୁଙ୍କ ମାଇକ୍ କାହିଁକି ପାଣ୍ଡିଆନ ଧରୁଛନ୍ତି।
ଦୁଇଟି ଆମ୍ବୁଲାନ୍ସରେ ୩ ଜଣ ରୋଗୀ ଗୁରୁତର ଅବସ୍ଥାରେ ଥିଲେ। ଏଥିରେ ଜଣେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ବି ଥିଲେ। ଆମ୍ବୁଲାନସ ଡ୍ରାଇଭର୍, ସ୍ଥାନୀୟ ବାସିନ୍ଦା ଯେତେ ଚେଷ୍ଟା କରିବା ପରେ ବି କୌଣସି ଫଳ ମିଳିନଥିଲା।
ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ସବୁଠୁ ଧନୀ । ତାଙ୍କ ସମ୍ପତ୍ତିର ପରିମାଣ ୩୧୩ କୋଟି ୫୩ ଲକ୍ଷ ଟଙ୍କା । ତାଙ୍କ ପଛରେ ଅଛନ୍ତି ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନା ମହାକୁଡ ।
ପାଣ୍ଡିଆନ ତାମିଲ୍ ଗୁଣ୍ଡା ଗର୍ଦ୍ଦି ଓଡ଼ିଶାରେ ଲଗେଇବାକୁ ଚେଷ୍ଟା କରୁଛନ୍ତି । ବିଜେପି କର୍ମୀଙ୍କୁ ମାଡ଼ ମାରିବା, ପୋଲିସ ଲଗେଇ ଧମକ ଦେଉଛନ୍ତି ।
୨୦୧୯ ନିର୍ବାଚନ ବେଳେ ଚାଷୀଙ୍କୁ ୧୦ ହଜାର ଦେବେ କହିଥିଲେ ରାଜ୍ୟ ସରକାର ହେଲେ ୪ ହଜାର ଟଙ୍କା ଦେଲେ ସରକାର ।
କଟକ ବାଙ୍କି ଥାନା ଅନ୍ତର୍ଗତ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା । ବିଜେଡି ଓ କଂଗ୍ରେସ ସମର୍ଥକ ଏବଂ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।
ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ପୁଣି ଓଡ଼ିଶାମୁହାଁ ବିଜେପିର ଟପ୍ କେନ୍ଦୀୟ ନେତା । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ସହିତ ରାଜ୍ୟର ୧୦୫ ବିଧାନସଭା ଓ ୧୫ ଲୋକସଭା ଆସନରେ ନିର୍ଦ୍ଧାରିତ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ ।
କେବଳ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ୧୬ ଜଣ ସହ ପର୍ଯ୍ୟବେକ୍ଷକ । ଆଉ ଚାନ୍ଦବାଲିରେ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ।
ବେଗୁନିଆ କାଉଁରିପାଟଣା ବୁଥ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଯିବା ଘଟଣାରେ ତେଜିଛି ରାଜନୀତି ।
ଗତକାଲି କୋଶଳା ପଂଚାୟତ ଶିମିଳିସାହି ୮୪ ନମ୍ବର ବୁଥରେ ଭୋଟରଙ୍କୁ ବିଧାୟକ ସୁଶାନ୍ତ ବେହେରା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।
କିଏ ହାତେଇବ ବରୀ ଆସନ? କାହା ଉପରେ ସମର୍ଥନ ଅଜାଡିବେ ଜନତା ? ପାଖେଇ ଆସୁଛି ନିର୍ବାଚନ । ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ । ବିଜୟ ପାଇଁ ପ୍ରମୁଖ ଦଳ ମଧ୍ୟରେ କଡା ମୁକାବିଲା ।
୨୯ ତାରିଖ ବୁଧବାର ଦିନ ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ ମୋଦିଙ୍କ ୩ଟି ସଭା ରହିଛି । ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଗତକାଲି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ୍।