ଖତ ଖାଉଛି ଲକ୍ଷ୍ମୀ ବସ୍। କିଣାଯିବାର ମାସ କେଇଟା ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷ୍ମୀ ବସ୍ର ସ୍ଥାୟିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ।
ଏହି ଢାବା କାହାକୁ ମିଳିଥିଲା, ପ୍ରକାଶ କଲେ ସ୍ଥାନୀୟ ଅଞ୍ଚଳର ସଂଜୀବ ଜେନା । ଏହି ‘ବଲ୍ଲେ ବଲ୍ଲେ ଢାବା ଜଣେ ବିଜେଡି ନେତ୍ରୀଙ୍କ ସ୍ବାମୀଙ୍କୁ ଚଳାଇବାକୁ ଦିଆଯାଇଥିଲା ବୋଲି ସେ କହିଛନ୍ତି ।
ଗତ ମେ ୨ ତାରିଖରେ ରାଜ୍ୟପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ ହୋଇଥିଲା । ପଶ୍ଚିମବଙ୍ଗ ରାଜଭବନରେ କାର୍ଯ୍ୟରତ ଜଣେ ମହିଳା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ଅସଦାଚରଣ ଅଭିଯୋଗ ଆଣିଥିଲେ ବୋଲି ତୃଣମୂଳ କଂଗ୍ରେସର ଅନେକ ନେତା ଦାବି କରିଥିଲେ ।
କାଲି ପ୍ରଶାସନ ଲଗାଇଥିଲା ଲଟକା । ଆଜି ଖାଲି କରାଯାଉଛି ଢାବା ।
ଯାଜପୁରର ଦୁଇ ଟାଣୁଆ ବିଜେଡି ନେତା ବବି ଆଉ ଜିତୁ । ଅଖଣ୍ଡ କ୍ଷମତାଶାଳୀ । ଆଉ କିପରି କ୍ଷମତାର ଅପବ୍ୟବହାର କରୁଥିଲେ ତାର ପ୍ରମାଣ ଏବେ ମିଳୁଛି ।
ସାଂସଦ ଓ ବିଧାୟକ ପାଣ୍ଠିରେ ତିଆରି ହୋଇଛି ଢାବା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ଯାଜପୁର ଧର୍ମଶାଳାର ବଲେ ବଲେ ଢାବା ଓ ଲଜ୍ରେ ବିନିଯୋଗ ହୋଇଛି ସାଂସଦ ଓ ବିଧାୟକ ପାଣ୍ଠି।
ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଯାହା ନିର୍ବାଚନରେ କୁହାଯାଇଥିଲା ତାକୁ ଗ୍ରାଉଣ୍ଡରେ କରି ଦେଖାଇବେ ସରକାର ।
ଆଟାକିଂ ମୁଡ୍ ରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ନବୀନ ସରକାର ଓ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।
ଗତ ଜାନୁଆରୀରେ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।
ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି।
ବର୍ତ୍ତମାନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ବିଜେଡି ମାର୍କା ଅଫିସରଙ୍କୁ ବଦଳି ଚାଲିଛି। କର୍ପୋରେସନ ଗୁଡ଼ିକରେ ଏ ସରକାରର ଲୋକ ଅବସ୍ଥାପିତ ହୋଇନାହାଁନ୍ତି, ତେଣୁ କାମ କେବେ ଆରମ୍ଭ ହେବ ତାହା ଦେଖିବାର କଥା।
ଶରତ ନିଜେ ଓ ଦଳ ଶୋଚନୀୟ ପରାଜୟ ଭୋଗିଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା ଉଚିତ ବୋଲି ମନ୍ତବ୍ୟ ଦେଇଛନ୍ତି।
ବିଭିନ୍ନ ଛାତ୍ର ସଂଗଠନ ସରକାରଙ୍କ ଆଭିମୁଖ୍ୟକୁ ସ୍ୱାଗତ କରିଥିଲା ବେଳେ, ଉଚ୍ଚ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି।
ଲୋକସେବା ଭବନରେ ଓଏଏସ୍ ରାଜ୍। ଗାଦି ମାଡ଼ି ବସିଛନ୍ତି ଗଣ୍ଡା ଗଣ୍ଡା ଓଏଏସ ବାବୁ। କିଏ ୮ ବର୍ଷ ତ କିଏ ୧୦ ବର୍ଷରୁ ଅଧିକ। ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ବି ବଦଳୁନି।
ଦୀର୍ଘ ଛଅବର୍ଷ ପରେ ରାଜ୍ୟରେ ହେବକି ଛାତ୍ର ସଂସଦ ନିର୍ବାଚନ? ଏ ବାବଦରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି କି ରାଜ୍ୟ ସରକାର? ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବୟାନକୁ ନେଇ ବଢ଼ିଛି ଆଶା।
ଇସ୍ତଫା ଚର୍ଚ୍ଚା ଭିତରେ ପିସିସି ସଭାପତିଙ୍କୁ ଦଳ ଭିତରୁ ବଢୁଛି ବିରୋଧ । ମୁହଁ ଖୋଲି ଚର୍ଚ୍ଚାକୁ ଖଣ୍ଡନ କି ସ୍ବୀକାର କଲେନି ପିସିସି ସଭାପତି ।
କଣ୍ଟାବାଞ୍ଜି AAE ଏନ.ପ୍ରସନ୍ନ କୁମାରଙ୍କୁ ବିନା ଥଇଥାନରେ କେମିତି ଉଛେଦ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ବିଧାୟକ ଲକ୍ଷ୍ମଣ ବାଗ୍।
ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି । ଏନେଇ ବିଚାର ବିମର୍ଶ ଚାଲିଛି । ହେଲେ ଏବେଠୁ କିଛି କହି ହେବନି, ଯାହା ନିଷ୍ପତ୍ତି ହେବ ଛାତ୍ର ସମାଜଙ୍କ ଭଲ ପାଇଁ ସରକାର ନେବେ ।
କାର୍ଯ୍ୟକାଳ ଆଉ ମାତ୍ର ୬ ମାସ, ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା। ଏହାପରେ ତାଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା, ମନୋଜ ହୋଇପାରନ୍ତି ମୁଖ୍ୟ ଶାସନ ସଚିବ ।
ମଦମୁକ୍ତ ହୋଇପାରିବ ତ’ ଓଡ଼ିଶା ? ବନ୍ଦ ହେବ କି ମଦ ବିକ୍ରି, ନିଶା ବ୍ୟବହାର ? ଶାସନକୁ ଆସୁ ଆସୁ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସତରେ କ’ଣ ଅଣ୍ଟା ଭିଡ଼ିଛି ମୋହନ ସରକାର?
ବିହାର, ଗୁଜରାଟ ଭଳି ଓଡ଼ିଶାରେ ବି ବନ୍ଦ ହେବ କି ମଦ ବିକ୍ରି ? ମଦ ଓ ନିଶା ମୁକ୍ତ ହେବ ଓଡ଼ିଶା, ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଆଜି ସାମାଜିକ ସୁରକ୍ଷା ମନ୍ତ୍ରୀ ସୂଚନା ଦେବା ପରେ ଏହି ପ୍ରଶ୍ନ ମୁଣ୍ଡ ଟେକିଛି।
କୋଟି କୋଟି ଟଙ୍କାର ଦାମୀ କମ୍ପାନୀ ବସ୍ କିଣାଯିବାର ମାସ କେଇଟା ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷ୍ମୀ ବସ୍ର ସ୍ଥାୟିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ। ରାୟଗଡ଼ା, ନବରଙ୍ଗପୁର, ଜୟପୁର ଆଦି ଅନେକ ସହରରେ ଲକ୍ଷ୍ମୀ ବସ୍ ଯୋଜନାରେ ବହୁ ବସ୍ କିଣାଯାଇ, ସେବାରେ ନଲାଗି ପଡ଼ିରହିଥିବାରୁ ଏ ଯୋଜନାକୁ ନେଇ ସାଧାରଣରେ ସମାଲୋଚନା ବି ବଢି ଚାଲିଛି।
ନବରଙ୍ଗପୁର, ଜୟପୁର, ରାୟଗଡ଼ା ସବୁଠି ଖୋଲା ଆକାଶ ତଳେ, ମାସ ମାସ ଧରି ଖତ ଖାଉଛି ଅରଖ ନୂଆ ଲକ୍ଷ୍ମୀ ବସ୍। ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ଯୋଜନାରେ କିଣା ହୋଇ ଆସିବା ପରେ ସେବାରେ ନଲାଗି ପଡ଼ିରହିଛି ଦାମୀ କମ୍ପାନୀର ବ୍ରାଣ୍ଡ ନ୍ୟୁ ଏସି ବସ୍।
କାଟତି ଦେଖାଇ ପ୍ରଥମେ ବଡ଼ କ୍ବାର୍ଟର୍ସ ଦଖଲ କଲେ, ପରେ ସେଥିରେ କୋଟି କୋଟି ଟଙ୍କାର ବିଳାସପୂର୍ଣ୍ଣ ନିର୍ମାଣ ଏବଂ ଏବେ ସବୁ ଲୁଚାଇବାକୁ ଧ୍ୱଂସ କରିବାକୁ ଉଦ୍ୟମ। ପୂର୍ବତନ ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏଭଳି କାରସାଦି ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା।
ବିଧାୟକ ହୋଇ ବି ପାଇଥିଲେ ମନ୍ତ୍ରୀ ଓ ଆଇଏଏସଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ସ। ସରକାରୀ ଜାଗାରେ ନିର୍ମାଣ କରିଥିଲେ କୋଟି କୋଟି ଟଙ୍କାର ବେଆଇନ୍ ନିର୍ମାଣ। ଆଉ ଏବେ, ସରକାରଙ୍କ ବିନା ଅନୁମତିରେ ସରକାରୀ ସଂପତ୍ତିର ମନଇଛା ଧ୍ୱଂସ।