୯ଦିନ ତାଲା ପଡ଼ିଲା । ପିସିସି ସଭାପତିଙ୍କ ଦେଖା ନଥିଲା । ଆଉ ଆଜି ଫାଟକ ତାଲା ଖୋଲିଥିଲେ ବି ପିସିସି ଅଫିସ୍ ଖାଁ ଖାଁ ଥିଲା । ମୁରବୀ ଶୂନ୍ୟ ହୋଇପଡିଛି କି ଓଡ଼ିଶା କଂଗ୍ରେସ ? ୨୪ ନିର୍ବାଚନରେ ଦଳର ୯ରୁ ୯୦ ନାରା ଫିକା ପଡିଯିବା ପରେ ଉଠିଛି ଏଭଳି ପ୍ରଶ୍ନ। ଗୋଟିଏ ପଟେ ପିସିସି ସଭାପତିଙ୍କ ବିରୁଦ୍ଧରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ତ ଅନ୍ୟପଟେ ଦଳର ଜଣକ ପରେ ଜଣେ ନେତା ବି ମଙ୍ଗୁଆଳଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି ।
Published By: Satyendu Shekher Mishra
Last updated: 02 July 2024, 10:28 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।