Advertisment

ସଂସଦରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ପ୍ରବଳ ଧୁଲେଇ

୨୦୨୪ ନିର୍ବାଚନରେ ଓଡ଼ିଶାର ବିଜେପିର ଅପୂର୍ବ ସଫଳତା କଥା ମନେ ପକାଇ ଏହାକୁ ଜଗନ୍ନାଥଙ୍କ ଭରପୁର ଆଶୀର୍ବାଦ ବୋଲି ମଧ୍ୟ କହିଛନ୍ତି।

author-image
Satyendu Shekher Mishra
Narendra Modi Vs Rahul Gandhi

Narendra Modi Vs Rahul Gandhi

ସଂସଦରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଧୁଲେଇ। ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ବେଳେ ଲୋକସଭାରେ ରାହୁଲଙ୍କ ନାଁ ନେଇ ତାଙ୍କୁ ଭୀଷଣ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ସଂସଦରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ନେଇ ମୋଦି ତାଙ୍କୁ ଖୁବ୍ ଧୋଇଛନ୍ତି । କହିଛନ୍ତି ହିନ୍ଦୁଙ୍କ ଉପରେ ମିଛ ଆରୋପର ଷଡ଼ଯନ୍ତ୍ର ଲଗାଯାଉଛି।

Advertisment

ଗତକାଲି ସଂସଦରେ ଭରପୁର ମିଛ କଥା କୁହାଗଲା। ସମ୍ବିଧାନର ଗରିମା ସହ ଖେଳ ସଂସଦ ପାଇଁ ଦୁର୍ଭାଗ୍ୟଜନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କାଲି ଯାହା ହୋଇଛି, ତାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ । ଏଭଳି ହରକତକୁ ବାଳକବୁଦ୍ଧି କହି ନଜରଅନ୍ଦାଜ କରାଯିବା କଥା ନୁହେଁ ବୋଲି କହିଛନ୍ତି ମୋଦି ।

ସେହିଭଳି ଗତ ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ମୋଦି। କହିଛନ୍ତି ୨୦୨୪ ପରଠୁ କଂଗ୍ରେସ ଦଳ ଏବେ ପରଜୀବୀ ପାଲଟି ଯାଇଛି। ଅନ୍ୟପଟେ ୨୦୨୪ ନିର୍ବାଚନରେ ଓଡ଼ିଶାର ବିଜେପିର ଅପୂର୍ବ ସଫଳତା କଥା ମନେ ପକାଇ ଏହାକୁ ଜଗନ୍ନାଥଙ୍କ ଭରପୁର ଆଶୀର୍ବାଦ ବୋଲି ମଧ୍ୟ କହିଛନ୍ତି।

Advertisment

ଅନ୍ୟପଟେ ରାହୁଲ ଗାନ୍ଧି ଜଣେ ମିଥ୍ୟାବାଦୀ, ହିଂସ୍ର ଓ ଆତଙ୍କବାଦୀ। ଆଜି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏଭଳି କଡ଼ା ଭାଷାରେ ଭର୍ସନା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଲୋକସଭାରେ ହିନ୍ଦୁମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ଏଭଳି ବର୍ଷିଛନ୍ତି ମନମୋହନ। କହିଛନ୍ତି କଂଗ୍ରେସ ବିରୋଧୀ ସିଟରେ ବସିବାରୁ ଅଣନିଶ୍ୱାସୀ ହୋଇଛି।

ରାହୁଲ ଗାନ୍ଧି କଣ କୁହନ୍ତି ନିଜେ ବୁଝି ପାରନ୍ତି ନାହିଁ। ଦାୟିତ୍ବହୀନ ବ୍ୟକ୍ତି ଭାବେ ସେ ଯାହା କହିଲେ ଭାରତ ତଥା ଓଡିଶାବାସୀଙ୍କୁ ଆଘାତ ଦେଇଛି। ଏ ପ୍ରସଙ୍ଗରେ କଂଗ୍ରେସ ନିଜ ବୁଦ୍ଧି, ବିବେକ ଖଟାଇ ଆତ୍ମସମୀକ୍ଷା କରୁ। କଂଗ୍ରେସର ବରିଷ୍ଠ ନେତାମାନେ ରାହୁଲଙ୍କୁ ବୁଝାଇବା ଦରକାର ବୋଲି ମନମୋହନ କହିଛନ୍ତ। ତେବେ ମନମୋହନଙ୍କ ଏଭଳି ମନ୍ତବ୍ୟ ଉପରେ କଂଗ୍ରେସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Narendra Modi BJP Rahul Gandhi
Advertisment
Advertisment